ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଚାଷୀମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର କାହିଁକିନା ସେମାନଙ୍କୁ ମିଳିବାକୁ ଯାଉଛି 3,000 ଟଙ୍କା ତ କଣ କଲେ ଆପଣଙ୍କୁ 3,000 ଟଙ୍କା ମିଳିବ କଣ ଆସିଛି ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ |ଦେଶରେ କୃଷକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା କରାଯାଇଛି |ତେବେ ଏହି ସବୁ ଯୋଜନା ମଧ୍ୟରେ ପିଏମ କିଷାନ ସମାନିଧି ଯୋଜନା ବେଶ ସହାୟତା ପାଲଟି ଯାଇଛି |
ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଡିବିଟି ଜରିଆରେ ଆଠ କୋଟି କୃଷକଙ୍କ ଆକାଉଣ୍ଟକୁ ଏହି ଯୋଜନାର 14 ତମ କିସ୍ତିର ଟଙ୍କା ଟ୍ରାନ୍ସଫର କରି ସାରିଛନ୍ତି |ତେବେ ଏହି ଯୋଜନା ପରେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଆଉ 3,000 ଟଙ୍କା ଉପହାର ଆକାରରେ ମିଳିପାରିବ |ତେବେ କିଭଳି ଆପଣଙ୍କୁ କଣ କରିବାକୁ ପଡ଼ିବ ପିଏମ କିଷାନ ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାନଧନ ଯୋଜନାର ଶୁଭ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର |
ଏହି ଯୋଜନାରେ ମଧ୍ୟ କୃଷକଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ପିଏମ ମାନଧନ ଯୋଜନା ଅନୁସାରେ କୃଷକଙ୍କ ଆକାଉଣ୍ଟକୁ ପ୍ରତିମାସ ପେନସନ ଆକାରରେ 3,000 ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ |ଆଉ ଏଥିପାଇଁ ଆପଣଙ୍କୁ ପିଏମ କିଷାନ ଯୋଜନା ମିଳୁଥିବା ଟଙ୍କାରୁ କାଟି ପ୍ରିମିୟମ ଭରିବାକୁ ପଡ଼ିବ ତେବେ ଏଥିପାଇଁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ପଡ଼ିବ |
ତେବେ ଏହି ଯୋଜନାରେ କୃଷକଙ୍କୁ ମାସକୁ 55 ରୁ 200 ଟଙ୍କା ପର୍ଯ୍ୟନ୍ତ ଇନଭେଷ୍ଟ କରିବାକୁ ପଡ଼ିବ |ତେବେ ଏହି ଯୋଜନା ଅନୁସାରେ ଯେତେବେଳେ ବ୍ୟକ୍ତିଙ୍କୁ 60 ଛୁଇଁବ ତାପରେ ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ |ଲାଭ ଅନୁସାରେ ସେମାନଙ୍କ ଆକାଉଣ୍ଟକୁ ପ୍ରତିମାସରେ 3,000 ଟଙ୍କା ଲେଖାଏଁ ପ୍ରଦାନ କରାଯିବ |
ତେବେ 18 ରୁ 40 ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଏହି ଯୋଜନା ଆବେଦନ କରିପାରିବେ ତେବେ ଆପଣଙ୍କୁ ଯେଉଁ ପିଏମ କିଷାନ ଯୋଜନାର 2000 ଟଙ୍କା ଲେଖାଏଁ ମିଳୁଛି ଆପଣ ସେଥିରୁ ଇନଭେଷ୍ଟ କରି ପ୍ରଧାନମନ୍ତ୍ରୀ ମାନଧନ ଯୋଜନା କରିବେ ଆପଣଙ୍କୁ 60 ବର୍ଷ ଯେତେବେଳେ ଛୁଇଁବ ଆପଣ 3,000 ଟଙ୍କା ଲେଖାଏଁ ପେନସନ ପାଇବେ |