ନମସ୍କାର ଦର୍ଶକବନ୍ଧୁ ହିନ୍ଦୁ ଧର୍ମ ମଧ୍ୟରୁ ଗୋଟିଏ ପୁରାଣ ହେଉଛି ଶିବ ପୁରାଣ ଆଉ ସେହି ପୁରାଣରେ ଉଲେଖ ଅଛି ଭକ୍ତ ନନ୍ଦୀଙ୍କ ବିଷୟରେ କୁହନ୍ତି ନନ୍ଦୀ ହେଉଛନ୍ତି ପ୍ରଭୁ ଭୋଳା ଶଙ୍କରଙ୍କ ଗୋଟିଏ ରୂପ | ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ନନ୍ଦୀ କିଏ ଏବଂ କାହିଁକି ସେ ପ୍ରଭୁ ଶିବଙ୍କ ଦ୍ୱାର ଜଗି ବସି ଥାଆନ୍ତି ଆପଣ ଯଦି ପ୍ରଭୁ ଭୋଳାନାଥଙ୍କ ଭକ୍ତ ତାହେଲେ ପେଜଟିକୁ ଶେଷ ଯାଏ ନିଶ୍ଚିତ ଦେଖନ୍ତୁ |ପୁରାତନ ଯୁଗର କଥା ସିଲଦ ନାମକ ଏକ ରୁଷି ଥାଏ ସେ ସବୁବେଳେ ତପସ୍ୟାରେ ଲୀନ ରହୁଥିଲେ |ସେ ଦିନେ ଭାବିଲେ ମୁଁ ଯଦି ଏଭଳି ତପସ୍ୟା ସବୁବେଳେ କରେ ତାହେଲେ ମୋର ତପସ୍ୟାରେ ଜୀବନ ପଳେଇବ ହେଲେ ମୋ ବଂଶରେ କେହି ଏକ ପୁତ୍ର ଯଦି ଜନ୍ମ ନିଅନ୍ତା ସେ ମୋ ବଂଶ ରକ୍ଷା କରନ୍ତା |
ସେ ତାଙ୍କ ପୂର୍ବ ପୁରୁଷଙ୍କ କଥା ଅନୁସାରେ ଗୋଟିଏ ଅଜୟ ଶକ୍ତିଶାଳୀ ଏବଂ ଅମର ପୁତ୍ର ପାଇବା ପାଇଁ ପ୍ରଭୁ ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ କିନ୍ତୁ ଇନ୍ଦ୍ର ତାଙ୍କ ତପସ୍ୟା ଶୁଣି କହିଲେ ତୁମେ ଯେଉଁ ବର ମତେ ମାଗୁଛ ଏମିତି ବର ଦେବାକୁ ମୁଁ ଅକ୍ଷମ ଏମିତି ବର ମୁଁ ଦେଇ ପାରିବି ନାହିଁ |ଇନ୍ଦ୍ର କହିଲେ ପ୍ରଭୁ ଶିବଙ୍କ ଉପାସନ କରିବା ପାଇଁ ସିଲାଦ ମୁନି ବହୁତ କଠିନ ପରିଶ୍ରମ ସତ୍ୱେ ଶିବଙ୍କୁ ତପସ୍ୟା କରି ସନ୍ତୁଷ୍ଟ କଲେ |ପ୍ରଭୁ ଶିବ କହିଲେ ହେ ମୁନିବର ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ ହେଲି ଏବଂ ମୁଁ ତୁମକୁ ତୁମର ବର ନିଶ୍ଚୟ ପ୍ରାପ୍ତ କରିବି |କିଛି ଦିନ ଗଲା ଦିନେ ମୁନି ବସି ତପସ୍ୟା କରୁଥିଲେ
ହଟାତ ଗୋଟେ ଶିଶୁ ପୁତ୍ର ଆବିର୍ଭାବ ହେଲା ଏବଂ ମୁନି ରୁଷି ଜଣକ ସେହି ପୁତ୍ରକୁ ରୀତି ଅନୁସାରେ ତାର ନାମ ରଖିଲେ ନନ୍ଦୀ ଏବଂ ପୁତ୍ରଟି ଦିନେ ବଡ଼ ହେଲା ଧୀରେ ଧୀରେ ମୁନିଙ୍କ ଠାରୁ ସବୁ ମନ୍ତ୍ର ଶିଖିବାକୁ ଲାଗିଲା |କିଛି ଦିନପରେ ପ୍ରଭୁ ଶିବଙ୍କ ପରାମର୍ଶ ନେଇ ମିତ୍ର ଏବଂ ବରୁଣ ନାମକ ରୁଷି ଆସିଲେ ନନ୍ଦୀଙ୍କୁ ଦେଖିବା ପାଇଁ ନନ୍ଦୀ ଯେତେବେଳେ ତାଙ୍କ ପାଦ ଛୁଇଁଲା ସେ ଆଶୀର୍ବାଦ କଲେ ନାହିଁ ଏହା ଦେଖି ସିଲଦ ମୁନି ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏହି କଥା ଭାବି ତାଙ୍କ ଦେହ ଖରାପ ହୋଇଗଲା ଏବଂ ସେ ବିଛଣାରେ ପଡ଼ିଗଲା |
ଏହା ଦେଖି ନନ୍ଦୀ ଯାଇ ଶିବଙ୍କୁ ତପସ୍ୟା କଲେ ଏବଂ ଶିବଙ୍କୁ ତପସ୍ୟା କଲା ପରେ ସେ ଭୁଲିଗଲା ଯେ ସେ ଦୀର୍ଘ ଆୟୁ ପାଇଁ ଶିବଙ୍କୁ ତପସ୍ୟା କରିଛି ବୋଲି ଆଉ ସାରା ଜୀବନ ପାଇଁ ଶିବଙ୍କ ପାଖରେ ରହି ତାଙ୍କ ସେବା କରିବାର ବର ମାଗି ଦେଲା ଏହା ଶୁଣି ଶିବ କହିଲେ ହେ ନନ୍ଦୀ ତୁମେ ହେଲ ଅଜୟ ,ଅକ୍ଷ ଏବଂ ଅମର ତୁମେ ଆଜି ଠାରୁ ମୋ ପାଖରେ ହିଁ ରହିବ ଏହା ଶୁଣି ଶିବ ଅନ୍ତର୍ଧ୍ୟାନ ହୋଇଗଲେ କୈଳାସ ପର୍ବତକୁ ଯାଇ ପାର୍ବତୀଙ୍କୁ ଏ କଥା କହିଲେ ମୁଁ ନନ୍ଦୀଙ୍କୁ ମୋ ଭକ୍ତ ଏବଂ ଶିବ ଗଣଙ୍କ ମୁଖିଆ କରିବା ପାଇଁ ଚାହିଁଥାଏ |
ଏହା ଶୁଣି ମାତା ପାର୍ବତୀ କହିଲେ ଏହଁ ବହୁତ ଭଲ କଥା |ଆଉ ଏହା ପରେ ପ୍ରଭୁ ନନ୍ଦୀଙ୍କୁ ଷଣ୍ଢର ଚେହେରା ଦେଇ ନିଜର ବାହାନ ମଧ୍ୟ କରିଦେଲେ |ପ୍ରଭୁ ଶିବ ଶଙ୍କର ସବୁବେଳେ ନନ୍ଦୀଙ୍କୁ ବାହାରେ ଜଗିବା ପାଇଁ କହିଛନ୍ତି କଥାରେ କୁହନ୍ତି ଭକ୍ତ ମାନଙ୍କ ସବୁ କଥା ନନ୍ଦୀ ହିଁ ଭଗବାନଙ୍କ ପାଖରେ ପହଁଚାଇ ଥାଆନ୍ତି ସେଥିପାଇଁ ଶ୍ରଦ୍ଧାଳୁ ଭକ୍ତ ମାନେ ସବୁ କଥା ଯାଇ ନନ୍ଦୀ କାନରେ କହି ଥାଆନ୍ତି |