ନଦୀରେ ବୁଡ଼ି ଯାଉଥିଲେ ଭକ୍ତ ରକ୍ଷା କଲେ ସ୍ଵଂୟ ମହାଦେବ ,ଏହାର ପ୍ରକୃତ ସତ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ |

ନମସ୍କାର ଦର୍ଶକବନ୍ଧୁ ପ୍ରଭୁ ଭୋଳାଶଙ୍କର ହେଉଛନ୍ତି ଦେବ ଦେବ ମହାଦେବ ଯାହାଙ୍କ କୃପାରୁ ଭକ୍ତଙ୍କ ସବୁ କଷ୍ଟ ଦୂର ହୋଇଥାଏ ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବୁ ଯାହାକି ନିଜ ଭକ୍ତକୁ ରକ୍ଷା କରିବା ପାଇଁ ସ୍ୱୟଂ ମହାଦେବ ବିଶାଳ ସର୍ପ ରୂପ ନେଇ ପ୍ରକଟ ହୋଇଥିଲେ |ମାଳିପୁର ନାମକ ଏକ ସହର ନିକଟରେ ମହାନଦୀ ବହି ଯାଉଛି ସେହି ସହର ନିକଟରେ ଏକ ଗାଁ ଅଛି ସେହି ଗାଁର ଲୋକମାନେ ମହାନଦୀକୁ ସ୍ନାନ କରିବା ପାଇଁ ଆସି ଥାଆନ୍ତି ଥରେ ବୈଶାଖ ମାସ ଖରା ଦିନ ହୋଇଥାଏ ପାଖ ଗାଁର ଆରତ ନାମକ ଏକ 24 ବର୍ଷୀୟ ଯୁବକ ସେହି ମହାନଦୀ କୁ ଗାଧେଇବା କରିବା ପାଇଁ ସାଙ୍ଗ ମାନଙ୍କ ସହିତ ଆସିଥିଲା |

ସେହି ଯୁବକଟି ମହାଦେବଙ୍କ ପରମ ଭକ୍ତ ଥିଲା ପ୍ରତିଦିନ ସେ ମହାଦେବ ଙ୍କୁ ପୂଜା ଏବଂ ଭକ୍ତି ମଧ୍ୟ କରେ |ସେଦିନ ସୋମବାର ଥିବାରୁ ଶୀଘ୍ର ଶିବ ମନ୍ଦିର ଯିବା ପାଇଁ ପ୍ରସ୍ତୁତ ହେଉଥିଲା ପ୍ରତିଦିନ ଆରତ ଶିବ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରି ଆସିଥାଏ |ମହାନଦୀ ଆରତ ସବୁଦିନ ଆସି ସ୍ନାନ କରେ ହଟାତ ପାଣିର ସୁଅ ବଢି ଯାଇଥିବାରୁ ଉଚ୍ଚ ଉଚ୍ଚ ଲହରୀ ଆସୁଥିଲା ସେ ଲହରୀ ଏତେ ପ୍ରଖର ଥିଲା ଯେ ଆରତକୁ ଭସାଇ ନେଇଥିଲା ଭାସି ଭାସି ସେ ନଦୀର ମଝିକୁ ଚାଲି ଯାଇଥିଲା |

ଅନ୍ୟ ସାଙ୍ଗମାନେ କୂଳକୁ ପଳେଇ ଆସିଥିଲେ କିନ୍ତୁ ଆରତ ଆସି ପାରିନଥିଲା |ସାଙ୍ଗମାନେ ଚିତ୍କାର କରି ଡାକି ଥିବାରୁ ସମସ୍ତେ ଲୋକମାନେ ଗଦା ହୋଇ ଯାଇଥିଲେ କିନ୍ତୁ କେହି ସାହସ କରିନଥିଲେ ଆରତକୁ ବଞ୍ଚାଇବା ପାଇଁ ଆରତ ପାଣିରେ ବୁଡ଼ି ଯାଉଥିବା ସମୟରେ ମହାଦେବଙ୍କୁ ସ୍ମରଣ କରୁଥିଲା କିଛି ସମୟ ପରେ ହଟାତ ଦେବ ଦେବ ମହାଦେବ ଆବିର୍ଭାବ ହୋଇଥିଲେ |

ହଟାତ ଏକ ବଡ଼ ସର୍ପ ରୂପ ଧାରଣ ହୋଇ ଆରତକୁ ପିଠିରେ ବସାଇ କୂଳକୁ ନେଇ ଆସିଥିଲେ ତାହା ପରେ ମହାନଦୀରେ ଆସିଥିବା ଲହରୀ ଶାନ୍ତ ପଡ଼ି ଯାଇଥିଲା ଏହି ଦୃଶ୍ୟ କୂଳରେ ଥିବା ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସଙ୍ଗେ ସଂଗେ ସର୍ପଟି ମହାନଦୀରେ କୁଆଡ଼େ ଉଭେଇ ଯାଇଥିଲା|

ତେଣୁ ନଦୀ କୂଳରେ ଥିବା ଲୋକମାନେ ଜୟ ଶିବ ଶଙ୍କର ଜୟ ମହାଦେବ କହି ଚାହିଁ ରହିଥିଲେ ଲୋକମାନଙ୍କୁ ସାପଟି ଆଉ ଦେଖା ଯାଇନଥିଲା ଆରତ ମନସ୍ଥ କଲା କି ଯେଉଁ ଜଳରେ ମହାଦେବ ତାକୁ ଉଦ୍ଧାର କଲେ ସେହି ଜଳରେ ସେ ଅଭିଷେକ କରାଇବ ଏହା ପରେ ଆରତ ପ୍ରଭୁ ଲୋକନାଥ ମନ୍ଦିରରେ ପହଞ୍ଚି ଜଳ ଅଭିଷେକ କରାଇଥିଲା |

Leave a Reply

Your email address will not be published. Required fields are marked *