ନମସ୍କାର ଦର୍ଶକବନ୍ଧୁ ବିଶ୍ୱକପ ପୂର୍ବରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର ଅଚାନକ ଭାବରେ ନେଲେ ବିଦାୟ ଯାହାକି ଭାରତୀୟ ଫ୍ୟାନ ମାନଙ୍କ ପାଇଁ ଏକ ଶକ୍ତ ଝଟକା ଲାଗିଛି |ଦିନିକିଆ ବିଶ୍ୱକପକୁ ଆଉ ମାତ୍ର 3 ମାସ ବାକି ରହିଥିବା ବେଳେ ଭାରତୀୟ କ୍ରିକେଟକୁ ଏକ ଶକ୍ତ ଝଟକା ଲାଗିଛି |ଟିମ ଇଣ୍ଡିଆର ଜଣେ ଭେଟେରିଆନ କ୍ରିକେଟର ଇଣ୍ଡିଆରୁ ବିଦାୟ ନେଇଛନ୍ତି |
ଭାରତୀୟ ଦଳରେ ଡେବ୍ୟୁ କଲାବେଳେ ସମସ୍ତଙ୍କ ମନ ସିଏ ଆକର୍ଷଣ କରିଥିଲେ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଦଳରେ ସ୍ଥାନ ବଜାଇ ପାରି ନଥିଲେ |ତେବେ 2023 ଦିନିକିଆ ବିଶ୍ୱକପକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ସେ କ୍ରିକେଟ ଜଗତରୁ ବିଦାୟ ନେଉଛନ୍ତି |ସୂଚନା ଅନୁସାରେ ଭାରତର ଷ୍ଟାର କ୍ରିକେଟର ମନୋଜ ତିୱାରୀ ଏବେ କ୍ରିକେଟ ଜଗତରୁ ଅବସର ଘୋଷଣା କରିଛନ୍ତି |
ଟିମରେ ଏକ ଦମଦାର ଡେବ୍ୟୁ କଲାପରେ କିଛି ଦିନ ପର୍ଯ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିଥିଲେ ମନୋଜ କିନ୍ତୁ ଭାରତୀୟ ଦଳରେ ସେ ନିଜକୁ ଅଧିକ ସମୟ ପାଇଁ ସ୍ଥାନ ଦେଇ ପାରିନଥିଲେ |ତେବେ ଦଳରୁ ଲଗାତାର ବାଦ ପଡ଼ିବା ପରେ ଦୀର୍ଘ ଆଠ ବର୍ଷ ହେଲା ସେ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି |
ମନୋଜ କ୍ରିକେଟ ଖେଳିବାର ସୁଯୋଗ ପାଇଥିବା ବେଳେ ହିଁ ନିଜର ଭଲ ବ୍ୟାଟିଙ୍ଗ ପ୍ରଦର୍ଶନ କରି ପାରିନଥିଲେ |ମନୋଜ 2015 ମସିହାରେ ସେ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ |