ନମସ୍କାର ଦର୍ଶକବନ୍ଧୁ ଯାଜପୁର ପାଣିକୋଇଲି ଅଞ୍ଚଳର କୈଳାସ ବାବୁ ପରିବାର ଲୋକ କହିବାକୁ ଗଲେ ଗୋଟିଏ ବୋଲି ପୁଅ କୈଳାସ ବାବୁ ବିବାହ କରିବାର କିଛି ଦିନ ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ ଏବଂ ପାଖରେ ତାଙ୍କର କୁନି ପୁଅ ସେ ବାପା ଏବଂ ମା ସ୍ନେହ ଶ୍ରଦ୍ଧା ଦେଇ ତାଙ୍କ ପୁଅକୁ ବଡ଼ କରିଛନ୍ତି ପୁଅକୁ କେବେ ଅନୁଭବ କରି ଦେଇ ନାହାଁନ୍ତି ତାର ମା ନାହିଁ ବୋଲି |ପିଲାବେଳେ ଯେତେବେଳେ କୈଳାସ ବାବୁଙ୍କ ପୁଅ ଯେତେବେଳେ ପଚାରେ ବାପା ମା କାହିଁ କୈଳାସ ବାବୁ କୁହନ୍ତି ତୋ ମା କୁ ପ୍ରଭୁ ଜଗନାଥ ତାଙ୍କ ପାଖକୁ ନେଇ ଯାଇଛନ୍ତି ଆଉ କହିଛନ୍ତି ତୁ ଯେତେବେଳେ ବଡ଼ ହୋଇ ଭଲ ପାଠ ପଢି ଚାକିରୀ କରିବୁ ସେ ତୋ ମା କୁ ଝିଅ କରି ତୋ ପାଖକୁ ପଠାଇ ଦେବେ ଏମିତି କହି ପୁଅକୁ ବୁଝାଇ ଦିଅନ୍ତି କୈଳାସ ବାବୁ ପିଲାଟି ଭଲ ପାଠ ପଢିବା ସହିତ ପ୍ରଭୁ ଜଗନାଥଙ୍କୁ ବହୁତ ଭଲପାଏ |ସମୟାନୁକ୍ରମେ ପିଲାଟି ବଡ଼ ହୋଇ ଗୋଟେ ସଫ୍ଟୱେର ଇଞ୍ଜିନିୟର ଭାବରେ ଭଲ କମ୍ପାନୀରେ ଚାକିରୀ କଲା |ଚାକିରୀ କରିବାର ଦୁଇବର୍ଷ ପରେ କୈଳାସ ବାବୁଙ୍କ ପୁଅ ବାହାଘର କେନ୍ଦ୍ରାପଡ଼ା ଜିଲ୍ଲାରେ ଠିକ ହୋଇଗଲା |
ଓଡ଼ିଆ ରୀତି ନୀତି ଅନୁସାରେ ପୁଅର ବାହାଘର ପ୍ରଭୁ ଜଗନାଥଙ୍କ କୃପାରୁ ଠିକ ସେ ହୋଇଗଲା |କୈଳାସ ବାବୁ ଭାବୁ ଥାଆନ୍ତି ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ଲକ୍ଷ୍ମୀ ଶୂନ୍ୟ ହୋଇଯାଇଥିବା ଘରଟି ପୁଣି ବୋହୁ ରୂପରେ ମାତା ଲକ୍ଷ୍ମୀ ଘରକୁ ଆସିଛନ୍ତି ସେହିଦିନ ଠାରୁ କୈଳାସ ବାବୁ ତାଙ୍କ ପୁଅଙ୍କୁ ଲକ୍ଷ୍ମୀ ବୋଲି ଡାକନ୍ତି |ବାହାଘରର କିଛି ଦିନ ପରେ ଏକ ଖୁସି ଖବର ପାଇଲେ କୈଳାସ ବାବୁ ସେ ଜେଜେ ହେବାକୁ ଯାଉଛନ୍ତି ଭାରି ଖୁସି ଥାଆନ୍ତି କୈଳାସ ବାବୁ କଥାରେ କଥାରେ ସେ ତାଙ୍କ ବୋହୁକୁ କୁହନ୍ତି ମାରେ ତୋ ଗର୍ଭରେ ଶାଶୁ ଅଛନ୍ତି ଦେଖିବୁ ପ୍ରଥମେ ତୋର ଝିଅଟିଏ ହେବ ଏମିତି କିଛିଦିନ ବିତିଗଲା ହଟାତ ଏକ ରାତିରେ ଅଭିନାଶ ବାବୁଙ୍କ ସ୍ତ୍ରୀର ପେଟରେ ଆରମ୍ଭ ହେଲା ପ୍ରସବ ବେଦନା ରାତିରେ ବର୍ଷା ଏତେ ଜୋରରେ ହେଉଥାଏ ଯେ ସାମ୍ନାରେ କିଏ ଆସୁଥିବାର ମଧ୍ୟ ଦେଖା ଯାଉନଥାଏ |
ଅଭିନାଶ ବାବୁ ସ୍ତ୍ରୀର ବେଦନା ଦେଖି ଆମ୍ବୁଲାନ୍ସ କୁ ଫୋନ କରିଥିଲେ ପାଖରେ ଥିବା ଆମ୍ବୁଲାନ୍ସ ଟି ଅନ୍ୟ ଏକ ରୋଗୀକୁ ଆଣିବାକୁ ଯାଇଥିଲା ଆସି ପାରିନଥିଲା |ଅଭିନାଶ ବାବୁ ତାଙ୍କ ସାଙ୍ଗକୁ ଫୋନ କରିଥିଲେ କାର ନେଇ ଆସିବା ପାଇଁ |ତାଙ୍କ ସାଙ୍ଗ କାର ନେଇ ଆସି ପହଞ୍ଚିଲେ ଅଭିନାଶ ବାବୁଙ୍କ ଘରେ |ସେହି କାରରେ ନେଇ ଅଭିନାଶ ବାବୁ ତାଙ୍କ ସ୍ତ୍ରୀକୁ ନେଇ ବାହାରିଲେ ମେଡିକାଲ ଅଭିମୁଖେ କିଛି ବାଟ ଗଲା ପରେ ହଟାତ ଗୋଟେ ଜାଗାରେ ଗାଡ଼ିଟି ବନ୍ଦ ହୋଇ ଯାଇଥିଲା ଏବଂ ଓଲ୍ହାଇ ଦେଖିଲା ବେଳକୁ ଗାଡ଼ି ଇଞ୍ଜିନରେ ପାଣି ପଶି ଯାଇଛି ଏବଂ ଧୂଆଁ ବାହାରୁହି କିଛି ଦେଖାଯାଉ ନାହିଁ |ଅଭିନାଶ ବାବୁ ପୁରା ବିଚଳିତ ହୋଇଗଲେ ଦେଖିଲେ ଚାରିପଟକୁ କୌଣସି ଗାଡ଼ି ନାହିଁ ସେହି ସ୍ଥାନରୁ ମେଡିକାଲ ଆଉ 7 ରୁ 8 କିଲୋମିଟର ଦୂରରେ ହେବ |
ଅଭିନାଶ ବାବୁଙ୍କ ସାଙ୍ଗ ପଛ ପଟକୁ ବୁଲିକି ଦେଖିଲା ବେଳକୁ ଏକ ଗାଡ଼ି ଆସୁଛି ସେ ମହାଶୟ ଜଣଙ୍କୁ ଅଭିନାଶ ବାବୁ ଅଟକାଇଲେ ଏବଂ ସେ ବ୍ୟକ୍ତି ଜଣକ ପଚରିଲେ କଣ ଅସୁବିଧା ହୋଇଛି ଅଭିନାଶ ବାବୁ ତାଙ୍କୁ ସବୁ କହିଲେ ସେ ସବୁ ଶୁଣିଲା ପରେ କହିଲେ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଏହି ପାଖ ମେଡିକାଲର ଜଣେ ଡାକ୍ତର ମୋ ନାମ ଶିବପ୍ରସାଦ ମହାପତ୍ର ମୁଁ ଦେଖୁଚି ମୋ ଦ୍ୱାରା ବର୍ତ୍ତମାନ କଣ ହୋଉଛି ଏହି ବର୍ଷା ରାତିରେ ମେଡିକାଲ ଯିବା ବହୁତ କଷ୍ଟ ଏଇ ପାଖରେ ଗୋଟେ ଛୋଟ କୁଡ଼ିଆ ଅଛି ଆପଣ ନେଇ ଆସନ୍ତୁ ସେଇଟାକୁ ଆପଣ ଆପଣଙ୍କ ସ୍ତ୍ରୀଙ୍କୁ |ସେହି କୁଡିଆ ଭିତରେ ଅଭିନାଶ ବାବୁ ଦେଖିଲେ ସେଇଟି ଗୋଟିଏ ବୁଢ଼ୀ ମାଉସୀ ରହୁଛନ୍ତି ସେ ବୁଢ଼ୀ ମାଉସୀ ଜଣକ ସବୁ କଥା ଜାଣିଲା ପରେ ସେ ହଟାତ ଚୁଲିରେ ପାଣି ଗରମ କରିବା ପାଇଁ ଲାଗିଲେ |
ଡାକ୍ତର ବାବୁ କହିଲେ ତୁମେ ଦୁଇଜଣ ବାହାରେ ଅପେକ୍ଷା କରିଥାଅ ମୁଁ ଦେଖୁଚି ଏହା ଶୁଣି ଅଭିନାଶ ବାବୁ ତାଙ୍କ ସାଙ୍ଗ ଗାଡ଼ି ଭିତରେ ଆସି ବସିଲେ |ପାଖା ପାଖି ଏକ ଘଣ୍ଟା ପରେ ଡାକ୍ତର ବାବୁ ଜଣକ ଡାକିଲେ କହିଲେ ଦେଖନ୍ତୁ ଅଭିନାଶ ବାବୁ ଦେଖିଲେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି ଆଉ ତାଙ୍କ ସ୍ତ୍ରୀ ମଧ୍ୟ ସୁସ୍ଥ ଅଛନ୍ତି |ଡାକ୍ତର ବାବୁ କହିଲେ ଏବେ ମୋ ପାଖରେ ଯାହା ଜିନିଷ ଥିଲା ପ୍ରସବ ହୋଇଗଲା ଏବେ ତୁମେ ତୁମ ସ୍ତ୍ରୀ ଏବଂ ଝିଅକୁ ନେଇ ମେଡିକାଲ ଚାଲିଯାଅ ବାକି ଉପଚାର ସେଇଟି କରିଦେବ |ଡାକ୍ତର ବାବୁ ଓ ବୁଢ଼ୀ ମାଉସୀଙ୍କୁ ଧନ୍ୟବାଦ ଦେଇ ଅଭିନାଶ ବାବୁ ଡାକ୍ତରଖାନା ଗଲେ ସେଠାରେ ପହଁଚିଲେ ଏବଂ ସବୁ ଡାକ୍ତର ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କହିଲେ ଶିବ ପ୍ରସାଦ ମହାନ୍ତି କୌଣସି ଡାକ୍ତର ଏ ମେଡିକାଲରେ ନାହାଁନ୍ତି |
ଏହା ଶୁଣି ଅଭିନାଶ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର ଦେଇଥିବା ସେ ନମ୍ବରକୁ କଲ କଲେ ଏବଂ ସେ କଲ ଇନଭଲିଡ଼ ବୋଲି ଦେଖାଇଲା ଏବଂ ଦିନରେ ଯେତେବେଳେ ସେ କୁଡ଼ିଆ ପାଖକୁ ଗଲେ ସେଟରେ ଦେଖିଲେ କେହି ନାହାନ୍ତି ଏବଂ ଜଣେ ଲୋକଙ୍କୁ ପଚାରିବାରୁ ଲୋକଟି କହିଲା ଆରେ ବାବା ଏଠାରେ କେହି ରୁହନ୍ତି ନାହିଁ ଏଇଟା ଭଙ୍ଗା କୁଡ଼ିଆ ସବୁବେଳେ ଫାଙ୍କା ରୁହେ |ଅଭିନାଶ ବାବୁ ଘରେ ପହଞ୍ଚି କୈଳାସ ବାବୁଙ୍କୁ ସବୁ କଥା କହିଲେ କୈଳାସ ବାବୁ ଏସବୁ କଥା ଶୁଣିଲା ପରେ କହିଲେ ଆରେ ବାପା ପ୍ରଭୁ ଜଗନାଥ ନିଜେ ଆସିଥିଲେ ସିଏ ହିଁ ତୋ ସ୍ତ୍ରୀର ପ୍ରସବ କରାଇଛନ୍ତି |ସେ ମହାପ୍ରଭୁ କେତେବେଳେ କାହାକୁ କେଉଁ ମୁହୂର୍ତ୍ତରେ ଦର୍ଶନ ଦିଅନ୍ତି ସେ ଏକ ଜାଣନ୍ତି |