ଲଡୁବାବା ମନ୍ଦିରର ରହସ୍ୟ -ପଥର ରୁ ବାହାରିଲା ରକ୍ତ, କଳା ଗାଈ ଦେଉଥିଲା ପଥର ଉପରେ କ୍ଷୀର ଏହାର ପ୍ରକୃତ ଜାଣିଲେ ଆପଣ ହାତ ଯୋଡ଼ିଦେବେ |

ହେଲୋ ଫ୍ରେଣ୍ଡ୍ ନୟାଗଡ଼ ଜିଲ୍ଲାର ଶୈବ ପୀଠ ଶରଣ କୂଳରେ ପୂଜା ପାଇଥାନ୍ତି ପ୍ରଭୁ ଲଡୁ ବାବା ଭଣ୍ଡାର ପାହାଡ ଉପରେ ରହିଛି ବାବାଙ୍କର ଭବ୍ୟ ମନ୍ଦିର କୁହାଯାଏ ବାବା ଲଡୁ କିଶୋରଙ୍କୁ ଭକ୍ତିରେ ଡାକିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଯାଇଥାଏ ବାବାଙ୍କର କୃପା ପାଇବା ପାଇଁ ପ୍ରତି ଦିନ ଏହି ମନ୍ଦିରକୁ ଲାଗିଥାଏ ଭକ୍ତମାନଙ୍କର ଭିଡ ବାବା ସରଣ ବର୍ଚ୍ଛଳ ହୋଇଥିବାରୁ ସେ ଅଞ୍ଚଳର ନାମ ହେଉଛି ଶରଣ କୁଳ ବାବାଙ୍କର ମହିମା ଯେପରି ଅପାର ତାଙ୍କ ସୃଷ୍ଟି ସେପରି ଆର୍ଶ୍ଚଯ୍ୟ ଜନକ କିମ୍ବଦନ୍ତୀ ଅନୁସାରେ ଶରଣକୁଳ ନିକଟରେ ହରିପୁର ଗ୍ରାମରେ ଲଡୁ ବେହେରା ନାମକ ଏକ ଗୌଉଡ ରହୁଥିଲା |

ତାର କପିଳା ନାମରେ ଏକ ହୃଷ୍ଟ ପୂର୍ଷ୍ଟ କାଳି ଗାଈ ଥିଲା ଗାଈ ଟି ବୋହୁତ କ୍ଷୀର ଦେଉଥିଲା କିନ୍ତୁ ଲଡୁ ବେହେରା ଦେଖିଲା ତାର କପିଳା ଗାଈ ଟି କିଛି ଦିନ ହେବ କ୍ଷୀର ଦେଉ ନାହିଁ ସେ ମାନେ ମାନେ ଗାଈ ଟି କ୍ଷୀର ନଦେବାର କାରଣ ଖୋଜିବାକୁ ଠିକ୍ କଲା ସବୁଦିନ ପରି ସେ ଗାଈ ମାନଙ୍କୁ ନେଇ ଭଣ୍ଡାର ପାହାଡ଼ ପାଖ ଜଙ୍ଗଲକୁ ଚରେଇବା ପାଇଁ ଯାଇଥିଲା ସେ ଗାଈ ଚରେଇବା ବେଳେ ଦେଖିଲା କି କପିଳା ଗାଈ ଟି ହଠାତ୍ ଏକ ବୁଦା ଆଡକୁ ଯାଉଛି ସେ ସେଠାକୁ ଯାଇ ଲକ୍ଷ କଲା ଯେ କପିଳା ଗାଈ ଟି ଏକ ପଥର ଉପରେ କ୍ଷୀର ଦେଉଛି |

ଲଡୁ ବେହେରା କୁ ବୁଝିବାକୁ ବାକି ନଥିଲା କି ଗାଈଟି ଘରେ କାହିଁକି କ୍ଷୀର ଦେଉ ନାହିଁ ସେ ରାଗିଯାଇ ଜୋରରେ ଏକ ପହାର ପକାଇ ଥିଲା ଗାଈ ପିଠିକୁ ଗାଈଟି ଚମକି ପଡ଼ି ଡେଇଁ ପଡ଼ିଥିଲା ଆଉ ଗାଈ ଟିର ଦୁଇ ଖଜ ଏକ ପଥର ଉପରେ ପଡିଥିଲା ଆଉ ଆର୍ଶ୍ଚଯ୍ୟ ଜନକ ଭାବେ ସେହି ପଥରରୁ ରକ୍ତ ବାହାରିଥିଲା ଲଡୁ ବେହେରା ଏହି ଦୃଶ୍ୟ ଦେଖି ଆର୍ଶ୍ଚଯ୍ୟ ହୋଇଯାଇଥିଲା ପଥର ଦେହରୁ ରକ୍ତ ବାହାରୁଛି ସେ କିଛି ବୁଝି ପାରି ନଥିଲା ସେ ଦୌଉଡ଼ି ଯାଇଁ ଗାଁ ଲୋକ ମାନଙ୍କୁ ସବୁ କାଠା କହିଥିଲା

ଗାଁର ସବୁ ଲୋକ ଜଙ୍ଗଲକୁ ଆସି ଦେଖିଥିଲେ କି ଲିଙ୍ଗ ଆକୃତିର ଏକ ପଥର ରେ ପୂର୍ବର ଦିଗ ରେ ଓ ପଶ୍ଚିମ ଦିଗ ରେ ଖୋଜ ଚିହ୍ନ ପଡ଼ିଛି ଆଉ ସେଥିରୁ ରକ୍ତ ଝରୁଛି ଏହି ଖବର ରାଜାଙ୍କ କାନକୁ ଯାଇଥିଲା ରାତିରେ ସ୍ୱପ୍ନାଦେଶ ପାଇ ରାଜା ସେ ସ୍ଥାନରେ ନିର୍ମାଣ କରିଥିଲେ ବାବାଙ୍କର ଭବ୍ୟ ମନ୍ଦିର ଗୌଉଡ ଲଡୁ ବେହେରା ନାମରେ ନାମିତ ହେଲା ଲଡୁ କିଶୋର ମନ୍ଦିର କିନ୍ତୁ ଇତିହାସ କୁହେ|

ସେ ମନ୍ଦିରର ନାମ ତତ୍କାଳୀନ ରାଜା ଲଡୁ କିଶୋର ସିଂ ମାଣ୍ଡାପଙ୍କ ନାମରେ ନାମିତ ହୋଇଛି ବର୍ତ୍ତମାନ୍ ଏହାର ସତ୍ୟତାର ଠୋସ ପ୍ରମାଣ କେଉଁ ଠାରେ ମଧ୍ୟ ନାହିଁ ପ୍ରତ୍ନତତ୍ତ୍ଵ ବିତ୍ତମାନଙ୍କର କହିବା ଅନୁସାରେ ଏହି ମନ୍ଦିର ପ୍ରାୟ ଆଜିକୁ 1600 ବର୍ଷ ଧରି ନିର୍ମାଣ ହୋଇଥିଲା ଭଞ୍ଜ ସାହିତ୍ୟରେ ମଧ୍ୟ ଏହାର ପ୍ରଣାମ ଅଛି

Leave a Reply

Your email address will not be published. Required fields are marked *