ଆଜିଠାରୁ ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ,ରଚିବ ତାଣ୍ଡବ ସତର୍କ ସୂଚନା ଦେଲେ SRC |

ନମସ୍କାର ଦର୍ଶକବନ୍ଧୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ସୂଚନା ଅନୁସାରେ 3 ଘଣ୍ଟା ପାଇଁ 6 ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଏନେଇ ଭୁବନେଶ୍ୱର କଟକରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ମିଳିଛି ଏନେଇ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ କେତେ ପ୍ରତିଶତ ବର୍ଷା ହେବ କେଉଁ କେଉଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ସହିତ ରେଡି ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଏନେଇ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |

ବର୍ତ୍ତମାନ ଯାହା ସୂଚନା ମିଳିଛି ସାରା ରାଜ୍ୟରେ ବର୍ଷାର ପରିମାଣ ଲାଗି ରହିଥିବା ବେଳେ ଆସନ୍ତା 3 ଘଣ୍ଟା ମଧ୍ୟରେ 6 ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ରେଡ଼ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼ ,ଝାରସୁଗୁଡ଼ା,ସମ୍ବଲପୁର ,ଦେବଗଡ଼ ,ଅନୁଗୁଳ ,କେଉଁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି

|ଏହାକୁ ନେଇ ସୁନ୍ଦରଗଡ଼ ,ସୁବର୍ଣ୍ଣପୁର ,ବୌଦ୍ଧ ଏବଂ ବଲାଙ୍ଗୀରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି |ଅନ୍ୟପଟେ କଟକ ଏବଂ ଭୁବନେଶ୍ୱରରେ 3 ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଏନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅଧିକରୁ ଅଧିକ ବର୍ଷାର ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ 17 ଜିଲ୍ଲାକୁ ସତର୍କତାର ସହିତ ସୂଚନା ଦେଇଛନ୍ତି SRC ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇଦିନ ଧରି ଅଧିକରୁ ଅଧିକ ବର୍ଷା ଆଶଙ୍କା କରାଯାଇଥିବା ବେଳେ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ 17 ଜିଲ୍ଲାକୁ ସତର୍କ ସୂଚନା ଦେଇଛି SRC |

ବାଲେଶ୍ୱର ,ବୌଦ୍ଧ ,ଭଦ୍ରକ ,ବଲାଙ୍ଗୀରି ,ଢେଙ୍କାନାଳ ,ଗଜପତି ,ଝାରସୁଗୁଡ଼ା ,ଯାଜପୁର ,କନ୍ଧମାଳ ,କେଉଁଝର ,କଳାହାଣ୍ଡି ,ମୟୁରଭଞ୍ଜ ,ନୂଆପଡ଼ା ,ସମ୍ବଲପୁର ଏବଂ ସୋନପୁରକୁ ସତର୍କ କରିବାକୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଏପରିକି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି |

Leave a Reply

Your email address will not be published. Required fields are marked *