ନମସ୍କାର ଦର୍ଶକବନ୍ଧୁ ସତ ହେଲା ମାଳିକା ବଚନ ବାଇଶି ପାହାଚେ ଖେଳିଲା ମୀନ ଏଥର ବାର ହାତ ଖଣ୍ଡା ଧରି କଳ୍କୀ ଅବତାରରେ ଆସିବେ ପ୍ରଭୁ ଜଗନାଥ କାଲି ବୁଡ଼ିଗଲା ଶ୍ରୀକ୍ଷେତ୍ର ଜଳରେ ଭାସିଲା ସାରା ଶ୍ରୀକ୍ଷେତ୍ର ଲୋକଙ୍କ ପାପକୁ ନିଜେ ଭୋଗୁଛନ୍ତି ସାରା ବିଶ୍ୱର ଭଗବାନ ମାଳିକାରେ ଲେଖା ହୋଇଛି 24 ଅଙ୍କରେ ସାରା ଓଡିଶା ରାଜ୍ୟରେ ହଇବ ଜଳ ଗହଳ କଳିଯୁଗ ସେ ସଙ୍କେତ ମିଳିବ ଏକଥା ମଧ୍ୟ ପ୍ରମାଣ ଏକଥାକୁ ସତ ପ୍ରତିଶତ ସତ କରାଇ ଦେଇଛି କାଲିର ଘଟଣା ଗହଳ ଚହଳରେ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା ଶ୍ରୀମନ୍ଦିରର ବାଇଶି ପାହାଚ ଆଉ ମନ୍ଦିରରେ ତୁହାକୁ ତୁହା ଲହରୀ ଭାଙ୍ଗୁଥିଲା ବର୍ଷାର ପାଣି ସତରେ ଯେମିତି ପ୍ରଭୁ ଜଗନାଥଙ୍କ ଆଦେଶରେ ଇନ୍ଦ୍ର ଦେବତା ଶ୍ରୀମନ୍ଦିର କୁ ବୁଡାଇ ଦେବା ପାଇଁ ଆସିଥିଲେ ଆଉ ଶ୍ରୀକ୍ଷେତ୍ର ଧାମରେ ଧୁମ ବର୍ଷିଥିଲେ |
ଫଳରେ ସାରା ଶ୍ରୀକ୍ଷେତ୍ର ହୋଇ ଯାଇଥିଲା ଜଳମଗ୍ନ |ଆଉ ଏହା କୁଆଡ଼େ ଥିଲା କଳିଯୁଗ ଶେଷ ହେବାର ସଙ୍କେତ ତେଣୁ ଏଥର 12 ହାତ ଖଣ୍ଡା ଧରି କଳ୍କୀ ଅବତାର ନେବାକୁ ଯାଉଛନ୍ତି ପ୍ରଭୁ ଜଗନାଥ ମହାପୁରୁଷ ଅଚ୍ୟୁତା ନନ୍ଦଙ୍କ କଥା କୁହାଯାଉଛି ଯେ ମାଳିକାରେ କଳିଯୁଗରେ ଘଟିଥିବା ଅନେକ ଘଟଣା ଦୁର୍ଘଟଣା ମାନ ବିଷୟରେ ବର୍ଣ୍ଣନା କରାଯାଇଛି ପତିତ ପାବନରେ ନିଆଁ ଲାଗିବା କଥା ହେଉ ହୀରାକୁଦରେ ଚିତ୍ତଳ ମାଛ କଥା ହେଉ ଏମିତିକି ଅନେକ ଘଟଣା ସେ କଳିଯୁଗରେ ଘଟିବ ବୋଲି ସେ ଲେଖିଥିଲେ ଯାହା ଏବେ ଗୋଟେ ପରେ ଗୋଟେ ସତ ହେବାର ଦେଖାଯାଉଛି |
ମାଳିକାରେ କୁହାଯାଉଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି |ତେବେ ମାଳିକାରେ ଲେଖା ଯାଇଥିଲା ଯେ କଳିଯୁଗ ଶେଷ ବେଳକୁ ୨ ପାହାଚରେ ମୀନ ଖେଳିବ ଯାହା ଆଜି ସତ ହେବା କଥା କୁହାଯାଉଛି ଆଜି ଶ୍ରୀମନ୍ଦିର ର ବାଇଶି ପାହାଚେ ଲହରୀ ଖେଳୁଛି ପାଣି ମୀନ ଖେଳିଛି କି ନାହିଁ ଜଣା ପଡିନି କିନ୍ତୁ ବାଇଶି ପାହାଚ ବୁଡ଼ି ଯାଇଛି ଏହି ଘଟଣା ଏବେ କଳିଯୁଗରେ ଲେଖା ହୋଇଥିବା ମାଳିକା ଚର୍ଚ୍ଚାର ବିଷୟ ପାଲଟିଛି |
ତେବେ ଗତ କାଲି ଅପରାହ୍ନରେ ଅନ୍ଧାର ହୋଇଗଲା ପୁରୀ ସହର ଏବଂ ଶ୍ରୀମନ୍ଦିର ପ୍ରବଳ ବର୍ଷା ଯୋଗୁଁ ବାଇଶି ପାହାଚ ପାଣିରେ ବୁଡ଼ି ଥିବାର ଦେଖିବାକୁ ମିଳିଥିଲା ବର୍ଷା ଯୋଗୁଁ ପ୍ରବଳ ଘଡ଼ ଘଡି ମଧ୍ୟ ଦେଖିବାକୁ ମିଳିଛି ପୁରୀ ଶ୍ରୀକ୍ଷେତ୍ରରେ କାଳିଆକୁ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କୁ ଆଣ୍ଠୁ ଲେଖାଏଁ ପାଣିରେ ପଶିବାକୁ ପଡୁଛି |
ହଟାତ କାଲି ଅପରାହ୍ନରେ କଳା ମେଘ ଘୋଟି ଆସିବାରୁ ଶ୍ରୀମନ୍ଦିର ଉପରେ ପକ୍ଷୀ ମାନେ ଉଡ଼ିବାକୁ ଲାଗିଥିଲେ କିଛି ଭୟଙ୍କର ପରିସ୍ଥିତିର ପୂର୍ବାନୁମାନ ହୋଇ ସାରିଥିଲା ଆଉ ତାପରେ ହୋଇଥିଲା ଆକାଶ ଫଟା ବର୍ଷା ଶ୍ରୀମନ୍ଦିରର ଗୋଟିଏ ପରେ ଗୋଟିଏ ପାହାଚ ବୁଡ଼ି ଯିବାକୁ ଲାଗିଲା ଏହି ଦୃଶ୍ୟକୁ ଦେଖିଲେ ମାଳିକା କଥା ମନକୁ ଚାଲି ଆସୁଛି |