ରାମଚଣ୍ଡୀ ପୀଠରୁ କେଉଁଆଡେ ଗାଏବ ହୋଇଗଲା କଳାପାହାଡ ,ଏହାର ପ୍ରକୃତ ରହସ୍ୟ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ |

ହେଲୋ ଫ୍ରେଣ୍ଡ୍ ଅସଲା କଳା ପାହାଡ଼ ଭାଙ୍ଗିଲା ଲୁହାର ବାଡ ପାଇଲା ମହା ନଦୀ ପାଣି ସୁବର୍ଣ୍ଣ ଥାଳିରେ ହୀରା ପରଶିଲେ ମୁକୁନ୍ଦ ଦେବଙ୍କ ରାଣୀ ତେବେ ପ୍ରଶ୍ନ ଉଠେ ସେଇ କଳା ପାହାଡ କିଏ କାହିଁକି କଳା ପାହାଡ ଏତେ କଠୋର ଥିଲା କେଉଁ ଆତ୍ମ ଅଭିମାନ ଏକ ନୈଷ୍ଠିକ ବ୍ରାହ୍ମଣ ମଣିଷ ହୃଦୟରେ କ୍ରୋଧ ଏମିତି ମାତ୍ରାରେ ଉଦ୍ରେକ ମାତ୍ରାରେ ଯେଉଁଥି ପାଇଁ ସନାତନ ଧର୍ମ କୁ ମାନୁଥିବା ଭଗବାନଙ୍କ ପାଖରେ ଶରଣ ପଶିଥିବା ସମଗ୍ର ଓଡ଼ିଆ ଜାତିର ନାଭିକେନ୍ଦ୍ରରେ ଆକ୍ରମଣ କରିବା ପାଇଁ ପଛାଇ ନଥିଲା କଳା ପାହାଡ଼ର ଜୀବନର ଯେଉଁ ପରିବର୍ତ୍ତନର ଯେଉଁ ମୋଡ କେମିତି ହେଲା କାହିଁକି ଏମିତି ଏକ ବିଧର୍ମି କାର୍ଯ୍ୟ କରିବା ପାଇଁ କଳା ପାହାଡ ବାଧ୍ୟ ହେଲା ଏବଂ ମହା ପ୍ରଭୁ ଜଗନ୍ନାଥଙ୍କୁ ଅନ୍ୟାୟ ଏମିତି ଭାବରେ ଅପମାନ କରିବା ସାହାସ କଳା ପାହାଡ଼ର କେଉଁଠୁ ଆସିଲା କଳା ପାହାଡ଼ର ନା କଳା ପାହାଡ ନଥିଲା ତାର ପ୍ରକୃତ ନାମ ଥିଲା ରାଜୀବଲୋଚନ ରାୟ କେହି କେହି ତାଙ୍କୁ କଳା ଚନ୍ଦ ରାୟ ବାହାଦୁର ବୋଲି କହିଥାନ୍ତି ଗ୍ରାମ ଥିଲା ଗୋଉଡ ରାଜ୍ୟ ବଙ୍ଗାଳ ରେ ଆଉ ପେଶା ଥିଲା |

ତତ୍କାଳୀନ ଆଫାନି ଶାସକ ସୁଲେମାନ ଙ୍କ ସୈନ୍ୟ ବିଭାଗରେ ସେ ଜଣେ ସୈନ୍ୟ ଭାବରେ କାର୍ଯ୍ୟ କରୁଥିଲେ କିନ୍ତୁ ସୈନ୍ୟ ମାନଙ୍କ ଗୋଷ୍ଟିରେ ତାଙ୍କର ଖାତିରି ଥିଲା ଏମିତି କି ଅନେକ ସମୟରେ ଅନେକ ଗୁଡ଼ିଏ ନେତୃତ୍ୱ ନେବାରେ ଆଫଗାନ ଶାସକ ତାଙ୍କୁ ବାଛୁଥିଲେ ଏହାରି ଭିତରେ ସୁଲେମାନ ଙ୍କ ଝିଅ ଗୁଲନ୍ନାଦ ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ହୋଇଗଲା ଗୁଲନ୍ନାଦ ଥିଲେ ବୋହୁତ ସୁନ୍ଦରୀ ଓ ସେ ମଧ୍ୟ ରାଜୀବ ଲୋଚନ ରାୟ ଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ ଏବଂ ଏହାକୁ ବିବାହରେ ପରିଣତ କରିବା ପାଇଁ ସୁଲେମାନ କରାନି ଙ୍କର ସବୁଜ ସଙ୍କେତ ରହିଥିଲା ଏଥିରେ ଦୁଇଟି କଥା ଶୁଣିବାକୁ ମିଳେ ଗୋଟିଏ ହେଲା ଓଡ଼ିଶାରେ ଥିବା ବ୍ରାହ୍ମଣ ମାନଙ୍କ ଉପରେ ନିଜର ପ୍ରଭାବ ପକାଇବା ପାଇଁ ସୁଲେମାନ କରାନୀ ଏହି ବିବାହ ପାଇଁ ସବୁଜ ସଂକେତ ଦେଇଥିଲେ ଏବଂ ଓଡ଼ିଶା ଲୋକଙ୍କ ମନରେ ଏକ ସୋତନ୍ତ୍ର ଭାବନାକୁ ତାଙ୍କ ପ୍ରତି ସମର୍ପିତ ହେବାର ଚିନ୍ତା ଧାର କରି ଏକ କୂଟନୀତିକ ବାତାବରଣ ସୃଷ୍ଟି କରି ରାଜୀବଲୋଚନ ରାୟ ଙ୍କୁ ଏକ ଆହୁଜ କରିବାର ଯୋଜନା ମଧ୍ୟ ସୁଲେମାନ କରାନୀ କରି ସାରିଥିଲେ |

ଏହି ଦୃଷ୍ଟି କୋଣରୁ ଝିଅଙ୍କୁ ସେ ରାଜୀବ ଲୋଚନ ଙ୍କ ସହିତ ବିବାହ କରିବା ପାଇଁ ସେ ମଞ୍ଜୁରୀ ଦେଇଥିଲେ କିନ୍ତୁ ବିବାହ ରେ ପରମ୍ପରା ଅନୁଯାଇ ଅନେକ ଆପତି ଉଠିଥିଲା ଏବଂ ଗୁଲନ୍ନାଜ ଙ୍କୁ ବିବାହ କରିବା ପାଇଁ ହେଲେ ରାଜୀବ ଲୋଚନ ଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଗଲା ପରିଶେଷରେ ଘଟଣା କ୍ରମରେ ନିଷ୍ପତି ନିଆଗଲା କି ସେ ଧର୍ମ ପରିବର୍ତ୍ତନ କରିବେ ଏବଂ ରାଜୀବ ଲୋଚନ ରାୟ ଧର୍ମ ପରିବର୍ତ୍ତନ କରି ମୁସଲମାନ ହେଲେ ତାଙ୍କ ନାଁ ରହିଲା ମହମ୍ମଦ ଫାଲଗାନୀ ଏହା ମଧ୍ୟରେ ସେ ଲୁଚାଇ ଥିଲେ ତାଙ୍କର ଦୁଇଟି ପତ୍ନୀ ଥିଲେ ଏବଂ ବାପା ମା ମଧ୍ୟ ଥିଲେ ଦିନ ବିତି ଚାଲିଲା କିନ୍ତୁ ଧୀରେ ଧୀରେ ରାଜୀବ ଲୋଚନ ରାୟ ଙ୍କର ମନେ ପଡ଼ିଲା ନିଜ ବାପା ମା ପରିବାର ଦୁଇ ପତ୍ନୀ ଙ୍କ କଥା ଏହା ଏତେ ଅସହାୟ ହେଲା ଯେ ସେ ପୁନର୍ବାର ନିଜ ପରିବାର ପାଖକୁ ଫେରିବା ପାଇଁ ଚାହିଁଲେ କିନ୍ତୁ ସେ ମୁସଲମାନ ହୋଇ ଆଉ ଘରକୁ ଫେରି ପାରି ନଥିଲେ ଏଥି ପାଇଁ ତାଙ୍କୁ ଆବଶ୍ୟକତା ଥିଲା ପୁନର୍ବାର ଶୁଦ୍ଧି କରଣକରାଯାଏ |

ସେ ହିନ୍ଦୁ ହେବେ ଏଥି ପାଇଁ ଅନେକ ଙ୍କ ଉପଦେଶ ମନି ସେ ପହଞ୍ଚି ଥିଲେ ଶ୍ରୀକ୍ଷେତ୍ରରେ କିନ୍ତୁ ଶ୍ରୀକ୍ଷେତ୍ରରେ ତାଙ୍କର ଜୋରଦାର ବିରୋଧ କରାଯାଇଥିଲା ଆଉ ସତ ଚେଷ୍ଠା ସତ୍ତ୍ୱେ ସେ ଆଉ ହିନ୍ଦୁ ଧର୍ମରେ ପୂର୍ଣ୍ଣର ଅବସ୍ଥାପିତ ହୋଇ ପାରି ନଥିଲେ ଏହା ତାଙ୍କୁ ଅତି ମାତ୍ରାରେ ଅପମାନ ଜନକ ମନେ ହେଲା ଏଇଠୁ ଆରମ୍ଭ ହେଲା ଏକ ପ୍ରଚଣ୍ଡ ଆତ୍ମ ଅଭିମାନ କ୍ରୋଧ ରାଜୀବ ଲୋଚନ ରାୟ ଙ୍କର ଏବଂ ସେ ମାନେ ମାନେ ସ୍ଥିର କଲେ ଯେଉଁ ଜାତିକୁ ସେ ଭଲ ପାଉଥିଲେ ଯେଉଁ ସମାଜକୁ ସେ ଭଲ ପାଉଥିଲେ ଏହି ସମାଜ ତାଙ୍କୁ ଦେଇଛି କଣ ତାଙ୍କ ପରିବାର ସହ ମିଶିବା ପାଇଁ ଯେଉଁ ପ୍ରକ୍ରିୟା ତାହାକୁ ମଧ୍ୟ ଏହି ସମାଜ ନାରାଜ ହେଲା ସେ ଏତେ ଘୃଣାର ସହିତ ବଙ୍ଗାଳ ଫେରି ଯାଇଥିଲେ ଯେ ଏହା ଓଡ଼ିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବ ଏହି କଥା କେହି ଟ୍ରେବି ପାଇ ନଥିଲେ ତାହା ପରେ ଚିତର ଯୁଦ୍ଧ ଆରମ୍ଭ ହେଲା ଏବଂ ଚିତର୍ ଜୟ କରିବା ପାଇଁ ଆକବର ଆରମ୍ଭ କରିଲେ ଯୁଦ୍ଧ ଏହାକୁ ଏକ ସୁଯୋଗ ମାନେ କରି ସୁଲେମାନ କରାନୀ ଓଡ଼ିଶା ଆକ୍ରଣ କରିବାର ଯୋଜନା କଲେ |

ଏତେ ବଡ ବିଶାଳ ସେନା ସହିତ ଓଡ଼ିଶାର ଶାସକ ମୁକୁନ୍ଦ ଦେବ ଯୁଦ୍ଧ କରିଥିଲେ ଏହି ଯୁଦ୍ଧରେ ମୁକୁନ୍ଦ ଦେବ ପରାଜୟ ବରଣ କରି କୁର୍ଷିମା ନାମକ ଏକ ଦୂର୍ଗରେ ଯାଇଁ ରହିବା ପାଇଁ ଲାଗିଲେ ଏହି ଖବର ସୁଲେମାନ ଙ୍କ ପାଖରେ ପହଞ୍ଚିଯାଇଥିଲା ସେ ଏହି ଦୁର୍ଗକୁ ଚାରି ପଟୁ ଅବରୋଧ କରିବା ଆରମ୍ଭ କରିଥିଲେ ଠିକ୍ ସେତିକି ବେଳେ ସାରଙ୍ଗ ଗଡର ରାଜା ରାମଚନ୍ଦ୍ର ଭଞ୍ଜ ଦେଖିଲେ ମୁକୁନ୍ଦ ଦେବ ନାହାନ୍ତି ତେଣୁ ଏହାକୁ ଏକ ସୁଯୋଗ ମାନେ କରି ସେ ନିଜକୁ ଓଡ଼ିଶାର ରାଜା ଘୋଷଣା କଲେ ମୁକୁନ୍ଦ ଦେବ ରାମଚନ୍ଦ୍ର ଦେବ ଙ୍କୁ ଶିକ୍ଷା ଦେବା ପାଇଁ ସୁଲେମାନ କରନି ଙ୍କ ସହିତ ଏକ ସନ୍ଧି ପତ୍ର ଲେଖି ଓଡ଼ିଶା ଫେରି ରାମଚନ୍ଦ୍ର ଦେବ ଙ୍କ ଉପରେ ଆକ୍ରମଣ ଆରମ୍ଭ କଲେ ଏହି ଯୁଦ୍ଧରେ ମୁକୁନ୍ଦ ଦେବଙ୍କ ର ମୃତ୍ୟୁ ହୋଇଥିଲା ଏହା ପରେ ମୁକୁନ୍ଦ ଦେବ ଙ୍କ ରାଣୀ ବାରବାଟି ଦୁର୍ଗରେ ଅନେକ ସୈନ୍ୟ ସାମନ୍ତଙ୍କୁ ଧରି ଆଫଗାନି ସହଜ ସୁଲେମାନ କରାନିଙ୍କ ସହିତ ଯୁଦ୍ଧ କରିଥିଲେ ଓ ରାଣୀ ପରାଜୟ ବରଣ କରିଥିଲେ ଏହି ସୁଯୋଗରେ ରାଜୀବ ଲୋଚନ ରାୟ ବାରବାଟି ଦୁର୍ଗ ଅତିଆର୍ କଲେ ସେତେ ବେଳେ ଓଡ଼ିଶାରେ କେହି ରାଜା ନଥାନ୍ତି|

ତାଙ୍କୁ ପ୍ରତିବାଦ କରିବା ପାଇଁ ଏହି କଥା ସୁଲେମାନ କରାନି ଭଲ ଭାବରେ ଜାଣିଥିଲେ ଏହାର ସୁଯୋଗ ନେଇ ରାଜୀବ ଲୋଚନ ରାୟ ବାହାରିଲେ ଶ୍ରୀକ୍ଷେତ୍ରକୁ ସେଠାର ପହଞ୍ଚି ସେ ଖୋଜିଲେ ଜଗନ୍ନାଥ ଙ୍କୁ ସେ ଆସିବା ପୂର୍ବରୁ ସେହି ଖବର ପହଞ୍ଚି ଯାଇଥିଲା ପୁରୀରେ ସେଥି ପାଇଁ ଜଗନ୍ନାଥ ସେବକ ମାନେ ଜଗନ୍ନାଥଙ୍କୁ ଅତି ଗୋପନୀୟ ଭାବରେ ପହଞ୍ଚାଇ ଦେଇଥିଲେ ଚିଲିକାର ଏକ ନିବୃତ କୋଣକୁ କିଛି ଦିନ ପରେ ରାଜୀବ ଲୋଚନ ଙ୍କୁ ଖବର ମିଳିଲା କି ଚିଲିକା ପାଖରେ ଜଗନ୍ନାଥଙ୍କୁ ଗୋପନୀୟ ଭାବରେ ରଖା ଯାଇଛି ତାହା ପରେ ସେଠାକୁ ଯାଇ ଜଗନ୍ନାଥଙ୍କୁ ଗଙ୍ଗା ନଦୀ କୂଳରେ ଆଣି ପ୍ରଭୁଙ୍କର କ୍ଷତି କରିବା ଆରମ୍ଭ କରିଥିଲା ସେତେବେଳେ ରାଜୀବ ଲୋଚନ ରାୟ ଙ୍କ ର ଉର୍ଗ୍ର ହିଂସାତ୍ମକ କାର୍ଯ୍ୟ କଳାପ ନେଇ ଲୋକେ ତାଙ୍କୁ କଳା ପାହାଡ ଡାକିବା ଆରମ୍ଭ କରି ଦେଇଥିଲେ ସେ ପରବର୍ତୀ ସମୟରେ ଅନେକ ଚେଷ୍ଠା କରି ଜଗନ୍ନାଥଙ୍କୁ ନଷ୍ଟ ନକରି ପରିବାରୁ ତାଙ୍କୁ ସେଇ ଠାରେ ଛାଡି ଚାଲି ଆସିଥିଲେ ଏବଂ ସିଧା ସଳଖ ଫେରିଥିଲା କୋଣାର୍କ ମନ୍ଦିର କୁ ସେତେ ବେଳେ କୋଣାର୍କ ମନ୍ଦିର କୁ ଭାଙ୍ଗିବା ପାଇଁ ତିଳେ ମତେ କୁଣ୍ଠିତ ହୋଇ ନଥିଲା |

ରାଜୀବ ଲୋଚନ ବା କଳା ପାହାଡ ଏଇ ମନ୍ଦିରକୁ ଭାଙ୍ଗି ଦେଇ ନଷ୍ଟ କରିଦେଇଥିଲା ଓଡ଼ିଶାରେ ଅନେକ ମନ୍ଦିରକୁ ଆକ୍ରମଣ କରି କଳା ପାହାଡ଼ କେଉଁ ଆଡେ ଅନ୍ତ୍ରଧ୍ୟାନ୍ ହୋଇ ଗଲା ବା କଳା ପାହାଡ ର କେମିତି ମୃତ୍ୟୁ ହେଲା ଏହା ନେଇ ସଠିକ୍ ସୂଚନା କାହା ପାଖରେ ମିଳେ ନାହିଁ କୁହାଯାଏ କୋଣାର୍କ ମନ୍ଦିରକୁ ଭାଙ୍ଗିବା ପରେ କଳା ପାହାଡ଼ ପହଞ୍ଚି ଥିଲା ରାମ ଚଣ୍ଡୀ ମନ୍ଦିର ଏବଂ ରାମ ଚଣ୍ଡୀଙ୍କ ମନ୍ଦିରକୁ ଭାଙ୍ଗିବା ତାର ଉଦ୍ଦେଶ୍ୟ ଥିଲା କିନ୍ତୁ ରାମଚଣ୍ଡୀ ମନ୍ଦିରରେ ପହଞ୍ଚି ବେଳକୁ ସେତେବେଳକୁ ମା ରାମଚଣ୍ଡୀ ଏକ ସୁନ୍ଦର୍ ମୋହିନୀ ବେଶ ରେ କଳା ପାହାଡ କୁ ଅନେକ ବଟ ଆସିଛ କ୍ଳାନ୍ତ ହୋଇଛି ତମ ପାଇଁ ମୁଁ ଜଳର ବ୍ୟବସ୍ଥା କରୁଛି ପାଣି ପିଇ ସାରିବା ପରେ ତମେ ଯାହା କରିବା ପାଇଁ ଆସିଛ ତାହା କରିବ |

ଏହା କହି ଏକ କୁମ୍ଭ ଧରି ସେ ବାହାରି ଗଲେ ମନ୍ଦିର ରୁ ଅନେକ ସମୟ ଅପେକ୍ଷା କଲା ପରେ ଯେତେ ବେଳେ ପାଣି କଳା ପାହାଡ଼ କୁ ମିଳିଲା ନାହିଁ ସେ ତର୍କ୍ଷଣ ଚିନ୍ତା କଲେ ସୁନ୍ଦରୀ ଜଣଙ୍କ ଗଲେ କୁଆଡେ ତାହା ପରେ ପାଣି ଆଣିବା ସ୍ଥାନକୁ ସେ ଗଲେ ସେଥିରେ ଦେଖିଲେ ସମୁଦ୍ରରେ କେବଳ କୁମ୍ଭ ଟିଏ ବୁଲୁଛି ନା ସେଠାରେ କିଏ ଅଛନ୍ତି ଏହା ଦେଖି କଳା ପାହାଡ ରାଗି ଯାଇ ନିଜ ଖଣ୍ଡାରେ ସେହି କୁମ୍ଭ ଟିକୁ ଭାଙ୍ଗି ଦେଇଥିଲା ଯେମିତି କୁମ୍ଭ ଭାଙ୍ଗିଛି ସଅଁ ସଅଁ ହୋଇ ସମୁଦ୍ର ଗର୍ଭରୁ ମାଡ଼ି ଆସିଲା ଲହରୀ ସେହି ଲହରୀ ଏତେ ଭୟଙ୍କର ଥିଲା ଯେ ସେଠାରୁ ହିଁ କଳା ପାହାଡ ଆଦୂଷ୍ୟ ହୋଇଗଲା ଏହା ପର ଠାରୁ କଳା ପାହାଡ କେଉଁଠୀ କେମିତି ମୃତ୍ୟୁ ହେଲା କେଉଁ ଆଡ଼େ ଗଲା ଏହାର କୌଣସି ପ୍ରକାରର ଠିକ୍ ଖବର ମିଳି ନଥିବା ବେଳେ ରାମ ଚଣ୍ଡୀ ପାଖରେ ତାର ଶେଷ ଯାତ୍ରା ଥିଲା

Leave a Reply

Your email address will not be published. Required fields are marked *