ହେଲୋ ଫ୍ରେଣ୍ଡ୍ ତାଳଚେରର ଗଙ୍ଗାଧର ସାହୁଙ୍କ ପରିବାର 2012 ମସିହା ରେ ମନସ୍ଥ କଲେ ପିଲାମାନଙ୍କ ଖରା ଛୁଟିରେ ବାହାରେ କେଉଁ ଆଡ଼େ ବୁଲି ଆସିବା ପାଇଁ ସେତେ ବେଳେ ତାଙ୍କ ଝିଅ ଲିପ୍ସାରାଣୀ ସପ୍ତମ ଶ୍ରେଣୀରେ ପଢୁଥିଲେ ଓ ପୁଅ ସୋସ୍ତିକ ପଞ୍ଚମ ଶ୍ରେଣୀରେ ପଢୁଥିଲେ ଗଙ୍ଗାଧର ପ୍ଲାନ୍ କଲେ ଖରା ଛୁଟିରେ କେଉଁ ଆଡ଼େ ଯାଇଁ ବୁଲି ଆସିବା ପାଇଁ ଗଙ୍ଗାଧର ତାଳଚେର ଥର୍ମାଲରେ କାମ କରନ୍ତି ସେଥି ପାଇଁ ସେ ଭଡ଼ାରେ ରହୁଥିଲେ ଗଙ୍ଗାଧର ଅଫିସ ରୁ ଛୁଟି ଆଣିଲେ ବୁଲି ଯିବା ପାଇଁ ପିଲା ମାନେ ଚେନ୍ନାଇ ଯାଇ ବୁଲି ଆସିବା ପାଇଁ କହିଲେ ସମସ୍ତେ ପ୍ରସ୍ତୁତ ହେଲେ ଚେନ୍ନାଇ ଯିବା ପାଇଁ ତାହା ପରେ ଗଙ୍ଗାଧର ଓ ତାଙ୍କ ପରିବାର ସଜବାଜ ହୋଇ ଚାଲିଲେ ଷ୍ଟେସନ କୁ ତାଙ୍କ ଘର ପାଖରେ ଥାଏ ଥର୍ମାଲ ଷ୍ଟେସନ ଘରୁ ସକାଳୁ ସକାଳୁ ଯାଇଁ ପହଞ୍ଚି ଗଲେ ଷ୍ଟେସନ ନିକଟରେ ଷ୍ଟେସନ ରେ କେଉଁ ବି ଟ୍ରେନ ବେଶୀ ସମୟ ରହେ ନାହିଁ ସେଥି ପାଇଁ ଗଙ୍ଗାଧର ନିଜ ସ୍ତ୍ରୀ କୁ କହିଲେ ତମେ ଆଗେ ଚଢ଼ିଯିବ ଟ୍ରେନ ରେ ମୁଁ ଲଗେଜ ନେଇ ପରେ ଚଢ଼ିବି ମୋ କଥା ଚିନ୍ତା କରିବ ନାହିଁ ମୁଁ ସୁବିଧାରେ ବ୍ୟାଗ୍ ନେଇ ଚଢ଼ିବୀ କିଛି ସମୟ ପରେ ପ୍ଲାଟଫର୍ମ ରେ ଟ୍ରେନ ଆସି ଲାଗିଲା ତାହା ପରେ ଲିପ୍ସା ଓ ତାଙ୍କ ଭାଇଙ୍କ ହାତକୁ ଧରି ତାଙ୍କ ବୋଉ ଟ୍ରେନ ରେ ଚଢିଲେ |
ତାଙ୍କ ପଛକୁ ଗଙ୍ଗାଧର ବି ସବୁ ଲଗେଜ ଧରି ଟ୍ରେନ ରେ ଚଢ଼ି ଗଲେ ତାହା ପରେ ସମସ୍ତେ ସିଟ ରେ ବସିଲେ ଆଉ ତାହା ପରେ ଗଙ୍ଗାଧର ଦେଖିଲେ ଗୋଟିଏ ବଡ଼ ବ୍ୟାଗ୍ ନାହିଁ ଚେନ୍ନାଇ ଯିବା ପାଇଁ ନୁଆ ବ୍ୟାଗ୍ କିଣିଥିଲେ ଆଉ ସେଥିରେ ଟିକେଟ ଓ ଟଙ୍କା ପଇସା ଥିଲା ଆଉ ମାନେ ମାନେ ବ୍ୟସ୍ତ ବିବ୍ରତ ହୋଇ ଯାଉଥାନ୍ତି ତାଙ୍କ ସ୍ତ୍ରୀ ପଚାରିଲେ କଣ ହେଲା ଗଙ୍ଗାଧର କହିଲେ ବଡ ବ୍ୟାଗ୍ ଟି ବୋଧେ ଷ୍ଟେସନ ରେ ରହିଗଲା ସେଥିରେ ସବୁ କିଛି ଥିଲା ଯଦି ବ୍ୟାଗ୍ ନମିଳେ ଚେନ୍ନାଇ ଯିବା ମୁସ୍କିଲ ହୋଇଯିବ ଏହି କଥା ଶୁଣି ଲିପ୍ସାଙ୍କ ବୋଉ କହିଲେ କଣ କରିବା ଏବେ ଗଙ୍ଗାଧର କହିଲେ କିଛି ବ୍ୟସ୍ତ ହୁଅ ନାହିଁ ଜଗନ୍ନାଥ ଚାହିଁଲେ ସବୁ ଠିକ୍ ହୋଇଯିବ ତମେ ପିଲାମାନଙ୍କୁ ନେଇ ଭୁବନେଶ୍ଵରରେ ପହଞ୍ଚ ମୁଁ ଏଠାରେ ଓହ୍ଲାଇ ପଡୁଛି ଆଉ ବ୍ୟାଗ୍ ଟି ଷ୍ଟେସନ ରୁ ନେଇ ପଛ ଟ୍ରେନ ରେ ଭୁବନେଶ୍ଵରରେ ପହଞ୍ଚୁଛି ଏହା ଶୁଣି ଲିପ୍ସା ଙ୍କ ବୋଉ କହିଲେ ହୋଇ ତମେ ଦେଖିକି ଓହ୍ଲାଅ ସୁରକ୍ଷିତ ରେ ଫେରିବ ତାହା ପରେ ଗଙ୍ଗାଧର ଓହ୍ଲାଇ ଟ୍ରେନ ଟ୍ରକ୍ ରେ ଧାଇଁ ବାକୁ ଲାଗିଲେ ଏବେ ବାପାଙ୍କ ସ୍ଥିତି ଦେଖି ପିଲାମାନଙ୍କର ଖୁସୀ ମଧ୍ୟ ମଳିନ ପଡିଗଲାଣି ମୁଁହ ଶୁଖାଇ ବସି ଥାଆନ୍ତି |
ଦୁଇ ଜଣା ଜାଙ୍କ୍ ପିଲାଙ୍କ ଶୁଖିଲା ମୁଁହ ଦେଖି ବୋଉ କହିଲେ ଜମା ମନଦୁଃଖ କରନି ପ୍ରଭୁ ଜଗନ୍ନାଥଙ୍କୁ ଡାକ ସେ ସବୁ ଠିକ୍ କରିଦେବେ ବାପା ବି ଭଲରେ ଭଲରେ ବ୍ୟାଗ୍ ଧରି ଫେରି ଆସିବେ ଏତିକି କହି ବୋଉ ଚୁପ୍ ହୋଇ ବସିଲେ କିନ୍ତୁ ଲିପ୍ସା ଲକ୍ଷ କଲେ ବୋଉ ମୁଁହ ବୁଲାଇ କାନ୍ଦୁଛନ୍ତି ଲିପ୍ସା ତାଙ୍କ ବୋଉ ପାଖକୁ ଯାଇଁ କହିଲେ ବୋଉ ତୁ ଜମା ବ୍ୟସ୍ତ ହନା ବାପା ଭଲରେ ଫେରି ଆସିବେ ଲିପ୍ସା ଓ ତାର ଭାଇ ଦୁଇ ଜଣ ସିଟ ରେ ବସି ଆଖି ବୁଜି ଜଗନ୍ନାଥଙ୍କୁ ମନରେ ସ୍ପରଣ କରି କୋଉଥନ୍ତି ଆମେ ପଛେ ଚେନ୍ନାଇ ଯିବୁ ନାହିଁ କିନ୍ତୁ ଆମ ବାପାଙ୍କୁ ଭଲରେ ଫେରେଇ ଆଣ ଆମେ କିଛି ଚାହୁନି ଗଙ୍ଗାଧର ମଧ୍ୟ ଟ୍ରେନ୍ ଟ୍ରକ୍ ରେ ଧାଇଁ ଧାଇଁ ଅନେକ ବାଟ ଆସି ସାରିଲେଣି ଆଉ ଟ୍ରାକ ରେ ଦୌଡ଼ି ଦୌଡ଼ି ତାଙ୍କ ଗୋଡ଼ ଦିଟାର ଅବସ୍ଥା ଖରାପ ହୋଇଗଲାଣି କିନ୍ତୁ ଧର୍ଯ୍ୟ ହରାଇ ନାହାନ୍ତି ଗଙ୍ଗାଧର ଆଉ ଭାବୁ ଥାନ୍ତି ପିଲାମାନେ ଭଲରେ ପହଞ୍ଚିବେ କି ନାହିଁ ଭାବି ଭାବି କୋଉଥାନ୍ତି ହେ ପ୍ରଭୁ ମୋ ବ୍ୟାଗ୍ ଟି ଭଲରେ ଥାଉ ସେଥିରେ ଟଙ୍କା ପଇସା ସବୁ ଅଛି |
କେହି ଯେମିତି ସେଇଟାକୁ ନନେଇ ଯାଉ ମୋ ପିଲାମାନଙ୍କୁ ତୋ ଭରଷାରେ ଛାଡି ଆସିଛି କାଳିଆ ଆଶା ଅଛି ଭରଷା ଭଙ୍ଗିବୁନି ଟ୍ରେନ ଟ୍ରକ୍ ରେ ଦୌଡ଼ି ଦୌଡ଼ି ଆସିଥାନ୍ତି ଓ ଜୟ ଜଗନ୍ନାଥ କହୁଥାନ୍ତି ବାଟରେ ଦେଖିଲେ ଗୋଟିଏ ଛୋଟ ପିଲାଟିଏ ଗାଈ ଚରାଉ ଥିଲା ଓ ଜଗନ୍ନାଥ ଙ୍କର ଭଜନ ଗାଉଥିଲା ତାକୁ ଗଙ୍ଗାଧର ପଚାରିଲେ ଥର୍ମାଲ ଷ୍ଟେସନ ଟି ଆଉ କେତେ ବାଟ ପିଲାଟି କହିଲା ହେଇତ ଦେଖା ଯାଉଛି ଗଙ୍ଗାଧର ପିଲାଟିକୁ ଦେଖି ମନରେ ଆଶ୍ୱସ୍ତି ଅନୁଭବ କରୁଥିଲେ ପିଲାଟି ଦେଖିବାକୁ ସିନା କଲା ସୁନ୍ଦର ଆକର୍ଷଣ ଚେହେରା ପାଇଛି ମୁଣ୍ଡରେ ଗୋଟିଏ ଗାମୁଛା ବନ୍ଧିଛି ଓ ହାତରେ ଗୋଟିଏ ବାଡ଼ି ଧରିଛି ଗଙ୍ଗାଧର ପିଲାଟିକୁ ଧନ୍ୟବାଦ୍ ଦେଇ ପୁଣି ଦୌଡ଼ି ଲେ ଷ୍ଟେସନ ଆଡକୁ ପିଲାଟି ଡାକିକି କହିଲା ହୋ ବାବୁ ଟ୍ରକରେ କାହିଁକି ଦୌଉଡୁଛ ପଡ଼ିଯିବ ଯଦି ଖଣ୍ଡିଆ ଖାବରା ହୋଇଯିବ ପିଲାଟି କହିଲା କାହିଁକି ତମେ ଦୌଡୁଛ ତମ ଜିନିଷ ସୁରକ୍ଷିତ ରେ ଅଛି ପିଲାଟି କଥା ଶୁଣି ଗଙ୍ଗାଧର ଆର୍ଶ୍ଚଯ୍ୟ ହୋଇଭାବିଲେ ମୁଁ କଣ ପାଇଁ ଦୌଡୁଛି |
ପିଲାଟି କେମିତି ଜାଣିଲା କଣ ଏହି ପିଲାଟି ମୋ ବ୍ୟାଗ୍ ରଖିଛି କି ପିଲାଟି କହିଲା ତମେ ତର ତର ହୋଇ ଟ୍ରେନ ରେ ଚଢ଼ିଗଲ ମୁଁ ତମ ବ୍ୟାଗ୍ କୁ ସେ ଷ୍ଟେସନ ମାଷ୍ଟର ପାଖରେ ରଖି ଦେଇ ଆସିଛି ତୁମ ବ୍ୟାଗ୍ ସୁରକ୍ଷିତ ରେ ଅଛି ତମେ ଜମା ବ୍ୟସ୍ତ ହୁଅନି ଆରାମରେ ଯାଆ ଆଉ ବ୍ୟାଗ୍ ଟିକୁ ନେଇ ଆସିବ ପଲାଟିର କଥା ଶୁଣି ଗଙ୍ଗାଧର କହିଲେ ତମେ ସତ କୋଉଛ ମୋ ବ୍ୟାଗ୍ ସେ ଷ୍ଟେସନ ମାଷ୍ଟର ପାଖରେ ଅଛି ପିଲାଟି କହିଲା ମୁଁ ମିଛ କୁହେନି ତୁମେ ଯାଅ ଦେଖିକି ନେଇ ଆସିବ ତାହା ପରେ ଗଙ୍ଗାଧର ଷ୍ଟେସନ ପାଖରେ ପହଞ୍ଚିଲେ ଆଉ ଷ୍ଟେସନ ମାଷ୍ଟର ପାଖକୁ ଯାଇ ଗଙ୍ଗାଧର କହିଲେ ମୁଁ ଏଠାରେ ବ୍ୟାଗ୍ ଟି ଭୁଲି ଯାଇଥିଲି ଶୁଣିଲି ଆପଣଙ୍କ ପାଖରେ ଅଛି ବ୍ୟାଗ୍ ଟି ମୁଁ ଅଧା ରାସ୍ତାରୁ ଟ୍ରେନ ରୁ ଓହ୍ଲାଇ ଦୌଡ଼ି ଦୌଡ଼ି ଆସିଛି ଷ୍ଟେସନ ମାଷ୍ଟର କହିଲେ ତୁମ ବ୍ୟାଗ୍ କି ଜାଣିବା ପାଇଁ ଆଗ କୁହ ସେଥିରେ କଣ ଅଛି |
ତମେ ଠିକ୍ ରେ କ…ବ୍ୟାଗ ଟି ତୁମର ବୋଲି ଜଣା ପଡ଼ିବ ଆଉ ତୁମକୁ ଦିଆଯିବ ଗଙ୍ଗାଧର ସବୁ ଠିକ୍ ଠିକ୍ କରି କହି ବ୍ୟାଗ ଟି ଆଣିବା ବେଳେ ଦେଖିଲେ ଷ୍ଟେସନ ମାଷ୍ଟର ଙ୍କ ପାଖରେ ଥିବା ଫଟୋ ତଳେ ବ୍ୟାଗ୍ ଟି ରଖା ଯାଇଛି ବ୍ୟାଗ୍ ଆଣିବା ବେଳେ ଷ୍ଟେସନ ମାଷ୍ଟର କହିଲେ ମୋ ପାଖରେ ତୁମ ବ୍ୟାଗ୍ ଅଛି ବୋଲି କେମିତି ଜାଣିଲ ଷ୍ଟେସନ ମାଷ୍ଟର ଆଗରେ ଗଙ୍ଗାଧର ସବୁ କହିଲେ ଗଙ୍ଗାଧର ଙ୍କ କଥା ଶୁଣି ଷ୍ଟେସନ ମାଷ୍ଟର କହିଲେ ଏଠି ଗାଈ ଚରାଲି ଆସିଲେ କୁଆଡୁ ବ୍ୟାଗ୍ ଟି ଷ୍ଟେସନ ପାଖରେ ଥିଲା ତେଣୁ ତାକୁ ଉଠାଇ ମୋ ପାଖକୁ ନେଇ ଆସିଲି ଓ ଏହି ଜଗନ୍ନାଥ ଫଟୋ ତଳେ ରଖି ଦେଲି ଦ୍ୱିତୀୟ ବ୍ୟକ୍ତି ଏହା ବିଷୟରେ କିଛି ଜାଣି ନାହାନ୍ତି ତେବେ ସେ ଗାଈ ଚରାଳି ପିଲା ଜାଣିଲା କେମିତି ତାହା ଛଡା ଆଖ ପାଖରେ କୌଣସି ଗାଈ ଚରାଳୀ ନାହାନ୍ତି କି ଗାଈ ଟ୍ରାକ ପାଖକୁ ଆସନ୍ତି ନାହିଁ |
ଅନେକ ବର୍ଷ ହେଲା ମୁଁ ଚାକିରି କରିଛି ସବୁ ଦିନ ଆମର ଟ୍ରକ୍ ରେ ପଟ୍ରୋଳିଂ ହୁଏ ସେହି ଭଳି ଗାଈ ଚରାଳି କେବେ ଦେଖି ନାହୁଁ ତୁମକୁ ବୋଧେ ସେ ଜଗନ୍ନାଥ ସାହାଯ୍ୟ କରିବା ପାଇଁ ଆସିଥିଲେ ତୁମେ ସତ୍ୟରେ ଧନ୍ୟ ହୋଇଗଲ ଗଙ୍ଗାଧର ଜଗନ୍ନାଥ ଫଟୋ କୁ ଦେଖୁ କାନ୍ଦି ପକାଇ କହିଲେ ମହା ପ୍ରଭୁ କେତେ ଦୟାବାନ୍ ଆପଣ ଖୋଲା ମନରେ ଡାକି ଦେଲେ ରତ୍ନ ସିଂହାସନ ଛାଡି ଚାଲି ଆସୁଛ ମୁଁ ତ ପାପି ଟିଏ ବସ୍ତୁ ପ୍ରେମ ରେ ଦୌଡ଼ି ଥିଲି ତୁମକୁ ଚିହ୍ନି ଥାଆନ୍ତି କେମିତି ମତେ ବାଳକ ରୂପରେ ଦର୍ଶନ ଦେଇ ଧନ୍ୟ କରିଦେଲ ଠାକୁରେ ତାହା ପରେ ଭୁବନେଶ୍ୱର ଯାଇ ସେଠାରୁ ଚେନ୍ନାଇ ଯାଇ ଭକରେ ବୁଲି ଘରକୁ ଫେରିଲେ