ନମସ୍କାର ଦର୍ଶକବନ୍ଧୁ ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା ଗଜପତି ଜିଲ୍ଲା କାଶୀନଗର ଠାରେ ବିପଦ ସଂକେତ 54.60 ମିଟର ରହିଥିବା ବେଳେ ବର୍ତ୍ତମାନ ସେ 54.90 ମିଟର ରହିଛି ଜଳସ୍ତର ଯୋଗୁଁ ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି ଏଥିପାଇଁ ଆନ୍ଦ୍ର 17 ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରୁଥିବାରୁ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି |ବର୍ଷା ଅଧିକ ହେଲେ ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଧିକ ରହିଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି ପ୍ରଶାସନ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି |
ସେପଟେ ନଦୀର ତଳ ମୁଣ୍ଡରେ ଅର୍ଥାତ ଆନ୍ଦ୍ରପ୍ରଦେଶର ସିକାମକୁଲମ ଜିଲ୍ଲାର ଗୋଦାବରୀଶ ଠାରେ 17 ଟି ଗେଟ ଖୋଲାଯାଇ ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଛି ବର୍ତ୍ତମାନ 42.937କ୍ୟୁସେଜ ଜଳ ନିଷ୍କାସିତ ହୋଇଛି ଜଳ ପରିଚାଳନା ଉପରେ ଗଜପତି ପ୍ରଶାସନ ନଜର ରଖିଥିବା ବେଳେ ଏହା ଆନ୍ଦ୍ରପ୍ରଦେଶର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଥିବା ବେଳେ ତଳିଆ ଅଞ୍ଚଳକୁ ସତର୍କତା ସୂଚନା ଜାରି କରାଯାଇଛି |
ଏପଟେ ଲଗାଣ ବର୍ଷା ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ କେଉଁଠି ରାସ୍ତା ଉପରେ ପାଣି ପ୍ରଭାବିତ ହେଉଛି ତ କେଉଁଠି ଘାଇ ସୃଷ୍ଟି ହୋଇ ଯୋଗା ଯୋଗ ବିଛିନ୍ନ ହୋଇଯାଇଛି ଏପରି ପକ୍ଷରେ ସବୁ ଜିଲ୍ଲାକୁ ସତର୍କ ରହିଥିବା ବେଳେ ଆବଶ୍ୟକୀୟ ସ୍ଥଳରେ ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ କୁହାଯାଇଛି |
ସମଗ୍ର ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ 12 ଜିଲ୍ଲାରେ ସରକାରୀ ଏବଂ ବେସରକାରୀ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି |