ଘନୀଭୂତ ହେଉଛି ଲଘୁଚାପ ପ୍ରବଳ ବର୍ଷା ପବନ ସହିତ ଘଡ଼ଘଡ଼ିର ସମ୍ଭାବନା ,ଏହି ସବୁ ଜିଲ୍ଲାକୁ ସତର୍କ ଘରୁ ନ ବାହାରିବା ପାଇଁ ନିର୍ଦେଶ ଦେଲେ IMD |

ନମସ୍କାର ଦର୍ଶକବନ୍ଧୁ ଗଭୀର ଅବପାତର ରୂପ ନେଲା ଲଘୁଚାପ 5 ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ତେବେ ଆଜି ଯାଏଁ ଆପଣଙ୍କୁ ସତର୍କତା ରହିବାକୁ ପଡିବ 5 ଜିଲ୍ଲା ସହ 13 ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ତେବେ ଓଡ଼ିଶାରେ ଆଜି ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସହ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ର ସମ୍ଭାବନା ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଏମିତିକି ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ଉତ୍ତର ଭାଗରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେବେ ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କତା କରାଯାଇଛି ତେବେ ଘଣ୍ଟା ପ୍ରତି 20 ରୁ 30 ମିଲିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି |ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି

ପ୍ରବଳ ବର୍ଷା ହେବା ମାତ୍ରାରେ ଦୃଶ୍ୟମାନ କ୍ଷମତା କମିବା ସହିତ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ |ତଳିଆ ଅଞ୍ଚଳରେ ଆକସ୍ମିକ ଧନ ଉପୁଜିପାରେ ବଜ୍ରପାତ ସମୟରେ ପଦାକୁ ନ ବାହାରିବା ପାଇଁ ସତର୍କ କରାଯାଇଛି ଅତି ଭୀଷଣ ବର୍ଷାକୁ ନେଇ 5 ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ବାଲେଶ୍ୱର ,ମୟୁରଭଞ୍ଜ ,କେଉଁଝର ,ଅନୁଗୁଳ ଏବଂ ଢେଙ୍କାନାଳକୁ ରେଡ଼ ଆଲର୍ଟ ଜାରି କରାଯାଇଛି |ଏହା ଛଡ଼ା ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡା ,କଟକ ,ଜଗତସିଂହ ପୁତ୍ର ,ଖୋର୍ଦ୍ଧା ,ବୌଦ୍ଧ ,ପୁରୀ ,ସୋନପୁର ,ଦେବଗଡ଼ ,ସମ୍ବଲପୁର ,ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ କୁ ଅରେଞ୍ଜ ଆଲର୍ଟ ଜାରି ହେଲା

ପ୍ରବଳ ବର୍ଷା ନେଇ ସେହିଭଳି 7 ଜିଲ୍ଲାକୁ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି |ତେବେ ଘଣ୍ଟା ପ୍ରତି 54 ରୁ 55 କିଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *