ପାଣିପାଗ ବିଭାଗ ତରଫରୁ ଆସିଲା ବଡ଼ ଅପଡେଟ ଏହି ସବୁ ଜିଲ୍ଲାରେ ବଢିପାରେ ବର୍ଷାର ପରିମାଣ ,ଆହୁରି ଚାରିଦିନ ପ୍ରବଳ ବର୍ଷିବ |

ନମସ୍କାର ଦର୍ଶକବନ୍ଧୁ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା 12 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ଏହାର ପ୍ରଭାବରେ ଅଗଷ୍ଟ 4 ତାରିକ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା କରାଯାଇଛି |ଏଥି ଯୋଗୁଁ ବୈତରଣୀ ,ସୁବର୍ଣ୍ଣରେଖା ,ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ଫୁଲିବ ଏହି ନଦୀ ଗୁଡ଼ିକରେ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି |

ପାଣିପାଗ ବିଭାଗ ସୂଚନା ଅନୁଯାଇ ମଙ୍ଗଳବାର ଏବଂ ବୁଧବାର ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ |ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁସାରେ ବୁଧବାର ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ,ଯାଜପୁର ,ପୁରୀ ,ଖୋର୍ଦ୍ଧା ,କଟକ ,କେନ୍ଦ୍ରାପଡା ଏବଂ ଜଗତସିଂହ ପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଏହି ସବୁ ଜିଲ୍ଲା ଗୁଡ଼ିକରେ 15 ରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ଏହି ସବୁ ଜିଲ୍ଲା ଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଠିକ ସେହିପରି ଏହି ସମୟରେ କେଉଁଝର ,ଅନୁଗୁଳ ,ଦେବଗଡ଼ ଏବଂ ସୁନ୍ଦରଗଡ଼ ,ସମ୍ବଲପୁର , କେଉଁଝର,ରାୟଗଡ଼ା ,ନବରଙ୍ଗପୁର ,କୋରାପୁଟ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ |

ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ରାଜ୍ୟରେ କେତେକ ସ୍ଥାନରେ ବର୍ଷାର ପରିମାଣ ଜୋର ହେବାରୁ ରାସ୍ତା ଘାଟ ଏବଂ ଲୋକଙ୍କ ଘରେ ପାଣି ପଶି ଯାଇଛି ଭୁବନେଶ୍ୱର ରେ ସର୍ବାଧିକ 146 ମିଲିମିଟର ବର୍ଷା ହେଇଚି ବାରିପଦାରେ 14.2 ଏବଂ ଫୁଲବାଣୀରେ 18.2 ବର୍ଷା ହେବାର ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *