ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ,ସରକାର ଘୋଷଣା କଲେ ଏଭଳି ବଡ଼ ନିଷ୍ପତି ,ଦେଖନ୍ତୁ କଣ ରହିଛି |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଯୁକ୍ତ ଦୁଇ ପଢିବାକୁ ଯାଉଥିବା ରାଜ୍ୟର ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଆଉ କିଛି ବଡ଼ ଖବର ଏନେଇ ଜାରି ହେଲା ନୂଆ ସୂଚନା ଆସନ୍ତୁ ଜାଣିବା କେଉଁ ତାରିକରୁ ଆରମ୍ଭ ହେବ କ୍ଲାସ କେଉଁ ତାରିକରୁ ସେମାନେ ୟୁନିଫର୍ମ ପିନ୍ଧି କ୍ଲାସ କରିବେ ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ |ଅଗଷ୍ଟ ପହିଲାରୁ ଅର୍ଥାତ ରାଜ୍ୟର ଆଜି ଠାରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠ ପଢା ଆରମ୍ଭ ହେବ |

2023-24 ଶିକ୍ଷାବର୍ଷରେ ନାମ ଲେଖାଇ ଥିବା ପିଲାଙ୍କ ପାଇଁ ପ୍ରତି ବିଦ୍ୟାଳୟରେ ପ୍ରବେଶ ଉତ୍ସବର ଆୟୋଜନ କରାଯିବ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆର ଆୟାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ଏହି ପ୍ରବେଶ ଉତ୍ସବରେ ପିଲାଙ୍କ ପାଇଁ କେଉଁ ସବୁ କାର୍ଯ୍ୟକ୍ରମର ଆୟୋଜକ କରାଯିବ ସେନେଇ ଉଲେଖ ଭାବରେ ବିସ୍ତୃତ ରହିଛି |

ନୂଆ କରି ଶିକ୍ଷାନୁଷ୍ଠାନ କୁ ଆସିଥିବା ପିଲାଙ୍କୁ ସ୍ୱାଗତ କରିବା ସୁସଜିତ ହଲର କାର୍ଯ୍ୟକ୍ରମ ଆୟୋଜନ କରାଯିବ ଆବଶ୍ୟକ ସ୍ଥଳେ ବିଭାଗ ଅନୁସାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ |ଏଥିରେ ପିଲାଙ୍କୁ ଶିକ୍ଷାନୁଷ୍ଠାନର ଇତିହାସ ,କାର୍ଯ୍ୟକଳାପ ଓ ନିୟମ ବିଷୟରେ ସୂଚିତ କରାଯିବ |

ସେହିପରି ପିଲା ୟୁନିଫର୍ମ ପରିଚୟ ପତ୍ର ଉପରେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ପକ୍ଷରୁ ଗୁରୁତ୍ୱ ଆରୋପ କରାଯାଇଛି ଅଗଷ୍ଟ 14 ତାରିକ ସୁଦ୍ଧା ଛାତ୍ର ଛାତ୍ରୀ ୟୁନିଫର୍ମ ପିନ୍ଧି କ୍ଲାସ କରିବେ | ତେବେ ସ୍ଥାୟୀ ପରିଚୟ ପତ୍ର ମିଳି ନଥିଲେ ଅସ୍ଥାୟୀ ପରିଚୟ ପ୍ରଦାନ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ |

ନିୟମିତ ଅଭିଭାବକ ଶିକ୍ଷକ ବୈଠକ ଆୟୋଜନ ପାଇଁ ନିର୍ଦେଶ ଦିଆଯାଇଛି ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କ୍ୟାରିୟର ପୋର୍ଟାଲ ସମ୍ପର୍କିତ ତଥ୍ୟ ପିଲାମାନେ ଶିକ୍ଷା ଆରମ୍ଭରୁ ଜାଣି ରଖିବା ଜରୁରୀ |

Leave a Reply

Your email address will not be published. Required fields are marked *