ଜାଣନ୍ତୁ ଏହି ୪ଟି ସଙ୍କେତରୁ ଭଗବାନ ଆପଣଙ୍କ ସହିତ ଅଛନ୍ତି କି ନାହିଁ ,ଭଗବାନଙ୍କୁ ବିଶ୍ୱାସ କରୁଥିଲେ ଥରେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ସମସ୍ତ ମନୁଷ୍ୟ ମାନଙ୍କ ଭିତରେ ଈଶ୍ୱର ବାସ କରିଥାଆନ୍ତି ଏହା ସତ୍ୟ କିନ୍ତୁ ସେହି ଈଶ୍ୱର ଆମ ସହ ଅଛନ୍ତି କି ନାହାଁନ୍ତି ସେହି ଈଶ୍ଵରଙ୍କ କୃପା ଆମ ଉପରେ ଅଛି କି ନାହିଁ ଏହା ଜାଣିବା ପାଇଁ ସେ ଈଶ୍ୱର ଆମକୁ 4 ଟି ସଙ୍କେତ ଦେଇଥାଆନ୍ତି |ବନ୍ଧୁଗଣ ଆଜି ଆମେ ଜାଣିବା ସେହି ଚାରୋଟି ସଙ୍କେତ ବିଷୟରେ ଯେଉଁ ସଙ୍କେତ ଈଶ୍ୱର ତାଙ୍କ ଭକ୍ତଙ୍କୁ ଦେଇ ଥାଆନ୍ତି ଏହା ସବୁ ଜଣାଇବା ପାଇଁ |ତାଙ୍କ ପାଖରେ ସର୍ବଦା ମାନେ ଭକ୍ତଙ୍କ ପାଖରେ ସର୍ବଦା ତାର ଭଗବାନ ରହି ଥାଆନ୍ତି ଏହି ଚାରୋଟି ବିଶେଷ ସଙ୍କେତ ଆପଣଙ୍କ ଜୀବନରେ ଯେବେ ଦେଖାଦେବ ତାହେଲେ ବୁଝି ଯାଆନ୍ତୁ ଭଗବାନଙ୍କ ଆପଣଙ୍କ ଉପରେ ସଦା ସର୍ବଦା ରହିଛନ୍ତି ଈଶ୍ୱରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି | ଆପଣଙ୍କ ଇଷ୍ଟ ଦେବ ,ପିତୃଦେବ ଏବଂ ସପରିବାର ଆପଣଙ୍କ ଉପରେ ରହିଛନ୍ତି କଣ ସେହି ସଙ୍କେତ ଆସନ୍ତୁ ଜାଣିବା ଯାହାକି ଆମମାନଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ଅଛି ବୋଲି ଆମେ ଜାଣି ପାରିବା |

ପ୍ରଥମ ସଙ୍କେତ ସ୍ବପ୍ନ ସିଦ୍ଧ ହେବା ବନ୍ଧୁଗଣ ଆପଣ ରାତିରେ ଯେଉଁ ସ୍ବପ୍ନ ଦେଖି ଥାଆନ୍ତି ତାହା ଦିନରେ ବେଳେବେଳେ ସତ ହୋଇଥାଏ ଏବଂ ବେଳେବେଳେ ଅନୁଭବ ହୁଏ ଯେ ଏହି ପରିସ୍ଥିତି ଆପଣଙ୍କ ସହିତ ଆଗରୁ ଘଟୁଛି ଯଦି ଏପରି କିଛି ଆପଣଙ୍କୁ ଅନୁଭବ ହେଉଛି ବା ଏପରି କିଛି ଆପଣ ଅନୁଭବ କରୁଛନ୍ତି ତାହେଲେ ବୁଝି ଯାଆନ୍ତୁ ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଛି ସେଥିପାଇଁ ଆପଣ ଭଲ କର୍ମ କରି ଚାଲନ୍ତୁ ଦେଖିବେ ନିଶ୍ଚିତ ଆପଣଙ୍କୁ ଆଗକୁ ସଫଳତା ମିଳିବ ଏବଂ ସର୍ବଦା ଭଗବାନଙ୍କ କୃପା ଆପଣଙ୍କ ଉପରେ ବନି ରହିବ ଆଉ ଆପଣ ଆପଣଙ୍କ ଇଷ୍ଟ ଦେବଙ୍କୁ ପୂଜା କରନ୍ତୁ ତାଙ୍କ ଆଶୀର୍ବାଦରୁ ଆପଣଙ୍କୁ ଆପଣଙ୍କ ଜୀବନ ସୁଖମୟ ହେବ

ଦ୍ୱିତୀୟ ସଙ୍କେତ-ଯଦି ଆପଣଙ୍କ ସ୍ୱପ୍ନରେ କୌଣସି ଦେବାଳୟ ବା ମନ୍ଦିର ବା ମହିଳା ବା ଦେବୀଙ୍କର ଦର୍ଶନ ମିଳେ ତେବେ ଆପଣ ବିଶ୍ୱାସ କରନ୍ତୁ ଯେ ଆପଣଙ୍କ ଉପରେ ଦେବୀ କୃପା ରହିଛି ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନଙ୍କ ଦର୍ଶନ ହୁଏ ତାହେଲେ ବୁଝି ଯାଆନ୍ତୁ ଆପଣଙ୍କ ଆତ୍ମା ସହିତ ଆପଣଙ୍କ ପରମାତ୍ମା ଙ୍କ ମିଳନ ହୋଇଛି ସେହି ପରମାତ୍ମା ହେଉଛନ୍ତି ଆପଣ ବିଶ୍ୱାସ କରୁଥିବା ଈଶ୍ୱର ଯିଏ କି ଆପଣଙ୍କ ସ୍ୱପ୍ନରେ ଆପଣଙ୍କ ଆତ୍ମା ସହିତ ପରିଚିତ ହୋଇ ଥାଆନ୍ତି ଯେତେବେଳେ ମନୁଷ୍ୟର ଶରୀର ଶୋଇପଡ଼େ ସେତେବେଳେ ତା ଆତ୍ମା ଚେଇଁଥାଏ ଏବଂ ସେହି ସମୟରେ ଆତ୍ମା ଈଶ୍ୱରଙ୍କ ପ୍ରାର୍ଥନା କରେ ଯଦି ଆପଣଙ୍କୁ କେବେ ଏଭଳି ସଙ୍କେତ ମିଳେ ଆପଣ ବୁଝି ଯାଆନ୍ତୁ ଆପଣଙ୍କ ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି |

ତୃତୀୟ ସଙ୍କେତ -ଯଦି ଆପଣଙ୍କ କୌଣସି କାର୍ଯ୍ୟ କରିବାରେ ଇଛା ହେଲା ବା ଆପଣଙ୍କ କୌଣସି କାର୍ଯ୍ୟ ପାଇଁ ଆପଣ ଅଗ୍ରସର ହେଲେ ଆଉ ଆପଣ ସେହି କାର୍ଯ୍ୟକୁ କଲେ ଆଉ ସେହି କାର୍ଯ୍ୟଟି ଆପଣଙ୍କ ସିଦ୍ଧ ହୋଇଗଲା ବନ୍ଧୁଗଣ ଏଭଳି କୌଣସି କାର୍ଯ୍ୟ ଅଛି ଯାହା ଆପଣଙ୍କ ପାଇଁ ଅସମ୍ଭବ କିନ୍ତୁ ଆପଣ ସକ୍ଷମ ମାନି ସମ୍ପୂର୍ଣ୍ଣ ରୂପରେ କରିପାରିଲେ ଆପଣ ସେହି କାର୍ଯ୍ୟକୁ ସକ୍ଷମ ରୂପେ ବିବେଚିତ କରିପାରିଲେ ତେବେ ବୁଝି ଯାଆନ୍ତୁ ଆପଣ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି ଏବଂ ଖାଲି ସେହି କାର୍ଯ୍ୟ ନୁହେଁ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହେବ ଏବଂ ଏହା ଦ୍ୱାରା ଈଶ୍ୱରଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବନି ରହିବାର ପ୍ରମାଣ ମିଳୁଛି |

ଚତୁର୍ଥ ସଙ୍କେତ -ଯଦି ଆପଣ କୌଣସି ଅସୁବିଧାରେ ଅଛନ୍ତି ଏବଂ ଆପଣଙ୍କ ସହିତ କୌଣସି ଅଘଟଣ ହୋଇଛି ଆଉ ଆପଣ ତଥାପି ବହୁତ ଚିନ୍ତାରେ ରହିଛନ୍ତି ମାନେ ସକାରାତ୍ମକ ଚିନ୍ତାରେ ରହିଛନ୍ତି ଆପଣଙ୍କ ଯେତେ ଖରାପ ହେଲେ ବି ଆପଣ କାହା ବିରୁଦ୍ଧରେ ଖରାପ ଚିନ୍ତା ଧାରା ଭାବୁ ନାହାଁନ୍ତି ଆପଣଙ୍କ ମନ ପ୍ରସନ୍ନ ରହୁଛି ଆପଣ ଖୁସି ଅଛନ୍ତି ହଜାର ଦୁଃଖ ମଧ୍ୟରେ ଆପଣ ଶାନ୍ତିରେ ଅଛନ୍ତି କାହାକୁ ଗାଳି ଦେଉ ନାହାଁନ୍ତି ଆପଣଙ୍କ କେହି ଖରାପ କଲେବି ଆପଣ ତାହାର ଭଲ ଚିନ୍ତା କରୁଛନ୍ତି ଆପଣ ଚାହିଁଲେ ମଧ୍ୟ କାହାର ଖରାପ ଚିନ୍ତା ଧାରା କରିପାରନ୍ତି ନାହିଁ ତାହେଲେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିଛି କାରଣ ଭଗବାନ ନିଜ ଭକ୍ତର କେବେବି ଖରାପ ଚିନ୍ତା ଧାରା କରିପାରନ୍ତି |

Leave a Reply

Your email address will not be published. Required fields are marked *