ଘନୀଭୂତ ହେଉଛି ଲଘୁଚାପ ଏହି ସବୁ ଜିଲ୍ଲାରେ ଆଜି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ,ଦେଖନ୍ତୁ ଆପଣଙ୍କ ଜିଲ୍ଲା ଅଛି କି

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଘନୀଭୂତ ହେଉଛି ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବଢିବ ବର୍ଷାର ପରିମାଣ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିବା ସହିତ ଏହା ଆଗାମୀ 12 ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ ଏହାର ପ୍ରଭାବରେ ରାଜ୍ୟରେ ଅଗଷ୍ଟ 3 ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଆଜି ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ,କେଉଁଝର ,ଅନୁଗୁଳ ,ଢେଙ୍କାନାଳ ,ଯାଜପୁର ,ଭଦ୍ରକ ,ଦେବଗଡ଼ ,ସମ୍ବଲପୁର ,ସୋନପୁର ,ବୌଦ୍ଧ ,ସୁନ୍ଦରଗଡ଼ ,କଟକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଆସନ୍ତା 2 ତାରିକ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବରଗଡ଼ ,ସମ୍ବଲପୁର ,ଦେବଗଡ଼ ,ଅନୁଗୁଳ ,କେଉଁଝର ,ବୌଦ୍ଧ ,ବଲାଙ୍ଗୀରି ,ନୂଆପଡ଼ା ,କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି |

ପ୍ରବଳ ବର୍ଷା ନେଇ 6 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି 3 ତାରିକ ବେଳକୁ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ,ଦେବଗଡ଼ ,ଝାରସୁଗୁଡ଼ା ,ବରଗଡ଼ .ଦେବଗଡ଼ ,କେଉଁଝର ,ସମ୍ବଲପୁର ,ସୋନପୁର ବଲାଙ୍ଗୀରି ,ନୂଆପଡ଼ା ଓ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି |

ଦର୍ଶକବନ୍ଧୁ ଏହା ଥିଲା ଆଜିର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା |ଲଘୁଚାପ ସତ୍ୱେ ବି ଆଜି ମଧ୍ୟ 12 ଟି ଜିଲ୍ଲାରେ ନିୟନ୍ତ୍ରିତ ପରିସ୍ଥିତି ଜାରି ରହିଛି |ଜୁନ 11 ରୁ ଜୁଲାଇ 30 ମଧ୍ୟରେ ସୁଦ୍ଧା 500 ରୁ ସୀମିତ ଥିବା 400 ମିଲିମିଟର ବର୍ଷା ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *