ନମସ୍କାର ଦର୍ଶକବନ୍ଧୁ ମରିବା ସମୟରେ ବା ହାରିବା ସମୟରେ ମଣିଷ ସତ କୁହେ ବୋଲି କୁହାଯାଇ ଥାଏ ତେବେ ମହାଭାରତ କାହାଣୀରେ ମଧ୍ୟ ଏହି ଭଳି ଏକ ଘଟଣା ଘଟିଥିଲା ଯାହା ଅଧିକାଂଶ ଲୋକଙ୍କୁ ଜଣା ନାହିଁ ଯେତେବେଳେ ଭୀମଙ୍କ ଆକ୍ରମଣରେ ଦୁର୍ଯ୍ୟୋଧନ ଭୂମି ଉପରେ ବେହୋସ ହୋଇ ପଡ଼ିଥିଲେ ସେତେବେଳେ ଦୁର୍ଯ୍ୟୋଧନ ହାତ ଉଠାଇ ତିନୋଟି ଆଙ୍ଗୁଳି ଦେଖାଇଥିଲେ |ଦୁର୍ଯ୍ୟୋଧନଙ୍କ ଆଙ୍ଗୁଳି ଦେଖାଇବା ପଛରେ କିଛି ନିର୍ଦିଷ୍ଟ କାହାଣୀ ଲୁଚିକି ରହିଥିଲା ତ ଆସନ୍ତୁ ଜାଣିବା ସେହି ନିର୍ଦିଷ୍ଟ କାରଣ ବିଷୟରେ |ବନ୍ଧୁଗଣ ଆଙ୍ଗୁଳି ଜଣାଇବା ରହସ୍ୟ ବିଷୟରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ ସେଠାରେ ଥିବା ଅନ୍ୟମାନେ ଏହାର ଅର୍ଥ ବୁଝି ପାରିନଥିଲେ | ତେବେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଅନ୍ତର୍ଯ୍ୟାମୀ
ସେ ଦୁର୍ଯ୍ୟୋଧନ ଙ୍କ ଏହି ସଙ୍କେତକୁ ବୁଝି ଯାଇଥିଲେ ଏବଂ ଦୁର୍ଯ୍ୟୋଧନଙ୍କୁ ଶ୍ରୀକୃଷ୍ଣ କହିଥିଲେ ଯେ ତୁମର ହାରିବା ସୁନିଶ୍ଚିତ ଥିଲା ସେଥିପାଇଁ ଅନୁସୂଚିତ କର ନାହିଁ ଏଥିପାଇଁ ହାରିବା ଅବଧାରିତ ଥିଲା ଯେ ତୁମେ ତୁମ ଜୀବନ କାଳ ଭିତରେ କେବେ ଭଲ କାର୍ଯ୍ୟ କରି ନାହିଁ ସବୁବେଳେ ଅନ୍ୟାୟ କରିବା ସହିତ ଅସତ୍ୟର ପକ୍ଷରେ ରହି ଆସିଛ ଅନ୍ୟ ସହିତ କେବଳ ଛନ୍ଦ କପଟ କରି ଆସିଛ ତେଣୁ ତମେ ଯେଉଁ ତିନୋଟି କଥା କରିଥିଲେ ମଧ୍ୟ ଆଜି ଯେଉଁ ଜିତି ଥାଆନ୍ତ ଭାବୁଛ ତାହା ତୁମର ଭୁଲ ଧାରଣା ପୁଣି ଶ୍ରୀକୃଷ୍ଣ କହିଥିଲେ ଯେ ତୁମେ ଯାହା ଭାବୁଛ ଯେ ହସ୍ତୀନାପୁରରେ ଏକ ଦୁର୍ଗ କରି ଥାଆନ୍ତ |
ତାହେଲେ ତୁମର ବିଜୟ ହୋଇ ଥାଆନ୍ତା କିନ୍ତୁ ଜାଣି ରଖ ଯଦି ତୁମେ ସେମିତି କିଛି କରି ଥାଆନ୍ତ ତାହେଲେ ନକୁଳ ତାଙ୍କ ଦିବ୍ୟ ଘୋଡ଼ା ସହାୟତରେ ତାକୁ ଭାଙ୍ଗି ଚୁରମାର କରି ଦେଇଥାଆନ୍ତେ ସେଥିପାଇଁ ଆଉ ଦୁଃଖ କର ନାହିଁ ଏହା ଶୁଣିବା ପରେ ଦୁର୍ଯ୍ୟୋଧଙ୍କ ଗୋଟିଏ ଆଙ୍ଗୁଳି ତଳକୁ ହୋଇ ଯାଇଥିଲା ପୁଣି ଶ୍ରୀକୃଷ୍ଣ କହିଥିଲେ ଯେ ତୁମେ ଭାବୁଛ ଯେ ଅଶ୍ୱସ୍ତମାଙ୍କୁ ଆଗରୁ ସେନାପତି ନ କରି ତମେ ଭୁଲ କରିଛ କିନ୍ତୁ ତାଙ୍କୁ ସେନାପତି କରିଥିଲେ |
ହୁଏତ ତୁମେ ବିଜୟ ହୋଇଥାଆନ୍ତ କିନ୍ତୁ ତୁମେ ସେମିତି ନିଷ୍ପତି ହୁଏତ ନେଇବି ନାହଁ ଯୁଧିଷ୍ଠିରଙ୍କ କ୍ରୋଧ ଏକା ଥରକେ ପୁରା କୌରଵ ପୂରକୁ ପୁରା ଧ୍ୱଂସ କରି ଦେଇଥାଆନ୍ତା ଏକଥା ଶୁଣି ମଧ୍ୟ ଦୁର୍ଯ୍ୟୋଧନଙ୍କ ଦ୍ୱିତୀୟ ଆଙ୍ଗୁଳି ମଧ୍ୟ ତଳକୁ ହୋଇ ଯାଇଥିଲା |ତେବେ ପ୍ରଭୁ ଶ୍ରୀକୃଷ୍ଣ କହିଲେ ଦୁର୍ଯ୍ୟୋଧନ ତୁମେ ଭାବୁଛ କି ମହାତ୍ମା ବିଦୁର ଯଦି ତୁମ ପକ୍ଷରୁ ଆଶ୍ୱସ୍ତ ହୋଇ ଥାଆନ୍ତେ |
ତାହେଲେ ତୁମେ ବିଜୟ ହୋଇ ଥାଆନ୍ତ କିନ୍ତୁ ଏହା ମଧ୍ୟ ସମ୍ପୂର୍ଣ୍ଣ ଭୁଲ ଭାବନା ତୁମର |ମହାତ୍ମା ବିଦୁର ଯଦି ତୁମ ପକ୍ଷରୁ ଅସ୍ତ୍ର ଧରି ଥାଆନ୍ତେ ତାହେଲେ ମୁ ନିଜେ ପାଣ୍ଡଵଙ୍କ ପକ୍ଷରୁ ଯୁଦ୍ଧ କରି ଥାଆନ୍ତି ଏମିତି ଯଦି ହୋଇ ଥାଆନ୍ତା ତାହେଲେ ପରିଣତ କଣ ହୋଇ ଥାଆନ୍ତା ତୁମେ ଜାଣିଛ ଶ୍ରୀକୃଷ୍ଣଙ୍କ ଏହି କଥା ଶୁଣି ଦୁର୍ଯ୍ୟୋଧନଙ୍କ ଏହି ତିନୋଟି ଯାକ ଆଙ୍ଗୁଳି ତଳକୁ ହୋଇ ଯାଇଥିଲା |