ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କିରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ତେବେ ଆସନ୍ତୁ ଜାଣିବା ଓଡିଶା ଉପରେ ଏହାର କଣ ରହିଛି ପ୍ରଭାବ କେଉଁ କେଉଁ ଜିଲ୍ଲାକୁ ସତର୍କତା ସୂଚନା କରାଯାଇଛି ଆସନ୍ତୁ ଜାଣିବା ଏ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଏବଂ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ସେହିପରି ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି |
ସେହିପରି ଅଧିକ ଘନୀଭୂତ ହୋଇ ଅବପତ୍ର ରୂପ ନେଇପାରେ 3 ତାରିକ ବେଳକୁ ଏହା ଉତ୍ତର ଓଡିଶା ପାଖ ଦେଇ ଅତିକ୍ରମ କରିବ |ଆଜି ଠାରୁ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ବଢିବ | 31 ତାରିକରୁ 1 ତାରିକ ପର୍ଯ୍ୟନ୍ତ ବଲାଙ୍ଗୀରି କନ୍ଧମାଳ ,ବୌଦ୍ଧ,ସୋନପୁର ,ସମ୍ବଲପୁର ,ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି |
ସେହିଭଳି ଅଗଷ୍ଟ 1 ତାରିକ ଏବଂ 2 ତାରିକରେ ଓଡିଶାର କଳାହାଣ୍ଡି ,ନୂଆପଡ଼ା ,କନ୍ଧମାଳ ,ବଲାଙ୍ଗୀରି,ସୋନପୁର ,ବରଗଡ଼ ,ଦେବଗଡ଼ ,ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |