ମାଡ଼ିଆସୁଛି ଲଘୁଚାପ…୫ଦିନ ପ୍ରବଳ ବର୍ଷା, ୪ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣି ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ…

ନମସ୍କାର ଦର୍ଶକବନ୍ଧୁ ଗତ କିଛିଦିନ ହେବ ରାଜ୍ୟରେ ବର୍ଷାର ପରିମାଣ ଜାରି ରହିଥିବା ବେଳେ ଆଗାମୀ 3 ରୁ 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ଏହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି | ତେବେ ପାଣିପାଗ ବିଭାଗର ସୂଚନା ଅନୁଯାଇ ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଏବଂ ଦକ୍ଷିଣ ଗାଁଗେୟ ଉପତ୍ୟକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏଥିପାଇଁ ତିନୋଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ 15 ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ତେବେ କେନ୍ଦ୍ରାପଡ଼ା ,ଢେଙ୍କାନାଳ ,ଜଗତସିଂହ ପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି ସେହିପରି 15 ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ସେଗୁଡ଼ିକ ହେଲା ନୂଆପଡ଼ା,ନବରଙ୍ଗପୁର,କଳାହାଣ୍ଡି ,ବଲାଙ୍ଗୀରି ,ସୋନପୁର ଏବଂ ବରଗଡ଼ ,ସମ୍ବଲପୁର ,ଯାଜପୁର ,ଭଦ୍ରକ ,ଢେଙ୍କାନାଳ |

ତେବେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହିତ ଗମନା ଗମନ ଯୋଗୁଁ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି |ଲଗାଣ ବର୍ଷା ଯୋଗୁଁ ସ୍ଥିତି ମଧ୍ୟ ବେହାଲ ହୋଇ ଯାଇଛି |

ଆସନ୍ତା 1 ତାରିକ ଦିନ ଏବଂ ଆସନ୍ତା 1 ତାରିକ ଦିନ ଜଗତସିଂହ ପୁର ,କେନ୍ଦ୍ରାପଡା ,ଅନୁଗୁଳ ବରଗଡ଼ ସମ୍ବଲପୁର ,ଗଜପତି ,ବଲାଙ୍ଗୀରି ,ଯାଜପୁର ଏବଂ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *