ଚନ୍ଦ୍ର ଗ୍ରହଣ (28 October) ହାଣ୍ଡିଛାଡ ସଠିକ ସମୟ, 8ଟି ରାଶିରେ ଖୁସିରବର୍ଷା, ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ…

ନମସ୍କାର ବନ୍ଧୁଗଣ ଆସନ୍ତା ଅକ୍ଟୋବର ମାସ 28 ତାରିକ ଦିନ ଶନିବାର ଲାଗୁଥିବା ଚନ୍ଦ୍ରଗ୍ରହଣର ଗ୍ରାସ ସମୟ ବା ଗ୍ରହଣ ଲାଗିବାର ସମୟ ହେଉଛି 28 ଅକ୍ଟୋବର ଶନିବାର ରାତ୍ରି 11 ଟା ମିନିଟ 32 ସେକେଣ୍ଡରୁ ଆରମ୍ଭ ହୋଇ ମଧ୍ୟରାତ୍ରି 3 ଟା ବାଜି 55 ମିନିଟରେ ଶେଷ ହେବ ଏହି ଗ୍ରହଣ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଭାବରେ ସୌର ମଣ୍ଡଳରେ ସଙ୍ଘଟିତ ହେବ ଏହି ଗ୍ରହଣ ଆଶ୍ଵିନ ମାସ ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା ତିଥିରେ ଲାଗୁ ଥିବାରୁ ଏହି ଗ୍ରହଣ ତୁଳା ରାଶି ଏବଂ ରେବତୀ ନକ୍ଷତ୍ରରେ ସଂଘଟିତ ହେବ ଯାହା ଦ୍ୱାରା ତୁଳା ରାଶିର ବ୍ୟକ୍ତିମାନଙ୍କ ଉପରେ ଏହି ଗ୍ରହଣର ପ୍ରଭାବ ଅଧିକ ରହିବ | ତେବେ ଆସନ୍ତୁ ବନ୍ଧୁଗଣ ଆମେ ଚନ୍ଦ୍ର ଗ୍ରହଣର ସ୍ପର୍ଶ ସମୟ ଠାରୁ ଆରମ୍ଭ କରି ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ସମସ୍ତ ସମୟ ସୀମା ଓଡ଼ିଶାର କେଉଁ ସମୟରେ ଦୃଶ୍ୟମାନ ହେବ |

ସୂତକ ସମୟ ,ହାଣ୍ଡି ଛାଡ଼ ସମୟ ଓ ଶୁଭ ଅଶୁଭ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ବିଷୟରେ ଜାଣିବା ଯାହାକି ପାଞ୍ଜିର ନିର୍ଭୁଲ ଗଣନାରୁ ସଂଗୃହିତ ଅଟେ |ଚନ୍ଦ୍ରଗ୍ରହଣ ହେଉ କିମ୍ବା ସୂର୍ଯ୍ୟପରାଗ ଏହି ମହା ଅଜାତିକ ଦୃଶ୍ୟ ସୂର୍ଯ୍ୟ ,ଚନ୍ଦ୍ର ଏବଂ ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ଘଟିଥାଏ ପ୍ରତ୍ୟକ ଦିନ ଗ୍ରହ ଏବଂ ନକ୍ଷତ୍ର ମାନଙ୍କ ପରିବର୍ତ୍ତନ କାରଣରୁ ପ୍ରତ୍ୟକ ଦିନର ତିଥି ଓ ସମୟ ଅଲଗା ଅଲଗା ରହିଥାଏ ସୂର୍ଯ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀ ଚାରିପଟେ ଚନ୍ଦ୍ର ସବୁବେଳେ ପରିକ୍ରମା କରି ଥାଆନ୍ତି | ଯେତେବେଳେ ସୂର୍ଯ୍ୟ ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳ ରେଖାରେ ରହି ଥାଆନ୍ତି ତେବେ ପୃଥିବୀରେ ଚନ୍ଦ୍ର ଗ୍ରହଣ ଲାଗିଥାଏ |

ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା ଚାରି ପ୍ରହାର ପୂର୍ବରୁ ପାକ ନିଷେଧ ବା ହାଣ୍ଡି ଛାଡ଼ କରାଯାଇଥାଏ ଏହି ସମୟକୁ ଆମେ ସୂତକ ସମୟ ମଧ୍ୟ କହିଥାଉ ଏହି ଗ୍ରହଣ ଲାଗିବ ସମୟରେ ଖାଦ୍ୟ ଗ୍ରହଣ ନ କରିବା ପାଇଁ ବାରଣ କରାଯାଇଛି କାରଣ ଗ୍ରହଣ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ଭଲ ତେଣୁ ସାଧାରଣତଃ ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ କରାଯାଇଥାଏ |

ତେବେ ଏହି ଚନ୍ଦ୍ର ଗ୍ରହଣର ସୂତକ ସମୟ ବା ପାକ ନିଷେଧର ସମୟ ହେଉଛି 28 ଅକ୍ଟୋବର 2023 ଶନିବାର ଦିନ 2ଟା ବାଜି 32 ମିନିଟରୁ ଆରମ୍ଭ ହୋଇ ଏବଂ ମଧ୍ୟ ରାତ୍ରି 3 ଟା 55 ମିନିଟ ପର୍ଯ୍ୟନ୍ତ ଲାଗି ରହିବ ତେଣୁ ଏହି ସମୟରେ ଦେବ ନୀତି ରନ୍ଧନ ସମୟକୁ ବାରଣ କରାଯାଇଛି |ଚନ୍ଦ୍ର ଗ୍ରହଣର ଗ୍ରାସ ସମୟ 28 ଅକ୍ଟୋବର ରାତ୍ରି 11 ତା 32 ମିନିଟ ଏବଂ ମଧ୍ୟରାତ୍ରି 3 ଟା 55 ମିନିଟରେ ସମାପ୍ତ ହେବ|
ଏହି ଚନ୍ଦ୍ର ଗ୍ରହଣର ଆଂଶିକ ସମୟର ପର୍ଯ୍ୟାପ୍ତ ହେଉଛି 1 ଘଣ୍ଟା 16 ମିନିଟ ଏବଂ 16 ସେକେଣ୍ଡ

ଏହି ଗ୍ରହଣର ମଧ୍ୟକାଳ 1 ଘଣ୍ଟା 44 ମିନିଟ ଏବଂ ଏହି ସମୟରେ ସର୍ବାଧିକ ଚନ୍ଦ୍ର ଗ୍ରହଣ ମହାକାଶରେ ଦୃଶ୍ୟମାନ ହେବ |କେତେକ ରାଶି ଉପରେ ଏହି ଗ୍ରହଣର ଶୁଭ ପ୍ରଭାବ ପଡ଼ିବାକୁ ଯାଉଅଛି ତେବେ ରାଶି ଚକ୍ରର 12 ଗୋଟି ରାଶି ମାନଙ୍କ ମଧ୍ୟରୁ ଏହି 8 ଗୋଟି ରାଶିର ଶୁଭ ପ୍ରଭାବ ପଡ଼ିବାକୁ ଯାଉଅଛି | ତେବେ ସେହି ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି , କର୍କଟ ରାଶି ,ସିଂହ ରାଶି ,କନ୍ୟା ରାଶି ,ଧନୁ ରାଶି ,ତୁଳା ରାଶି ,ମକର ରାଶି ଏବଂ କୁମ୍ଭ ରାଶି |

Leave a Reply

Your email address will not be published. Required fields are marked *