ନମସ୍କାର ଦର୍ଶକବନ୍ଧୁ 2018 ମସିହା କଥା ପାରାଦୀପ ଧୀବର ସାହିରେ ରୁହନ୍ତି ମଦନ ବିଶୋଇ ଟ୍ରଲର ରେ ସମୁଦ୍ର ଭିତରକୁ ଯାଇ ମାଛ ଧରିବା ତାଙ୍କର ପେଶା ସେତେବେଳକୁ ବର୍ଷା ଦିନ ହୋଇଥାଏ ମଦନ ବିଶୋଇ ଓ ତାଙ୍କ ସାହିର କିଛି ଧୀବର ସେଦିନ ବାହାରିଥିଲେ ଟ୍ରଲର ନେଇ ସମୁଦ୍ର ଭିତରକୁ ଯିବା ପାଇଁ ଥରେ ସମୁଦ୍ର ଭିତରକୁ ଗଲେ 10 ରୁ 15 ପରେ ମାଛ ନେଇକି ଫେରିବେ ତେଣୁ ସମସ୍ତେ ମିଶି ଯିବା ପାଇଁ ଲାଗି ପଡ଼ିଲେ | 15 ଦିନ ପାଇଁ ଖାଇବା ସାମଗ୍ରୀ ପିଇବା ପାଣି ଟ୍ରଲର ପାଇଁ ଡିଜେଲ ଓ ମାଛ ରଖିବା ପାଇଁ ବରଫ ସବୁ ରଖା ଯାଇଥିଲା |ଧୀବର ସାହି ପାଖରେ ଥିବା ମା ତାରିଣୀଙ୍କ ଠାରେ ଭୋଗ କରି ସମସ୍ତେ ବାହାରିଲେ ସମୁଦ୍ର ପାଖକୁ ଯିବା ପାଇଁ ଧୀରେ ଧୀରେ ଟ୍ରଲର ସମୁଦ୍ର କୂଳ ଠାରୁ ଦୂରକୁ ଚାଲିଥିଲା |
ମଝି ସମୁଦ୍ର ଭିତରେ ପହଁଚିବା ପରେ ମାଛ ମାରିବା କାମ ଆରମ୍ଭ ହୋଇଯାଇଥିଲା |ସବୁ ଠିକ ଠାକ ଥିଲା ପ୍ରାୟ 8 ଦିନ ମାଛ ମାରି ସାରିବା ପରେ ଆହୁରି ସମୁଦ୍ର ଭିତରକୁ ଚାଲି ଯାଇଥିଲେ ଧୀବର ମାନେ ଆନ୍ଦ୍ରପ୍ରଦେଶ ପାଖା ପାଖି ସମୁଦ୍ର ଭିତରେ ପହଁଚି ସାରିଥିଲେ ସେମାନେ ପ୍ରାୟ 2 ଟନ ମାଛ ମଧ୍ୟ ମାରି ସାରିଥିଲେ ସେହି ଜାଗାରୁ ଆଉ ବାକି ମାଛ ଧରି ଫେରି ଆସିବେ ପାରାଦ୍ୱୀପ କୁ ବୋଲି ଠିକ କରୁଥିଲେ ସମୟ ସନ୍ଧ୍ୟା 6 ଟା ପାଖାପାଖି ହେବ ମଝି ସମୁଦ୍ରରେ ରହି ମାଛ ଧରାରେ ବ୍ୟସ୍ତ ଥିଲେ ଧୀବର ମାନେ ଆକାଶରେ ମେଘ ଦେଖା ଦେଇଥିଲେ ଏପଟେ ଅନ୍ଧାର ମଧ୍ୟ ଦେଖା ଯାଉଥିଲା ତେଣୁ ମଦନ ବିଶୋଇ କହିଲେ ଏଥର ଜାଲ ଆଣି ସାରିବା ପରେ ମାଛ ଧରା ବନ୍ଦ କରିଦେବେ |
କିଛି ସମୟ ପରେ ଆକାଶରେ ମେଘ ଘୋଟି ଆସିଥିଲା ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଥିଲା ଟ୍ରଲର ଟି ଜୋରରେ ଦହଲିବାକୁ ଲାଗିଥିଲା ଆଉ ଡେରି ନକରି ସମସ୍ତେ ଜାଲ ଟାଣିବା କାମକୁ ଶୀଘ୍ର ସାରିବା ପାଇଁ ଚେଷ୍ଟା କରି ସାରିଥିଲେ ବର୍ଷାକୁ ଖାତର ନକରି ପ୍ରାୟ 10 ରୁ 12 ଜଣ ଧୀବର ଜାଲ ଟାଣିବା ଏବଂ ମାଛ ବାଛି ରଖିବା କାମ ଆରମ୍ଭ କରି ଦେଇଥିଲେ କାମ ଶେଷ ହୋଇ ଆସୁଥିଲା ହଟାତ ସମୁଦ୍ର ଭିତରକୁ ହାତ ଠାରି ଜଣେ ଧୀବର ଜୋରରେ ପାଟି କରିଥିଲା ସମସ୍ତେ ସେପଟକୁ ଚାହିଁକି ଦେଖିଲା ବେଳକୁ ଅଜଣା ଜଳଚର ଜୀବ ସେପଟେ ତାଙ୍କ ଟ୍ରଲର ଆଡ଼କୁ ମାଡ଼ି ଆସୁଛି ସମସ୍ତେ ଡରି ଯାଇଥିଲେ ଆଉ ଭୟରେ ଟ୍ରଲର ଭିତରକୁ ପଶି ଯାଇଥିଲେ |
କିଛି ସମୟ ପରେ ସେହି ଅଜଣା ଜଳଚର ଜୀବଟି ଟ୍ରଲର ପାଖକୁ ଆସିଥିଲା ଟ୍ରଲର ରେ କୌଣସି ଜିନିଷଟି ବାଡେଇ ହେଲା ପରେ ଜୋରରେ ଟ୍ରଲର ଟି ଦୋହଲି ଥିଲା ସମସ୍ତେ ଭାବିଲେ ସେହି ଅଜଣା ଜୀବଟି ମାଡ଼ ହେଉଛି ଟ୍ରଲରରେ ସମସ୍ତେ ଭୟରେ ଚିତ୍କାର କରିବା ପାଇଁ ଲାଗିଥିଲେ ଏପଟେ ଜୋରରେ ବର୍ଷା ହେଉଛି ପୁଣି ଥରେ ଏହି ଟ୍ରଲରରେ ସେହି ଜୀବଟି ଧକା ହେଉଥିଲା ସତରେ କଣ ଟ୍ରଲର ଟି ସମୁଦ୍ର ଭିତରେ ବୁଡ଼ିଯିବ | ସମସ୍ତେ ଟ୍ରଲର ଭିତରେ ଥିବା ମା ତାରିଣୀଙ୍କୁ ଡାକି ଥିଲେ ଏବଂ କହି ଚାଲିଥିଲେ କାନ୍ଦି କାନ୍ଦି କହିଥିଲେ ମା ତୁ ଆମକୁ ଏହି ମଝି ସମୁଦ୍ରରୁ ରକ୍ଷା କର|
ମା ସାହା ହୋଇଥିଲେ ଡ୍ରାଇଭର ଟ୍ରଲରର ହୁକ ବାହାର କରି କିଛି ଦୁରକୁ ନେଇଯାଇଥିଲେ କିଛି ସମୟ ପରେ ସେହି ଜୀବଟି କୁଆଡ଼େ ଚାଲି ଯାଇଥିଲା ଆଉ ବର୍ଷା ମଧ୍ୟ କମି ଯାଇଥିଲା ସତରେ ଯେମିତି ସେ କାଳ ରୂପି ଜୀବଟା ସାଥିରେ ବର୍ଷା ପବନ ନେଇ ଆସିଥିଲା ଜୀବନ ନେବା ପାଇଁ ସମସ୍ତେ ମା ତାରିଣୀଙ୍କୁ ମୁଣ୍ଡିଆ ମାରିଥିଲେ ଏବଂ ମା ସାହା ହୋଇଥିଲେ ଆଉ ସମସ୍ତେ ବିପଦରୁ ରକ୍ଷା ପାଇଥିଲେ |
ପୁରୀ ସମୁଦ୍ର ଭିତରେ ଦେଖାଦେଲା ଭୟଙ୍କର ଅଜଣା ଜନ୍ତୁ ,ଯାହାକୁ ଦେଖିଲା ପରେ ଧୀବର ମାନଙ୍କ ଉଡ଼ିଗଲା ହୋସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ମନେ କରିବେ
