କପିଳାସ ବୋଲବମ୍ ପୀଠରେ ଦର୍ଶନ ଦେଲେ ସ୍ୱୟଂ ମହାଦେବ ,ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥାଏ ବ୍ରାହ୍ମଣୀ ନଦୀର ପାଣି ଦୁଇକୂଳ କୁ ଉଛୁଳି ଥାଏ କାଉଡିଆ ମାନଙ୍କ ଭିଡ ଭିତରେ କପିଳାସର ନଦୀ ଘାଟ ଚଳ ଚଞ୍ଚଳ ହେବା ସହ ସମସ୍ତଙ୍କ ମୁହଁରେ ଥାଏ ବୋଲବମ ହର ହର ବମ ରାସ୍ତା ସାରା କାଉଡିଆ ମାନଙ୍କ ଭିଡ଼ ଛୁଟି ଥାଏ ନଦୀ ପାଖକୁ |ହରିଶ୍ଚନ୍ଦ୍ର ପୁର ଗାଁର ପ୍ରଦୀପ ସାହୁ ଆଉ ତ୍ରିଲୋଚନ ରାଉତ ଦୁଇ ସାଙ୍ଗ ଗାଁର କାଉଡିଆ ଭକ୍ତଙ୍କ ସଙ୍ଗେ ସେ ଦୁଇ ସାଙ୍ଗ ଭାର ଧରି ଆସି ଥାଆନ୍ତି କପିଳାସ ଘାଟକୁ ସମସ୍ତେ ପାଣିଭାର ଭକ୍ତି କରି ଭାରକୁ ଓଳାଇ ବୁଡ଼ ପକାଇ ଥାଆନ୍ତି ନଦୀ କୂଳରେ ଓଁ ନମଃ ଶିବାୟ ବୋଲ ବମ ହରେ ହରେ ବମ ଶବ୍ଦରେ ଚାରିଆଡ଼େ ଶୁଭୁଥାଏ |

କାଉଡିଆ ମାନେ ନଦୀ ଭିତରକୁ ନଯାଇ କୂଳରେ ବୁଡ଼ ପକାଇ ଆସୁ ଥାଆନ୍ତି ନଦୀ ବଢି ପାଣିରେ ଦୁଇକୂଳ ଲାଗିଥାଏ ହଟାତ ଆକାଶରେ ମେଘ ଘୋଟି ଆସିଥିଲା ଝିପି ଝିପି ବର୍ଷା ଆରମ୍ଭ ହେଲା ଆକାଶରେ ବିଜୁଳି ଘଡ ଘଡ଼ି ମଧ୍ୟ ଘଟାଇ ଆସିଲା ଚାରିଆଡ଼େ ଅନ୍ଧାର ଘୋଟି ଆସିଥିଲା |ପ୍ରଦୀପ ଏବଂ ତ୍ରିଲୋଚନ ଡେରି ନକରି ପାଣିଭାରକୁ ଓଳାଇ ବୁଡ଼ ପକେଇବାକୁ ନଦୀ ଭିତରକୁ ପଶିଗଲେ ହଟାତ ତ୍ରିଲୋଚନ ନଦୀ କୂଳରେ ବୁଡ଼ ନ ପକାଇ ନଦୀ ଭିତରକୁ ଗଲା ପ୍ରଦୀପ ମନା କରୁଥିଲା ଆରେ ତ୍ରିଲୋଚନ ସେ ନଦୀ ଭିତରକୁ ଯା ନାହିଁ ନଦୀ ବହୁତ ଗଭୀର ବଢି ପାଣି ସୁଅରେ ଭାସି ଯିବ ବର୍ଷା ଆସିଲାଣି ପଳେଇ ଆସେ |

ତାଙ୍କ ଗାଁର ଅନ୍ୟ କାଉଡିଆ ସାଙ୍ଗ ମାନେ ଓ ଅନ୍ୟମାନେ ମଧ୍ୟ ତ୍ରିଲୋଚନକୁ ଭିତରକୁ ନ ଯିବା ପାଇଁ ବାରଣ କରୁଥିଲେ କିନ୍ତୁ ତ୍ରିଲୋଚନ କାହା କଥା ନ ଶୁଣି ନଦୀ ଭିତରକୁ ଚାଲି ଯାଇଥିଲା ହଟାତ ନଦୀ ପାଣିରେ ବୁଡ଼ ପକାଇ ତ୍ରିଲୋଚନ ଆଉ ପାଣିରେ ବାହାରି ନଥିଲା ଏପଟେ ବର୍ଷା ଜୋର ହେବାକୁ ଲାଗିଥିଲା କାଉଡିଆ ମାନେ ତ୍ରିଲୋଚନକୁ ଯେତେ ଡାକିଥିଲେ ମଧ୍ୟ ତ୍ରିଲୋଚନ ପାଣିରେ ବାହାରି ନଥିଲା |

ସମସ୍ତେ ଓଁ ନମଃ ଶିବାୟ ଧରି ଡାକି ତ୍ରିଲୋଚନ କୁ ପାଣିରେ ବଞ୍ଚାଇବା ପାଇଁ ଡାକିଥିଲେ ହଟାତ ଜୋରରେ ଘଡ଼ଘଡି ସହ ବିଜୁଳି ମାରିଥିଲା ସମସ୍ତେ ଚମକି ପଡ଼ିଥିଲେ ସେତିକି ବେଳେ ଅଲୌକିକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ବିଜୁଳି ଆଲୋକରେ ସମସ୍ତ ଭକ୍ତ ଦେଖିଥିଲେ ସ୍ୱୟଂ ଦେବ ଦେବ ମହାଦେବଙ୍କୁ |

ମହାଦେବ ସ୍ୱୟଂ ଆବିର୍ଭାବ ହୋଇଥିଲେ ନଦୀ ଜଳରେ |ବିଜୁଳି ଆଲୋକରେ କାଉଡିଆ ମାନେ ଦର୍ଶନ କରିଥିଲେ କିଛି ସମୟ ପରେ ଅଦୃଶ୍ୟ ହୋଇ ଯାଇଥିଲେ ପ୍ରଭୁ ଆଉ ବାହାରି ଆସି ଯାଇଥିଲେ ତ୍ରିଲୋଚନ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସ୍ୱୟଂ ମହାଦେବ ତ୍ରିଲୋଚନକୁ ବଞ୍ଚାଇ ଦେଲେ |

Leave a Reply

Your email address will not be published. Required fields are marked *