ନମସ୍କାର ଦର୍ଶକବନ୍ଧୁ ସତ୍ୟ ଯୁଗର କଥା ସରସ୍ବତୀ ନଦୀ କୂଳରେ ଏକ ବିରାଟ ଯଜ୍ଞର ଆୟୋଜନ ହୋଇଥିଲା ଦୂର ଦୁରାନ୍ତରରୁ ବଡ଼ ବଡ଼ ମୁନି ଋଷି ଆସିଥିଲେ ଯଜ୍ଞ ଚାଲୁଥିବା ସମୟରେ ମୁନି ଋଷି ମାନଙ୍କ ମନରେ ପ୍ରଶ୍ନ ଆସିଲା ବ୍ରହ୍ମା ,ବିଷ୍ନୁ ଏବଂ ମହେଶ୍ୱରଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ କିଏ |ବହୁ ତର୍କ ବିତର୍କ ପରେ କେହି ବି ଶେଷ ସିଦ୍ଧାନ୍ତ ପଛରେ ପହଞ୍ଚି ପାରି ନଥିଲେ ଶେଷରେ ସେମାନେ ବ୍ରହ୍ମାଙ୍କ ମାନସ ପୁତ୍ର ଋଷି ଭୃଗଙ୍କୁ ଅନୁରୋଧ କଲେ ଯେ ବ୍ରହ୍ମା ,ବିଷ୍ନୁ ଏବଂ ମହେଶ୍ୱରଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ଚୟନ କରିବା ପାଇଁ ରୁଷି ଭୃଗ ବ୍ରହ୍ମା ,ବିଷ୍ନୁ ଏବଂ ମହେଶ୍ୱରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ପରୀକ୍ଷା କରିବା ପାଇଁ ପ୍ରଥମେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ପାଖକୁ ଗଲେ |ବ୍ରହ୍ମ ଲୋକରେ ବ୍ରହ୍ମାଙ୍କୁ ଦେଖି ପ୍ରଥମେ ଭୃଗୁ ତାଙ୍କୁ ପ୍ରଣାମ କଲେ ନାହିଁ
ଏଥିରେ ସୃଷ୍ଟି କର୍ତ୍ତା ବ୍ରହ୍ମା ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଥିଲେ କିନ୍ତୁ ଭୃଗୁ ନିଜର ମାନସ ପୁତ୍ର ହୋଇଥିବାରୁ ବ୍ରହ୍ମା ନିଜ କ୍ରୋଧକୁ ନିଜ ଆୟତରେ ରଖିଥିଲେ ଋଷି ଭୃଗୁ ଏହା ପରେ ଯାଇ କୈଳାସ ପର୍ବତରେ ପହଁଚି ଥିଲେ ସେତେବେଳକୁ ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀ କିଛି ବିଷୟରେ ଆଲୋଚନା ହୋଉଥିଲେ ଋଷି ଭୃଗୁ ସେମାନଙ୍କ ପାଖରେ ପହଞ୍ଚି ଗଲେ ଆଉ ମହାଦେବଙ୍କୁ ଅଶିଷ୍ଟ ବ୍ୟବହାର କରିଥିଲେ ଏହା ପରେ ମହାଦେବ କ୍ରୋଧିତ ହୋଇ ଭୃଗୁଙ୍କୁ ଆଘାତ କରିବା ପାଇଁ ନିଜ ତ୍ରିଶୂଳ ଉଠାଇଥିଲେ କିନ୍ତୁ ଦେବୀ ପାର୍ବତୀ ମହାଦେବ ଙ୍କୁ ଶାନ୍ତ କରାଇ ଦେଇଥିଲେ ଏହା ପରେ ରୁଷି ଭୃଗୁ ସିଧା ଯାଇଥିଲେ ବୈକୁଣ୍ଠ ପୁରକୁ ସେତେବେଳେ ବିଷ୍ନୁ ଯୋଗ ନିଦ୍ରାରେ ଥାଆନ୍ତି |
ଏଣୁ ସେ ଭୃଗୁ ଆସିବା କଥା ଜାଣି ପାରିନଥିଲେ ଋଷି ଭୁଗରୁ କିଛି ସମୟ ଅପେକ୍ଷା କରିଥିଲେ କିନ୍ତୁ ବିଷ୍ନୁ ଙ୍କ ନିଦ ଭାଙ୍ଗି ନଥିଲା ଏଥିରେ ଭୃଗୁ କ୍ରୋଧିତ ହୋଇ ନିଦ୍ରାରେ ଥିବା ବିଷ୍ନୁ ଙ୍କ ଛାତିରେ ଜୋରରେ ଗୋଇଠା ମାରିଥିଲେ ଏଥିରେ ବିଷ୍ନୁ ଙ୍କ ନିଦ ଭାଙ୍ଗି ଯାଇଥିଲା | ବିଷ୍ନୁ ନିଦରୁ ଉଠି ଯୋଗ ନିଦ୍ରାରୁ ଭୃଗୁଙ୍କୁ କହିଲେ ମତେ କ୍ଷମା କରିବେ ଋଷି ବର ନିଦ୍ରାରେ ଥିବାରୁ ଆପଣଙ୍କ ଆଗମନକୁ ଜାଣି ପାରିନଥିଲି ଆପଣଙ୍କ ପାଦ ଦିଅନ୍ତୁ ମୁଁ ଟିକେ ଆପଣଙ୍କ ପଦ ସେବା କରିବି ମୋ ଛାତିକୁ ଆଘାତ କରି ଆପଣଙ୍କ କୋମଳ ପାଦକୁ କଷ୍ଟ ହୋଇଥିବ |
ଏହା କହି ବିଷ୍ନୁ ଭୃଗୁ ଙ୍କ ପାଦକୁ ଆଉଁସି ବାରେ ଲାଗିଲେ ଭୃଗୁ ଙ୍କ ପାଦ ତଳେ ତାଙ୍କର ତୃତୀୟ ଚକ୍ଷୁ ଥିଲା |ବିଷ୍ନୁ ଭୃଗୁଙ୍କ ପାଦ ସେବା କଲାବେଳେ ଭୃଗୁଙ୍କ ପାଦ ତଳେ ଥିବା ସେହି ତୃତୀୟ ଚକ୍ଷୁକୁ ଦୁଇ ଆଙ୍ଗୁଳିରେ ଚିପି ନଷ୍ଟ କରି ଦେଇଥିଲେ | ବିଷ୍ନୁ ଜାଣିଥିଲେ ଯେ ଭୃଗୁଙ୍କ ପାଦ ତଳେ ଥିବା ସେହି ଚକ୍ଷୁ ତାଙ୍କର ଅହଂଭାବ ଥିଲା ସେହି ଚକ୍ଷୁକୁ ନଷ୍ଟ କରିବା ଫଳରେ ଭୃଗୁଙ୍କ ଗର୍ବ ଅହଂକାର ସବୁ ନଷ୍ଟ ହୋଇ ଯାଇଥିଲା |
ଋଷି ଭୃଗୁ ଭଗବାନ ବିଷ୍ନୁ ଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି କହିଲେ ଯେ ହେ ଭଗବାନ ଏହି ଅଧମ ଆପଣଙ୍କ ପରୀକ୍ଷା ନେଉଥିଲା ମତେ କ୍ଷମା କରନ୍ତୁ ପ୍ରଭୁ ଆପଣ ତିନି ଦେବତା ମଧ୍ୟରେ ଶ୍ରେଷ୍ଠ କିଏ ଜାଣିବା ପାଇଁ ମୁଁ ଏଭଳି ବ୍ୟବହାର କରିଛି |ଆଉ ଜାଣିବାକୁ ଚେଷ୍ଟା କରିଛି କିଏ କ୍ରୋଧକୁ ନିଜ ଆୟତ୍ତ ମଧ୍ୟରେ ରଖିବାକୁ ଚେଷ୍ଟା କରୁଛି |