ନମସ୍କାର ଦର୍ଶକବନ୍ଧୁ ଭାଙ୍ଗିଯିବ କି ହୀରାକୁଦ ଡ୍ୟାମ ଏହାକୁ ନେଇ ଅପ ପ୍ରଚାର ମୋବାଇଲରେ ବୁଲୁଚି ଗୁଜବ କାହାଣୀ ସାମାଜିକ ଗଣ ମାଧ୍ୟମରେ ବିଭ୍ରାନ୍ତିକର ଖବରକୁ ନେଇ ଲୋକେ ଛାନିଆ ବିଶ୍ୱାସ ନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ହୀରାକୁଦରେ ବାହାରିଛି ବିରାଟ ସାର୍କ ଆଉ ପାଣିରେ ଦେଖାଦେଲାଣି ବିରାଟକାୟ ମାଛ ଆଉ ଏହି ମାଛ ଭାଙ୍ଗିଦେବେ ହୀରାକୁଦ ବନ୍ଧ |ବନ୍ଧରେ ଦେଖାଦେଲାଣି ଫାଟ ଏମିତି ଅନେକ ଗୁଜବ ଏବେ ସୋସିଆଲ ମେଡିଆରେ ଦେଖିବାକୁ ମିଳିଛି |
ଏପରି ଖବରକୁ ନେଇ କିଛି ଲୋକ ବିଶ୍ୱାସ କରୁଥିବା ବେଳେ କିଛି ଲୋକଙ୍କ ମନରେ ଛନକା ପଶିଚି ତେବେ ଏହା ଏକ ଗୁଜବ ଏଥିରେ ବିଶ୍ୱାସ ନକରିବା ପାଇଁ କହିଛି ହୀରାକୁଦ କର୍ତ୍ତୃପକ୍ଷ ସବୁଠାରୁ ବଡ଼ କଥା ହେଉଛି ବାରମ୍ବାର ଏଭଳି ଅପ ପ୍ରଚାର ହେଉଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ନେଇଥିବାରୁ ଦିନକୁ ଦିନ ଏହାର ଅପ ପ୍ରଚାର ବଢ଼ିବାରେ ଲାଗିଛି |
ସାମାନ୍ୟ କିଛି ଭୁଲ ପାଇଁ ସୋସିଆଲ ମେଡିଆ ପ୍ଲାଟଫର୍ମରେ ଏଭଳି ମିଛ ବିଭ୍ରାନ୍ତ ଖବର ଭାଇରଲ କରୁଥିବାର ଦେଖିବାକୁ ମିଳିଛି ତେଣୁ ଏହି ସବୁ ଗୁଜବକୁ ବିଶ୍ୱାସ ନକରିବା ପାଇଁ ବନ୍ଧର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ହୀରାକୁଦରେ ସେମିତି କିଛି ଜିନିଷ ନାହିଁ |
ଯାହା କି ଅନ୍ୟ କୋଉଠିକ ଭିଡିଓ କୁ ହୀରାକୁଦ ନାମ କହି ଭୟଭୀତ କରିବାକୁ ଚେଷ୍ଟା କରାଯାଉଥିଲା ବେଳେ ସେ ସ୍ପଷ୍ଟ କରିଛନ୍ତି ହୀରାକୁଦ ନଦୀ ବନ୍ଧ ସୁରକ୍ଷିତ ରହିଛି ତେଣୁ ଏପରି ଗୁଜବ ଉପରେ ବିଶ୍ୱାସ ନ କରି ଭୟଭୀତ ନ ହେବାକୁ କର୍ତ୍ତୃପକ୍ଷ ଅପିଲ କରିଛନ୍ତି |