ଆଜିର ରାଶିଫଳ 2023 ଜୁଲାଇ 29 ଶନିବାର କେମିତି କଟିବ ଆଜିର ଦିନ

ମେଷ – ଆଜି ଅଶ୍ୱିନୀ ନକ୍ଷତ୍ର ଦୂରଦର୍ଶିତା ବିହୀନ କାର୍ଯ୍ୟ ଯୋଗୁ ମାନସିକ ସୁସ୍ଥତା ହରାଇବେ। ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ୍‌ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଅସୁବିଧାରେ ପକାଇବେ। ବ୍ୟବସାୟିକ, ପାରିବାରିକ ଓ ଆନୁଷ୍ଠାନିକ ସ୍ଥିତି ପ୍ରାୟତଃ ଠିକ୍‌ ରହିବ।

ବୃଷ – ବନ୍ଧୁଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ। ଘରର ବରାଦ ଅନୁସାରେ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି ହେବା ସାଙ୍ଗକୁ ପାରିବାରିକ ସମସ୍ୟା ଆଜିର ଯାତ୍ରାକୁ ସ୍ଥଗିତ ରଖିବ।

ମିଥୁନ – ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କର୍ମ ଓ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ। ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିବେ। ପ୍ରକାଶନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଏବଂ ନିକଟସ୍ଥ ବନ୍ଧୁମାନେ ଏହି ଦିଗରେ ସାହାଯ୍ୟ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।

କର୍କଟ – ମାନସିକ ଅସ୍ଥିରତା କାରଣରୁ ବିଭିନ୍ନ ଯୋଜନା କରି ମଧ୍ୟ ଉପକୃତ ହୋଇପାରିବେ ନାହିଁ। ସଭାସମିତି କିମ୍ବା ଅଫିସ୍‌ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ବହୁଦିନ ଧରି ଲାଗି ରହିଥିବା ରୋଗପୀଡ଼ାରେ କଷ୍ଟ ଅନୁଭବ କରିବେ। ଆପଣ ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି।

ସିଂହ – ସମସ୍ୟା ଜାଲରେ ଛନ୍ଦିହୋଇ ମାନସିକ ସନ୍ତୁଳନ ହରାଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପାରିବାରିକ ଅସ୍ଥିରତା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ଆଜିର ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ, ଏଣୁ ଭାବିଚିନ୍ତି କାମ କରିବା ଭଲ। ଧର୍ମଚର୍ଚ୍ଚା ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

କନ୍ୟା – ଅକର୍ମକ୍ଷେତ୍ରରେ କାମ ଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶକରିବେ। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗ ପ୍ରତିଶ୍ରୁତି ପାଣିରଗାର ସଦୃଶ ହୋଇପାରେ। ପ୍ରକାଶନ, ପ୍ରଶାସନ ଓ ଆଇନ ଅଦାଲତରୁ ସୁଫଳ ପାଇବେ। ବହୁତ ଦିନରୁ ଅଟକି ରହି ଯାଇଥିବା ଅର୍ଥ ଲାଭରୁ ଖୁସୀ ରହିପାରନ୍ତି।

ତୁଳା – କଥା ଦେଇ କଥା ରଖୁନଥିବା କାରଣରୁ ନିଜ ଲୋକ ମାନଙ୍କ ଉପରେ ଭରଷା କରି ପାରିବେ ନାହିଁ। ଯାନବାହାନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ,ଅନ୍ୟଥା ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।

ବିଛା – ଆଲୋଚନା ଅବସରରେ ଭାବପ୍ରବଣବଶତଃ ଓଲଟା କଥା କହିବା କାରଣରୁ ଅପଦସ୍ଥ ହେବେ। ପାରିବାରିକ ସ୍ତରରେ ବୃଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଆମତ୍ୀୟ ସ୍ବଜନମାନଙ୍କ ଅସଂଯତ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାହିତ୍ୟ, ଗବେଷଣା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।

ଧନୁ – ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟଦକ୍ଷତା ହେତୁ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ। ମୂଳା ନକ୍ଷତ୍ର ସକାଶେ ନିର୍ମାଣ କାମରେ ପ୍ରତିବନ୍ଧକ ଯୋଗୁଁ ଅଗ୍ରଗତିରେ ବାଧା ପ୍ରାପ୍ତ ହେବ। ଈର୍ଷା ପରାୟଣ ହୋଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରେ।

ମକର – ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟାକଲେ କେତେକାଂଶରେ ସଫଳତା ହାସଲ କରିବେ। ଶ୍ରବଣା ନକ୍ଷତ୍ରର ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ନିଜ ଲୋକମାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ଯୋଗୁ ବିଚଳିତ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।

କୁମ୍ଭ – ଧନାଧିପ ତୃତୀୟସ୍ଥ ହେତୁ ବନ୍ଧୁଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ଭଳି କାମ କରିବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।

ମିନ – ନିଜ ବୁଦ୍ଧିମତ୍ତାର ପରିଚୟ ଦେଇ ଅନ୍ୟମାନଙ୍କୁ ଆପଣାର କରିବା ସକାଶେ କୌଶଳ ପ୍ରୟୋଗ କରିପାରନ୍ତି। ଶୁକ୍ର ଯୁକ୍ତ ଚନ୍ଦ୍ର ଓ ମଙ୍ଗଳ ହେତୁ କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

Leave a Reply

Your email address will not be published. Required fields are marked *