ଓଡ଼ିଶା ଉପକୂଳ ଜିଲ୍ଲାରେ ବିପଦ, ଆଜିଠୁ ବଢିବ ବର୍ଷାର ପରିମାଣ ପୁଣି ବାତ୍ୟାର ସମ୍ଭାବନା ରୁହନ୍ତୁ ସତର୍କ |

ନମସ୍କାର ଦର୍ଶକବନ୍ଧୁ ଗୋଟେ ପଟେ ତାଣ୍ଡବ ରଚୁଛି ବାତ୍ୟା ଡଗସୁରୀ ଏବର୍ଷ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏବର୍ଷର ପଞ୍ଚମ ଘୁର୍ଣ୍ଣି ଝଡ଼ ଭାବରେ ପରିଣତ ହୋଇଯାଇଛି ଏହାର ପ୍ରଭାବ ଭୟଙ୍କରରୁ ଅତି ଭୟଙ୍କର ହେବ ଯାହାକି କାଟାଗୋରି ଥ୍ରୀ ହରିକ୍ୟାନ ଆଲର୍ଟ ମଧ୍ୟ କରାଯାଇଛି ଅନ୍ୟପଟେ ବର୍ତ୍ତମାନ ଓଡ଼ିଶାରେ ପାଣିପାଗକୁ ନେଇ ଆସିଲା କିଛି ବଡ଼ ଖବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତା ଛଡ଼ା ଭାରତୀୟ ପାଣିପାଗ ସଂସ୍ଥା MD ପାଖରୁ ନେଇ ଆସିଲା କିଛି ବଡ଼ ଖବର ରାଜ୍ୟରେ ଆଜିଠୁ ବଢିବ ବର୍ଷା ପୁଣି ଆସନ୍ତା 30 ତାରିକରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଏବଂ ଏହାର ସିଧା ସଳଖ ପ୍ରଭାବ ଓଡିଶା ଉପରେ ପଡ଼ିବ |

ତେବେ ଆଜି ମଧ୍ୟ ଓଡ଼ିଶାର କିଛି ଜିଲ୍ଲାକୁ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି ସେହି ଜିଲ୍ଲା ଗୁଡ଼ିକ କଣ କଣ ଆସନ୍ତୁ ନଜର ପକେଇବା |ଉତ୍ତର ଆନ୍ଦ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି ଆଜି ବର୍ଷାକୁ ନେଇ ଛଅ ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର |

ନୂଆପଡ଼ା ,ବରଗଡ଼ ,ବଲାଙ୍ଗୀରି ସମ୍ବଲପୁର ,କେନ୍ଦୁଝର ଏବଂ ମୟୁରଭଞ୍ଜକୁ ସତର୍କତା ଜାରି ହୋଇଛି |ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ସାଧାରଣ ଅବସ୍ଥାନକୁ ଫେରିଛି ପ୍ରଭାବରେ କାଲିଠାରୁ ବର୍ଷାର ବିସ୍ତୃତି ରାଜ୍ୟରେ ପୁଣି ବଢିବ ବିଶେଷ କରି ଉପକୂଳ ଓଡିଶା ପୁରୀ,ଖୋର୍ଦ୍ଧା,ନୟାଗଡ଼ ,ଜଗତସିଂହପୁର ,କେନ୍ଦ୍ରାପଡ଼ା ସମେତ ଦକ୍ଷିଣ ଓଡ଼ିଶାର ଗଂଜାମ ,ଗଜପତି ,ରାୟଗଡ଼ା ,ମାଲକାନଗିରି, ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି |

କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରହୁଛି |ସେହିପରି କିଛି ଜିଲ୍ଲାରେ 70 ରୁ 110 ମିଲିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି ଆସନ୍ତା 30 ରୁ ବଢିବ ବର୍ଷାର ପରିମାଣ 29 ତାରିକରେ ଉତ୍ତର ବଙ୍ଗୋପସାଗର ରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାକୁ ଥିବାବେଳେ 30 ବେଳକୁ ଏହା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି |

Leave a Reply

Your email address will not be published. Required fields are marked *