ନମସ୍କାର ଦର୍ଶକବନ୍ଧୁ ମା ବୈଷ୍ଣୋଦେବୀ କିଏ ମା ବୈଷ୍ଣୋଦେବୀ ଭୈରବ ଦେବଙ୍କୁ କାହିଁକି ମା-ରି-ଲେ କେମିତି ହେଲା ମା ବୈଷ୍ଣୋଦେବୀଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା ଆସନ୍ତୁ ଜାଣିବା ମା ବୈଷ୍ଣୋଦେବୀ ଗୁପ୍ତ ରହସ୍ୟ ବିଷୟରେ ଜାମୁ କାଶ୍ମୀର କତରା ସହରରେ ଅବସ୍ଥିତ ମା ବୈଷ୍ଣୋଦେବୀଙ୍କର ଭବ୍ୟ ମନ୍ଦିର ମା ବୈଷ୍ଣୋଦେବୀଙ୍କୁ ନେଇ ରହିଛି ଅନେକ ରୋଚକ ରହସ୍ୟ ଯେମିତିକି ଥରେ ଶ୍ରୀଧର ନାମରେ ଏକ ପଣ୍ଡିତ ଯିଏକି ଜାମୁ କାଶ୍ମୀରର କଟାରା ଠାରୁ ଦୂରରେ ଅବସ୍ଥିତ ହଂଶାଲିରେ ବସ ବାସ କରୁଥିଲେ ଶ୍ରୀଧର ମା ବୈଷ୍ଣୋଦେବୀ ଙ୍କର ଥିଲେ ଜଣେ ପରମ ଭକ୍ତ ତାଙ୍କର କୌଣସି ସନ୍ତାନ ନଥିଲା ସେଥି ପାଇଁ ସେ କିଛି କିଛି ସମୟରେ ଦୁଃଖୀ ରହୁଥିଲେ ସେ ମାକୁ ସନ୍ତାନ ପ୍ରାପ୍ତି ପାଇଁ ସଦା ସର୍ବଦା ଆରାଧନା କରୁଥିଲେ ମା ବୈଷ୍ଣୋଦେବୀ ଦିନ ଶ୍ରୀଧରଙ୍କ ସ୍ୱପ୍ନରେ ଆସି କହିଲେ ହେ ଭକ୍ତ ତୁମେ ନିଜ ଗ୍ରାମର ସମସ୍ତ ଗ୍ରାମ ବାସୀଙ୍କୁ ଡକାଇ ଏକ ଭୋଜନର ବ୍ୟବସ୍ଥା କର ଏବଂ ସମସ୍ତଙ୍କୁ ମନ ମୁତାବକ ନିରାମିଷ ଭୋଜନ ଖାଇବାକୁ ଦିଅ ଏତିକି କହି ମା ସ୍ବପ୍ନରୁ ଚାଲି ଗଲେ ଶ୍ରୀଧର ନିଜ ଗ୍ରାମର ସମସ୍ତ ଲୋକମାନଙ୍କ ପାଖକୁ ଯାଇ ଭୋଜନ ସକାଶେ ଅମାତ୍ରଣ କଲେ ଏବଂ କହିଲେ ମୁଁ ଏକ ଭୋଜନ ର ବ୍ୟବସ୍ଥା କରିଛି |
ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଏହି ଦିନ ଆପଣ ମୋର ଛୋଟ କୁଡିଆ ଘରକୁ ଆସି ଭୋଜନ ଗ୍ରହଣ କରନ୍ତୁ ଏହା ପରେ ସେ ଫେରିବା ବାଟରେ ମଣିଷ ରୁପି ଅସୁର ଭୈରବ ନାଥ ତାନ୍ତ୍ରିକ ଭେଶରେ ରାସ୍ତା କଡ଼ରେ ଯାଉଥିଲେ ଶ୍ରୀଧର ତାଙ୍କୁ ମଧ୍ୟ ନିମନ୍ତ୍ରଣ କଲେ ଭୋଜନ କରିବା ପାଇଁ ଏବଂ କହିଲେ ହେ ବାବା ଭୈରବ ନାଥ ମୁଁ ଏକ ଭୋଜନର ବ୍ୟବସ୍ଥା କରି ଅଛି ଆପଣ ମଧ୍ୟ ସେହି ଭୋଜନ ସ୍ଥଳୀକୁ ଆସିବେ ଓ ପ୍ରସାଦ ଖାଇବେ ଏହା ଶୁଣି ଭୈରବ ହସି ହସି କହିଲେ ହେ ମୂର୍ଖ ଶ୍ରୀଧର ମତେ ସ୍ଵୟଂ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଚାହିଁଲେ ବି ମୋ ପେଟ ଅନୁଯାଇ ଖାଦ୍ୟ ଯୋଗାଇ ପାରିବେ ନାହିଁ ତିତ ଏକ ସାମାନ୍ୟ ମଣିଷ ଟିଏ ସତରେ କଣ ତୁ ମୋର ମନ ମୁତାବକ ଖାଦ୍ୟ ଯୋଗାଇ ପାରିବୁ ଏତିକି କହି ଭୈରବ ନାଥ ସେଠାରୁ ପଳାଇଲେ ଶ୍ରୀଧର ଘରୁ ଫେରି ଭାବନ୍ତି ଏତେ ବଡ ଗାଁ ଓ ହଜାର ହଜାର ଲୋକ ସେ କେମିତି ଏତେ ବଡ ଆୟୋଜନ କରିବେ ଭାବି ଭାବି ଶେଷରେ ସେ ଅଚେତ୍ ହୋଇ ପାଡନ୍ତି କିଛି ଦିନ ଗଲା ଭୋଜନ ଦେବା ଦିନ ପାଖେଇ ଆସିଲା |
ଯଥା ସମ୍ଭବ ସେ ଭୋଜନ ସାମଗ୍ରୀ ଏକ ଜୁଟ କରିବାରେ ଲାଗିଲେ ଚାରି ଦିଗରୁ ଅନେକ କିସମର ଫଳ ମୂଳ ତଥା ପନି ପରିବା ଏକଜୁଟ କଲେ ଶେଷରେ ଭୋଜନ ଦେବା ଦିନ ଆସିଗଲା ମା ଙ୍କୁ ସେ ପୂଜା ଅର୍ଚ୍ଚନା କରିବା ଆରମ୍ଭ କଲେ ଗାଁ ଲୋକମାନଙ୍କ ଭିଡ ବଢିବାରେ ଲାଗିଲା ଛୋଟ ଛୁଆଁ ଙ୍କ ଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ ଅନେକ ଲୋକଙ୍କ ସମା ଗମ୍ ହେଲା ଏତେ ସାରା ଲୋକଙ୍କୁ ଦେଖି ମୁଣ୍ଡରେ ହାତ ଦେଇ ବସିଥାନ୍ତି ଶ୍ରୀଧର ସେ ପୂଜା ସାରି ଖାଦ୍ୟ ପରିଶିବାରେ ଲାଗି ପଡ଼ିଲା କିନ୍ତୁ ଯେତେ ସାମଗ୍ରୀ ସେ ଯୋଗାଡ କରିଥିଲେ ଧୀରେ ଧୀରେ ତାହା ଶେଷ ହେବାରେ ଲାଗିଲା ଶେଷରେ ସେ ମା ବୈଷ୍ଣୋଦେବୀ ଙ୍କୁ ପ୍ରାର୍ଥନା କଲେ ହେ ମା ବୈଷ୍ଣୋଦେବୀ ତୋରି ଆଦେଶରେ କରିଅଛି ଭୋଜନର ବ୍ୟବସ୍ଥା କିନ୍ତୁ ମୁଁ ଏକ ଛାର ଭିକାରୀ ଟିଏ ନିଜ ପେଟ ପୁରା ଖାଦ୍ୟ ମୁଁ ନିଜେ ଯୋଗାଡ କରି ପାରୁନି କିନ୍ତୁ ଆଜି ସମଗ୍ର ଗ୍ରାମ ବାସୀ ଆସି ମୋ ଦାଣ୍ଡ ଦୁଆରେ ବସିଲେଣି ଏବେ ମୁଁ କଣ କରିବି |
କହି ମାଙ୍କୁ ସେ ମିନତି କରିଥାନ୍ତି ଠିକ୍ ସେହି ସମୟରେ ମା ବୈଷ୍ଣୋଦେବୀ ଛୋଟ ବାଳିକା ଭେଶରେ ଶ୍ରୀଧର ଭୋଜନ ସ୍ଥଳୀକୁ ପ୍ରବେଶ କରନ୍ତି ଓ ସମସ୍ତ ସ୍ଥିତି ଅନୁଧ୍ୟାନ କରି ପୁଣି ଥରେ ଭୋଜନ କାର୍ଯ୍ୟ ଆରମ୍ଭ କରନ୍ତି ଏହା ଦେଖି ଅର୍ଶ୍ଚଯ୍ୟ ହୋଇଗଲେ ଗ୍ରାମ ବାସି ଓ ଶ୍ରୀଧର ସମସ୍ତ ସାମଗ୍ରୀ ଆପେ ଆପେ ମାଙ୍କ କରୁଣାରୁ ଆସୁଥାଏ ସମସ୍ତ ଲୋକ ଭୋଜନ କରି ଶ୍ରୀଧର ଙ୍କୁ ଆଶ୍ରୀବାଦ ଦେଇ ନିଜ ନିଜ ଘରକୁ ଫେରିଗଲେ କିଛି ସମୟ ଗଲା ତାହା ପରେ ପୂର୍ବ ଦୁଆରୁ ପ୍ରବେଶ କରନ୍ତି ଭୌରଭ ନାଥ ନିଜ ଦଳ ଓ ସନ୍ୟ ସାମନ୍ତଙ୍କୁ ଧରି ଶ୍ରୀଧର ଘରେ ପହଞ୍ଚିଲେ ଭୈରବ ନାଥ ଏବଂ ଖାଇବା ଦେବା ପାଇଁ ଶ୍ରୀଧର ଙ୍କୁ ଆଦେଶ ଦେଲେ ଶ୍ରୀଧର ଖାଇବା ଆଣି ଭୈରବ ନାଥଙ୍କୁ ଦେଲେ କିନ୍ତୁ ଭୈରବ ନାଥ କହିଲେ ଆମେ ନିରାମିଷ ଖାଇବୁ ନାହିଁ ଯଦି ଅଛି ସାହାସ ତେବେ ଆମକୁ ରକ୍ତ ମାଂସ ଭିଜା ଖାଦ୍ୟ ଆମକୁ ଖାଇବାକୁ ଦିଅ ଏହା ସବୁ ଶୁଣି ମା ବୈଷ୍ଣୋଦେବୀ ରାଗିଯାଇ ଭୈରବ ନାଥଙ୍କ ସାମ୍ନାକୁ ଆସି କହିଲେ ଏଠାରେ ସମ୍ପୂର୍ଣ ନିରାମିଷ ଖାଦ୍ୟ ଦିଆଯାଉଛି |
ଯଦି ତୁମର ଖାଇବାର ଅଛି ଖାଅ ନହେଲେ ଯାଇ ପାରେ ଏହା ଶୁଣି ଭୈରବ ନାଥ ଅପମାନିତ ହୋଇ ରାଗିଗଲେ ଏବଂ ସେହି ଝିଅକୁ ଅର୍ଥାତ ମା ବୈଷ୍ଣୋଦେବୀଙ୍କୁ ଅଭିଶାପ ଦେବାକୁ ଲାଗିଲେ କିନ୍ତୁ ଠିକ୍ ସେହି ସମୟରେ ହଠାତ ମା ବୈଷ୍ଣୋଦେବୀ ଯାଇଁ ଏକ ଗୁମ୍ଫାରେ ଲୁଚି ଗଲେ ଭୈରବ ନାଥ ମଧ୍ୟ ଦୌଡ଼ି ଦୌଡ଼ି ମା ଙ୍କ ପାଖକୁ ଚାଲୁ ଗଲେ ମା ବୈଷ୍ଣୋଦେବୀ ଯେତେ ବେଳେ ସେହି ଗୁମ୍ଫାରେ ଲୁଚି ଥାଆନ୍ତି ଭୈରବ ନାଥ ଆସି ତାଙ୍କ ସହିତ ଯୁଦ୍ଧ କରିବାରେ ଲାଗିଲେ କିନ୍ତୁ ଭୈରବ ନାଥ ମାଙ୍କୁ ଯୁଦ୍ଧରେ ପରାସ୍ତ କରି ପାରିଲେ ନାହିଁ ଶେଷରେ ମା ବୈଷ୍ଣୋଦେବୀ ଭୈରବ ନାଥ ଙ୍କର ମୁଣ୍ଡ ଓ ଗଣ୍ଡିକୁ ଦୁଇ ଭାଗ କରି ଦେଲେ ମୁଣ୍ଡ ଟି ଯାଇଁ ଏକ ପର୍ବତ ସୁଖରେ ରେ ପଡ଼ିଲା ଠିକ୍ ସେହି ସମୟରେ ଭୈରବ ନାଥ କାନ୍ଦି କାନ୍ଦି କୁହନ୍ତି |
ହେ ମା ଆଜି ମୁଁ ତୁମ ହାତରେ ବିନାଶ ହୋଇ ପୁଣ୍ୟ ଲାଭ କଲି କିନ୍ତୁ ମରିବା ପୂର୍ବରୁ ଆଜି କିଛି ଆଶିଷ କର ହେ ମା ଠିକ୍ ସେହି ସମୟରେ ମା ବୈଷ୍ଣୋଦେବୀ କୁହନ୍ତି ହେ ଭକ୍ତ ଭୈରବ ନାଥ ମାରିବା ପୂର୍ବରୁ ତୁମକୁ ଦେଉଛି ମୁହିଁ ଏହି ଆଶିଷ ଯେତେ ବେଳେ ଏହି ସ୍ଥାନରେ ମୋର ନିର୍ମାଣ ହେବ ଓ ଭକ୍ତମାନେ ମତେ ଦର୍ଶନ କରିବା ପାଇଁ ଆସିବେ ସେମାନେ ଯେ ପର୍ଯ୍ୟନ୍ତ ତୁମର ଦର୍ଶନ ନକରିଛନ୍ତି ତାଙ୍କର ଦର୍ଶନ ଅଧା ରହିଯିବ ଏହି ଆଶ୍ରିବାଦ ମା ଦେବା ପରେ ଭୈରବ ପ୍ରା-ଣ ତ୍ୟାଗ କଲେ ତାହା ପରେ ଅନେକ ଦିନ ଗଲା ଶ୍ରୀଧର ଜାମୁ କାଶ୍ମୀରର ସେହି କଟରା ସହରରେ ମାଙ୍କ ଭବ୍ୟ ମନ୍ଦିର ନିର୍ମାଣ କଲେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଲା ଦେଶ ବିଦେଶରୁ ମାଙ୍କ କରୁଣା ଟିକେ ପାଇବା ପାଇଁ ଅନେକ ଶ୍ରଦ୍ଧାଳୁ ଆଜି ମଧ୍ୟ ଧାଇଁ ଆସୁଛନ୍ତି