ନମସ୍କାର ଦର୍ଶକବନ୍ଧୁ ପାଣିପାଗ ଖବରରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଆଜି 12 ଜିଲ୍ଲାରେ ପ୍ରବଳ ବର୍ଷିବ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ତେବେ ଦର୍ଶକବନ୍ଧୁ କଣ ରହିଛି ଖବର ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ ସ୍ଥାନରେ ବର୍ଷା ଜାରି ରହିଛି ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହୁଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସାଙ୍ଗକୁ ହାଲୁକା ବର୍ଷା ହେଉଛି |
ଏହି ଲଘୁଚାପ ବର୍ତ୍ତମାନ ଘନୀଭୂତ ହୋଇ ସୁଦୃଢ଼ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସାରିଥିବା ବେଳେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଘନୀଭୂତ ହୋଇଛି ଏହା ଧୀରେ ଧୀରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ଉତ୍ତର ଆନ୍ଦ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ମଧ୍ୟ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି |
ଏହା ମଧ୍ୟରୁ ମାଲକାନଗିରି ,ନବରଙ୍ଗପୁର ,ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି |
ଏପରି ରାୟଗଡ଼ା ,ଗଜପତି ,ଗଞ୍ଜାମ ,କନ୍ଧମାଳ ,ପୁରୀ ଏବଂ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଏହି ଜିଲ୍ଲା ଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ତେବେ ଦର୍ଶକବନ୍ଧୁ ଏହା ଥିଲା କିଛି ଏବେକାର ଲାଟେଷ୍ଟ ପାଣିପାଗ ଖବର ଯାହା ଆପଣମାନେ ଜାଣିପାରିଲେ |