ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ପାଣିପାଗକୁ ନେଇ ଆସିଲା ଏକ ବହୁତ ବଡ଼ ଖବର ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ସଦୃଶ ଲଘୁଚାପ ଏବେ ଉତ୍ତର ଆନ୍ଦ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ଉପକୂଳରେ ସକ୍ରିୟ ରହିଛି ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଛି ଆଜି ମଧ୍ୟ ସକାଳୁ ଆକାଶ ମେଘାଚ୍ଛନ ରହିବା ସହିତ କିଛି କିଛି ଜିଲ୍ଲା ଗୁଡ଼ିକରେ ଭାରି ବର୍ଷା ମଧ୍ୟ ଦେଖିବାକୁ ମିଳିଛି | ବିଶେଷ କରି ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନ୍ୟପଟେ ଆସନ୍ତା 30 ତାରିକରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ସଂସ୍ଥା |
ଅନ୍ୟପଟେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିବ ସେଥିପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂଆଉ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ମଧ୍ୟ ଜାରି କରାଯାଇଛି ତେବେ ଏହି ସବୁ ଜିଲ୍ଲା ଗୁଡ଼ିକ କଣ କଣ ଆସନ୍ତୁ ନଜର ପକେଇବ |ଆଜିଠୁ ପ୍ରବଳ ଛେଚିବ 5 ଦିନ ଧରି ଲାଗି ରହିବ ବର୍ଷା ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି ସଦୃଶ ଲଘୁଚାପ ଏହାର ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି |
ଏହାରି ଭିତରେ ଆସନ୍ତା 30 ତାରିକ ବେଳକୁ ଉତ୍ତର ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବ ସାଧାରଣତ ଉତ୍ତର ବଙ୍ଗୋପସାଗର ସୃଷ୍ଟି ହେଉଥିବା ଲଘୁଚାପ ଗୁଡ଼ିକ ଓଡ଼ିଶାରେ ଅଧିକ ବର୍ଷା କରାଇଥାଏ ହେଲେ ଗତ ଦୁଇଟି ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡ଼ିଶାର କେବଳ ଦକ୍ଷିଣ ଓଡ଼ିଶାର ବର୍ଷା ହେବା ସହିତ ଏହାର ପ୍ରଭାବ ଆନ୍ଦ୍ର ଏବଂ ତାମିଲନାଡୁ ଆଦି ରାଜ୍ୟ ଉପରେ ରହିଛି ଏଣୁ ଆଗାମୀ ଲଘୁଚାପକୁ ନେଇ ବର୍ଷା ହେବା ନିମନ୍ତେ ଆକଳନ କରାଯାଇଛି |
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଭଲ ବର୍ଷା ହେବା ନେଇ କୁହାଯାଇଛି ଏଥି ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ତେବେ ଗୁରୁବାର ଠାରୁ ବର୍ଷାର ପ୍ରକୋପ କମିବାକୁ ଥିବା ବେଳେ ମୌସୁମୀ ପ୍ରଭାବରେ କିଛି ସ୍ଥାନରେ ଆସନ୍ତା 3 ରୁ 4 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତା 29 ତାରିକରେ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛନ୍ତି |
ଉପକୂଳ ଓଡ଼ିଶାରେ ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ଥିବାରୁ ତୁହାକୁ ତୁହା ବର୍ଷା ମଧ୍ୟ ଲାଗି ରହିବ ଘଣ୍ଟାକୁ 40 ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ତେଣୁ ଏଥିପାଇଁ ମତ୍ସ୍ୟ ଜୀବିମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି |ମାଲକାନଗିର ଏବଂ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଏହା ଛଡ଼ା ନୂଆପଡ଼ା ,ଗଜପତି .କଳାହାଣ୍ଡି ,ରାୟଗଡ଼ା ଏବଂ ନବରଙ୍ଗପୁର ,ବଲାଙ୍ଗୀରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |