ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ବିଶାଳ ହିମାଳୟ ପର୍ବତରେ ବାବା କେଦାରନାଥ ମନ୍ଦିରର ବିଷୟରେ ହୁଏତ ଆପଣମାନଙ୍କ ମଧ୍ୟରୁ କିଏ ତ କେଦାରନାଥ ଯାତ୍ରା କରିଥିବେ ଯେଉଁମାନେ ବି ଏହି ସ୍ଥାନ ଭ୍ରମଣ କରୁଛନ୍ତି ଏହାର ମାହାତ୍ମ୍ୟ ବିଷୟରେ ଜାଣିଥିବେ ଏହି ସ୍ଥାନରେ ଏମିତି କିଛି ରହସ୍ୟ ଅଛି ଯାହାକୁ ଆଜି ଯାଏ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ଆସନ୍ତୁ ଜାଣିବା ଏହାର ମାହାତ୍ମ୍ୟ ବିଷୟରେ |ବିଶ୍ୱ ପ୍ରସିଦ୍ଧ 12 ଟି ଜ୍ୟୋତିଲିଙ୍ଗ ମଧ୍ୟରୁ କେଦାରନାଥ ପ୍ରସିଦ୍ଧ କୁହାଯାଏ ଯେ କେଦାରନାଥର ପ୍ରାଚୀନ ମନ୍ଦିରକୁ ପାଣ୍ଡଵ ମାନେ ନିର୍ମାଣ କରିଥିଲେ ପୌରାଣିକ କଥା ଅନୁସାରେ ଭଗବାନ ଶ୍ରୀ କେଦାରନାଥ ମଇଁଷିର ପଛ ପଟ ଅଙ୍ଗ ଅଛି ଏଠାରେ ଭଗବାନ ଶିବ ଶଂବୁ ମାଟି ଭିତରେ ଅନ୍ତର୍ଧ୍ୟାନ ଅଛନ୍ତି ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଭଗବାନ ଶିବ ଏପରି ଅବସ୍ଥାରେ କାହିଁକି ଅବସ୍ଥାନ ହେଲେ |
ଶଙ୍କର ପୁରାଣରେ ଭଗବାନ ଶିବ ମାତା ପାର୍ବତୀ ଙ୍କୁ କହିଥିଲେ ଯେ ଏହି ସ୍ଥାନର ଉତ୍ପତ୍ତି ମୋ ସହିତ ହିଁ ଏହି ଅଛି ମୁଁ ଏହି ସ୍ଥାନରେ ସୃଷ୍ଟିର ସଂରଚନା ପାଇଁ ବ୍ରହ୍ମାଙ୍କ ରୂପରେ କର ବ୍ରହ୍ମା ପ୍ରାପ୍ତ କରିବି ସେବେଠାରୁ ଏହା ମୋର ଚିର ପରିଚିତ ଘର ଅଟେ ଏହି କେଦାରଖଣ୍ଡ ମୋର ନିବେଶ ସ୍ଥାନ ହୋଇଥିବାରୁ ପୃଥିବୀ ପୃଷ୍ଠରେ ଏହା ସ୍ୱର୍ଗ ସମାନ ଅଟେ କେଦାର ଖଣ୍ଡରେ ଉଲେଖ ଅଛି ଯେ କେଦାରନାଥଙ୍କ ଦର୍ଶନ ନ କରି ଯଦି କେହି ବଦ୍ରୀନାଥ ଯାତ୍ରା କରିଥାଏ |ତେବେ ତାହାର ଯାତ୍ରା ବ୍ୟର୍ଥ ହୋଇଥାଏ
ଅନ୍ୟ ଲୋକଙ୍କ କଥା ଅନୁସାରେ ହିମାଳୟର କେଦାର ସୁଙ୍ଗରେ ଭଗବାନ ବିଷ୍ନୁ ଙ୍କ ଅବତାର ମହା ତପସ୍ୱୀ ନର ଏବଂ ନାରାୟଣୀ ଋଷି ତପସ୍ୟା କରୁଥିଲେ ତାଙ୍କର ଆରଧନାରେ ପ୍ରସନ୍ନ ହୋଇ ଭଗବାନ ଶିବ ପ୍ରକଟ ହେଲେ ଓ ତାଙ୍କର ପ୍ରାର୍ଥନା ସ୍ୱୀକାର କରି ଜ୍ୟୋତିର୍ଲିଙ୍ଗ ଉପରେ ରହି ସଦା ସର୍ବଦା ରହିବାର ବର ପ୍ରଦାନ କଲେ ଏପରି ମଧ୍ୟ କୁହାଯାଏ ଯେ ମହାଭାରତ ଯୁଦ୍ଧରେ ବିଜୟୀ ହେଲା ପରେ ପାଣ୍ଡଵ ମାନେ ଆତ୍ମ ସୌଜନ୍ୟ ଙ୍କ ହ-ତ୍ୟା ଭାବରୁ ମୁକ୍ତି ହେବା ପାଇଁ ଭଗବାନ ଶିବଙ୍କ ଆଶୀର୍ବାଦ ଚାହୁଁଥିଲେ |
କିନ୍ତୁ ମହାଦେବ ତାଙ୍କ ଉପରେ ରାଗିଗଲେ ଆଉ ସେଥିପାଇଁ ମହାଦେବ ଅନ୍ତର୍ଧ୍ୟାନ ହୋଇ କେଦାର ସଂଘକୁ ଚାଲିଗଲେ ପାଣ୍ଡଵ ମାନେ ମଧ୍ୟ ଗୋଡ଼ାଇ ଗୋଡ଼ାଇ ସେହି ଜାଗାରେ ପହଞ୍ଚି ଗଲେ ସେତିକି ବେଳେ ଭଗବାନ ଶିବ ମଇଁଷି ରୂପ ଧାରଣ କରି ଅନ୍ୟ ମଇଁଷି ଗୋଠରେ ମିଶିଗଲେ ତେଣୁ ବାଧ୍ୟ ହୋଇ ଭୀମ ନିଜ ବିଶାଳ ରୂପ ଧାରଣ କରି ଦୁଇ ପାହାଡ଼ ଉପରେ ଛିଡ଼ା ହୋଇଗଲେ ଅନ୍ୟସବୁ ପଶୁମାନେ ସେହି ବାଟ ଦେଇ ଚାଲିଗଲେ କିନ୍ତୁ ଭଗବାନ ଶିବଙ୍କ ରୂପରେ ଥିବା ମଇଁଷି ଭୀମଙ୍କ ପାଦ ତଳେ ଦେଇ ଗଲେ ନାହିଁ |
ଭୀମ ବଳ ପୂର୍ବକ ସେ ମଇଁଷି ଉପରେ କୁଦା ମାରିଲେ ଆଉ ମଇଁଷି ଟି ମାଟି ତଳକୁ ପଶି ପଶି ଗଲା ଠିକ ସେତିକି ବେଳେ ଭୀମ ମଇଁଷି ର ପଛ ପଟକୁ ଜାବୁଡ଼ି ଧରିଲେ ଭଗବାନ ଶିବ ପାଣ୍ଡଵ ମାନଙ୍କ ଭକ୍ତିରେ ଦୃଢ଼ ସଂକଳ୍ପ ଦେଖି ତାଙ୍କୁ ପାପରୁ ମୁକ୍ତ କରିଦେଲେ |ଆଉ ସେବେଠାରୁ ମହାଦେବ ମଇଁଷିର ପିଠି ଆକୃତି ପିଣ୍ଡ ଭାବରେ ଶ୍ରୀ କେଦାରନାଥ ମନ୍ଦିର ଭାବରେ ପୂଜା ପାଉଛନ୍ତି |