2023 ବିଶ୍ୱକପ ପାଇଁ BCCI ଚୟନ କଲା ଏହି ଯୁବ ଖେଳାଳିଙ୍କୁ ,ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି

ନମସ୍କାର ଦର୍ଶକବନ୍ଧୁ ଦିନିକିଆ ବିଶ୍ୱକପ ପାଇଁ ICC କରୁଛି ନୂଆ ପ୍ଲାନ ଦେଖନ୍ତୁ କିଏ କିଏ ପାଇବେ ସ୍ଥାନ ଦିନିକିଆ ବିଶ୍ୱକପ ପାଇଁ ଆହୁରି ପ୍ରାୟ 3 ମାସ ବାକି ଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତରେ କେଉଁ କେଉଁ ସ୍ଥାନ ମିଳିବ ସେନେଇ ଆଲୋଚନା ଜୋର ଧରିଛି |ବର୍ତ୍ତମାନ ଭାରତୀୟ ଦଳର ଷ୍ଟାର ଖେଳାଳି ସାମିଲ ଥିଲା ବେଳେ ବିଶ୍ୱକପ ପାଇଁ କିଛି ଖେଳାଳିଙ୍କୁ ଚୟନ କରିବ BCCI କିନ୍ତୁ ଏହି ତାଲିକାରେ ଅନେକ ଯୁବ ଖେଳାଳି ମଧ୍ୟ ସାମିଲ ଅଛନ୍ତି ଯେଉଁମାନେ ଭାରତୀୟ ଦଳ ପାଇଁ ବିଶ୍ୱକପରେ ଏଣ୍ଟ୍ରି କରିପାରନ୍ତି |

ବିଶ୍ୱକପରୁ ବଡ଼ ଟୁର୍ଣ୍ଣାମେଣ୍ଟ ଭଳି ଅଭିଜ୍ଞ ଖେଳାଳି ଉପରେ ଭାରତର ନଜର ରହିବ ଅଧିନାୟକ ରୋହିତ ଶର୍ମା ,ବିରାଟ କୋହଲି ,ମହମ୍ମଦ ସାମୀ ,ହାର୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଦଳ ପାଇଁ ମୁଖ୍ୟ ଭୂମିକାରେ ନଜର ଆସିବେ ଏହା ବ୍ୟତୀତ ଦଳର ଅନ୍ୟ ଷ୍ଟାର ଖେଳାଳି ରିସବ ପନ୍ଥ ,ଯଶପ୍ରୀତ ବୁମରାହା ,କେଏଲ ରାହୁଲ ଏବଂ ଶ୍ରେୟସ ଆୟର ଆହତ ହୋଇ ବର୍ତ୍ତମାନ ଦଳରୁ ବାଦ ପଡ଼ିଛନ୍ତି |

ତେବେ ବୁମରାହା ,ଶ୍ରେୟସ ମଇଦାନ କୁ ଫେରି ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା |ଯାହା ଫଳରେ ଭାରତୀୟ କ୍ରିକେଟ ଫ୍ୟାନ ମାନଙ୍କୁ ଆଶ୍ବସ୍ତି ମିଳିଛି ଏହି ଷ୍ଟାର ଖେଳାଳି ବିଶ୍ୱକପ ପୂର୍ବରୁ କମ ବ୍ୟାକ କରିପାରିବେ ବୋଲି ଆଶା କରାଯାଉଛି |ଆସନ୍ତୁ ନଜର ପକେଇବା କଣ ରହିଛି ଭାରତର ବିଶ୍ୱକପ ଦଳ |ବର୍ତ୍ତମାନ BCCI ର ଚୟନ କର୍ତ୍ତା ଅଜିତ ଅଗରକର ୱେଷ୍ଟଇନଡିଜ ରେ ପହଞ୍ଚିଛନ୍ତି

ଏଠାରେ ଅଧିନାୟକ ରୋହିତ ଏବଂ କୋଚ ରାହୁଲ ଦ୍ରାଭିଡ଼ ଙ୍କ ସହ ଏସିଆ କପ ଏବଂ ବିଶ୍ୱକପ ଦଳ ବିଷୟରେ ଆଲୋଚନା କରିବେ |ତେବେ ମିଳିଥିବା ସୂଚନା ଅନୁସାରେ ଟିଟ୍ୱେଣ୍ଟି ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବ ଭାରତର ଏହି ପ୍ଲାନରେ ସାମିଲ ହୋଇଛନ୍ତି କିନ୍ତୁ ସେ ଟୁର୍ଣ୍ଣାମେଣ୍ଟରେ କେବଳ ରିଜର୍ଵ ଖେଳାଳି ଭାବରେ ରହିବେ ବୋଲି ଅନୁମାନ କରାଯାଉଛି |

କାରଣ ଶ୍ରେୟସ ଆୟର ଫିଟ ହୋଇଥିବରୁ ତାଙ୍କର ସମ୍ଭାବନା ହାର ଅଧିକ ରହିଛି | ସେହିଭଳି ରିସବ ପନ୍ଥ ଙ୍କ ଜାଗାରେ ସଞ୍ଜୁ ସାମସନ ଏବଂ ଈଶାନ କିଷାନ ଖେଳିବେ ବୋଲି ଏହାର ନିଷ୍ପତି ୱେଷ୍ଟନଡିଜ ର ଦିନିକିଆ ମ୍ୟାଚରେ ନିଆଯିବ ବୋଲି କୁହାଯାଉଛି |

Leave a Reply

Your email address will not be published. Required fields are marked *