ପୁଣି ଖୋଲିଲା ହୀରାକୁଦ ଗେଟ ମହାନଦୀ ଡରେଇଲାଣି ବନ୍ୟାର ଭୟ ,ଏହି ସବୁ ଜିଲ୍ଲା ଗୁଡ଼ିକୁ ହୋଇପାରେ ବନ୍ୟା

ନମସ୍କାର ଦର୍ଶକବନ୍ଧୁ ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦର ଜଳସ୍ତର ଗତ କାଲି 8 ଟି ଗେଟ ଖୋଲିଥିଲା ବେଳେ ଆଜି ଆଉ 4 ଟି ଗେଟ ଖୋଲା ସାରିଛି ଫଳରେ ମୋଟ 12 ଟି ଗେଟ ଦେଇ ହୀରାକୁଦ ଜଳସ୍ତର ନିଷ୍କାସିତ ହେଉଛି ଉପରମୁଣ୍ଡରେ ବର୍ଷା ଲାଗି ରହୁଥିବା ବେଳେ ମହାନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ହୀରାକୁଦ ଜଳସ୍ତର ବଢୁଛି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଉ 3 ଟି ଗେଟ ଖୋଲା ଯାଇଥିଲା ଏବଂ ଗତ 23 ତାରିକରେ ଡ୍ୟାମରୁ ଚଳିତ ବର୍ଷ ନିଷ୍କାସିତ କରାଯାଇଥିଲା |

ବାମ ପଟରେ 3 ଟି ଏବଂ ଡାହାଣ ପଟରେ 2 ଟି ସୁଇଚ ଗେଟ ଦେଇ ବନ୍ୟା ଜଳ ଛଡ଼ା ଯାଇଥିଲା |ସୂଚନା ଅନୁସାରେ ଗତକାଲିର ଲଘୁଚାପରେ ଘନୀଭୂତ ହୋଇ ସଂଲଗ୍ନ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଦ୍ରପ୍ରଦେଶ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି |

ଏହା ଆହୁରି ଘନୀଭୂତ ହୋଇ 26 ରେ ଅବପାତର ରୂପ ନେବ ଏହାର ପ୍ରଭାବରେ ଆଜିଠାରୁ 27 ତାରିକ ଯାଏ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ 4 ଟି ଗେଟ ବର୍ତ୍ତମାନ ସମୟରେ 12 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇଛି |

ସୂଚନା ଅଛି ହୀରାକୁଦ ଡ୍ୟାମର ଜଳସ୍ତର 614.4 ଫୁଟ ରହିଛି ପ୍ରତି ସେକେଣ୍ଡରେ ଜଳ ଘଣ୍ଟାର 1,50,799 କ୍ୟୁସେଜ ଜଳ ପ୍ରବାହିତ ହେଉଛି ଏହି ସମୟରେ ମଧ୍ୟ 1,58,825 କ୍ୟୁସେଜ ବନ୍ୟା ପାଣି ନିଷ୍କାସିତ ହେଉଛି ଫଳରେ ମହାନଦୀ ଆବାବାହିତ ରେ ଥିବା ଜିଲ୍ଲା ଗୁଡ଼ିକୁ ପ୍ରଶାସନ ପକ୍ଷରୁ ସତର୍କତା କରାଇ ଦିଆଯାଇଛି |

Leave a Reply

Your email address will not be published. Required fields are marked *