ଖୋଲିଲା ୧୨ ଟି ଗେଟ ଦେଖାଗଲା ଚିତ୍ତଳ ମାଛ ,ଗୋଟି ଗୋଟି କରି ସତ ହେଉଛି ମାଳିକା କଥା ମାଳିକା ଦେଲା ଏପରି ସଙ୍କେତ |

ନମସ୍କାର ଦର୍ଶକବନ୍ଧୁ ଛତିଶଗଡ଼ରେ ଯେତିକି ଡ୍ୟାମ ଅଛି ସେହି ସବୁ ଡ୍ୟାମର ଗେଟ ଖୋଲା ହୋଇଯାଇଛି ବର୍ତ୍ତମାନ ହୀରାକୁଦରେ ସେହି ସବୁ ଡ୍ୟାମର ପାଣି ଗଛିତ ହୋଇଯାଇଛି ହୀରାକୁଦ ଡ୍ୟାମର ଜଳ ରଖିବା କ୍ଷମତା ଯେତିକି ତାହାଠାରୁ ଅଧିକ ପରିମାଣର ଜଳ ବର୍ତ୍ତମାନ ହୀରାକୁଦ ବନ୍ଧରେ ଅଛି ଯାହାକୁ ନେଇ ହୀରାକୁଦ କର୍ମଚାରୀ ଭୟଭୀତ ଆଶଙ୍କା କରିଛନ୍ତି ସେଥିପାଇଁ ହୀରାକୁଦର 12 ଟି ଗେଟକୁ ଖୋଲି ଦିଆଯାଇଛି ଯଦି ଏହି ପ୍ରକାର ଛତିଶଗଡ଼ ତାହାର ପାଣି ଓଡିଶାକୁ ଛାଡ଼େ ତେବେ ହୀରାକୁଦ ପ୍ରତି ବିପଦ ଆଶଙ୍କା ରହିଛି | ଦର୍ଶକବନ୍ଧୁ ହୀରାକୁଦ ବନ୍ଧର ଏହି ମୁଣ୍ଡରୁ ସେହି ମୁଣ୍ଡକୁ ଚାହିଁଲେ ଏମିତି ଲାଗୁଚି ଯେମିତି ସମୁଦ୍ର ଭଳି ଆଉ ସେହି ସମୁଦ୍ର ଭଳି ପାଣିକୁ ଦେଖିଲେ ଭୟ ଲାଗୁଚି |

ହୀରାକୁଦରୁ ବନ୍ୟା ଜଳ ଛାଡ଼ିବା ପରେ ମହାନଦୀ,କାଠଯୋଡ଼ି ଏବଂ ସମସ୍ତ ନଦୀ ଗୁଡ଼ିକରେ ବନ୍ୟା ଜଳ ଧୀରେ ଧୀରେ ବୃଦ୍ଧି ପାଉଛି ଜୋବ୍ରା ଠାରେ ବର୍ତ୍ତମାନ ବନ୍ୟା ଜଳ ଏ କୂଳରୁ ସେ କୂଳ ଭର୍ତ୍ତି ହୋଇଯାଇଛି ଆଉ ଏବେ ଓଡ଼ିଶାରେ ଲଘୁଚାପ ଯଦି ଚାରିଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହେ ତେବେ ହୀରାକୁଦର ଆଉ ସବୁ ଗେଟ ଗୁଡ଼ିକ ଖୋଲି ଦିଆଯିବ ଆଉ ଏହି ସମୟରେ ହୀରାକୁଦ ଜଳ ଭଣ୍ଡାର ପରିପୂର୍ଣ୍ଣ ଥିବା ସମୟରେ ଏକ ବିରାଟ ମାଛ ଦେଖିବାକୁ ମିଳିଛି ଲୋକମାନଙ୍କ କହିବା ମୁତାବକ ମାଳିକାରେ ବର୍ଣ୍ଣିତ ଯେଉଁ ଚିତ୍ତଳ ମାଛ ତାହା ବର୍ତ୍ତମାନ ଦେଖିବାକୁ ମିଳୁଛି |

ହୀରାକୁଦ ବନ୍ଧରେ ଆଉ ଯେଉଁ ଦିନ ହୀରାକୁଦ ବନ୍ଧ ଭାଙ୍ଗିବ ଚାଲିଯିବ ସେ ସାରଳା ଦର୍ଶନ ଅଭିମୁଖେ ତେବେ କଣ ସତରେ ହୀରାକୁଦ ବନ୍ଧରେ ଚିତ୍ତଳ ମାଛ ଦେଖାଯାଇଛି ନା ଏହା ମିଥ୍ୟା କେତେକ ଲୋକ ହୀରାକୁଦ ଡ୍ୟାମ କୁ ବୁଲି ଯାଇଥିଲା ବେଳେ ଦେଖିବାକୁ ପାଇଥିଲେ ଏକ ବିରାଟ ମାଛ ତେବେ ଏହା ଚିତ୍ତଳ ମାଛ ନା ଅନ୍ୟ କୌଣସି ମାଛ ତାହେଲେ କଣ ମହାପୁରୁଷ ଅଚ୍ୟୁତାନନ୍ଦ ଯେଉଁ ଭବିଷ୍ୟବାଣୀ କରିଛନ୍ତି 2024 ମସିହାରେ ହୀରାକୁଦ ବନ୍ଧ ଭାଙ୍ଗିଯିବ ତାହା କଣ ସତ ହୋଇଯିବେ ଯଦି ସତ ହୋଇଯାଏ |

ତାହେଲେ ହୀରାକୁଦ ଡ୍ୟାମର 6 ଜିଲ୍ଲା ନିଶ୍ଚିତ ଜଳମଗ୍ନ ହୋଇଯିବ ଏବଂ ଓଡିଶା ଧୋଇଯିବ କିନ୍ତୁ କେତେକ ସର୍ଭେରୁ ଜଣା ପଡ଼ିଛି ଯେ ଚାଇନା ହୀରାକୁଦକୁ ବମ ପକାଇ ଭାଙ୍ଗିଦେବ ଏହାର ସତ୍ୟତା ମଧ୍ୟ ରହିଛି ରୁଷ ୟୁକ୍ରେନ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି ରୁଷ ୟୁକ୍ରେନର ଏକ ବିରାଟ ବଡ଼ ବନ୍ଧକୁ ବମ ପକାଇ ଭାଙ୍ଗି ୟୁକ୍ରେନକୁ ଜଳରେ ଧୋଇଦେଇଛି |

ତେବେ ଏହି କଥା ଅସମ୍ଭବ ନୁହେଁ ଯେ ଭାରତ ଚାଇନା ମଧ୍ୟରେ ଯେତେବେଳେ ଯୁଦ୍ଧ ହେବ ଚାଇନା ହୀରାକୁଦ ଉପରେ ବମ ପକାଇ ଭାଙ୍ଗିଦେବ ହୀରାକୁଦକୁ ଭାଙ୍ଗିଦେଲେ ଯେଉଁ ଚୌଦ୍ୱାରରେ ରହିଛି ଅସ୍ତ୍ରାଗାର ତାହା ଭାଙ୍ଗିଯିବ ଏହି ଦୃଷ୍ଟିରେ ଦେଖିଲେ ହୀରାକୁଦକୁ ଭାଙ୍ଗିବ ବୋଲି ଅନୁମାନ କରାଯାଇଛି |ଯଦି ଏହା ହୁଏ ଓଡିଶା ପାଇଁ ଏକ ବଡ଼ ବିପଦ ସାଜିବ |

Leave a Reply

Your email address will not be published. Required fields are marked *