ଆଜିର ରାଶିଫଳ 2023 ଜୁଲାଇ 26 ବୁଧୁବାର, କେମିତି କଟିବ ଆଜିର ଦିନ

ମେଷ – ନବମ ଚନ୍ଦ୍ର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ। ଗତକାଲିଠାରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଉପୁଜିବ।

ବୃଷ – ଅଷ୍ଟମରେ ଚନ୍ଦ୍ର ପଡ଼ୋଶିନୀ କିମ୍ବା ସମ୍ପର୍କୀୟା ଭଉଣୀଙ୍କ ସହ ମତାନ୍ତର ସୃଷ୍ଟି କରିବ। ପାରିବାରିକ ସମସ୍ୟା ବାରମ୍ବାର ମନରେ ଚିନ୍ତା କରି ମନଟା ଭଲ ରହିବ ନାହିଁ। ଏଣେ କର୍ମକ୍ଷେତ୍ରର ବିଭିନ୍ନ ଘଟଣାବଳୀ ମନକୁ ଆଲୋଡିତ କରିବ। ପୁଣି କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ।

ମିଥୁନ – ଚତୁର୍ଥ କେନ୍ଦ୍ରାଧିପ ରବି ରାଶିରେ ଥିବାରୁ ଆଜିର ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଆପଣଙ୍କ ସକାଶେ ବହୁତ ଭଲ। ହାତକୁ ନେଇଥିବା ଦୀର୍ଘମିଆଦୀ କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ। ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ଓ କିଛି କରିବା ସକାଶେ ମନବଳାଇ କର୍ମମୁଖର ହେବେ।

କର୍କଟ – ପ୍ରତ୍ୟେକ କ୍ଷେତ୍ରରେ ଆଡ୍‌ଜଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବନାହିଁ। ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନାହିଁ। ପ୍ରତିଦ୍ୱନ୍ଦ୍ୱିତା ବଢ଼ିଚାଲିବା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହେବେ।

ସିଂହ – ସମ୍ପର୍କୀୟଙ୍କ ସାହାଯ୍ୟରୁ ଅଟକିଥିବା କାମଟି ହଠାତ୍‌ ହୋଇଯିବ। ଅର୍ଥ ଲାଭ ସାଙ୍ଗକୁ ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶୀଳ ହେବେ। ବ୍ୟବସାୟ ଓ ପରିବହନରେ ଲାଭବାନ ହେବା ସହିତ ନିଜ ପରିସରରେ ପ୍ରତିଷ୍ଠିତ ହେବେ।

କନ୍ୟା – ଅଷ୍ଟମରେ ତିନୋଟିଗ୍ରହ ଥିବାରୁ ଆଜି ଅସ୍ଥିରତା ମଧ୍ୟରେ ଦିନଚର୍ଯ୍ୟା କରିବାକୁ ବାଧ୍ୟ ହେବେ। ବ୍ୟୟବୃଦ୍ଧି, ସନ୍ତାନଙ୍କ ସମସ୍ୟା, ଶତ୍ରୁତା, ବିରୋଧର ସାମ୍ନା କରିବା ଦିଗରେ ଚିନ୍ତିତ ରହିବେ। ଆତ୍ମୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବନି। କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।

ତୁଳା – ଆଜି ପ୍ରାପ୍ତିସ୍ବୀକାରରେ ମନ ଏକବାର ଖୁସି ହୋଇଯିବ। ଅତୀତରେ ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମତମନ୍ତବ୍ୟ ଦେବା ଭଲ ହେବ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।

ବିଛା – ଦୁଃସ୍ଥାନସ୍ଥ କେତୁ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ଧୋକା ଖାଇ ପରିସ୍ଥିତି ଆପଣଙ୍କୁ ନୀରବଦ୍ରଷ୍ଟା ସଜାଇଦେବ। ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ। ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ପରିବହନ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। କୌଣସି ସମସ୍ୟା ମନଟାକୁ ଗୋଳମାଳିଆ କରିଦେବ।

ଧନୁ – ଶନିଙ୍କ ସ୍ଥିତିଜନିତ ଆତ୍ମୀୟଙ୍କ ତରଫରୁ କୌଣସି ସମସ୍ୟା କାମରେ ପ୍ରତିବନ୍ଧକ ସୃଷ୍ଟି କରିବ। ନୂତନ ସ୍ଥାନ ପରିଦର୍ଶନ, ବନ୍ଧୁଙ୍କ ସହ ଭ୍ରମଣ, କ୍ରୀଡ଼ା ଓ ମନୋରଞ୍ଜନରେ ନିଜକୁ ମଜ୍ଜାଇ ରଖିବେ। ସତ୍‌ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ ଅତିବାହିତ ହେବ। ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

ମକର – ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ଆପଣଙ୍କ ମୁହଁକୁ ବନ୍ଦ କରିଦେଇପାରେ। ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧାଭାସର ଆଭାସ ଅଶାନ୍ତିର କାରଣ ହେବ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ଚତୁର୍ଥ କେନ୍ଦ୍ରରେ ଏକାଧିକଗ୍ରହ ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିପାରନ୍ତି।

କୁମ୍ଭ – ଆଜିର ଯାତ୍ରା ଯଦିଓ ପ୍ରୀତିପ୍ରଦ ରହି ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବ ତଥାପି ସମସ୍ୟା ଲାଗି ରହିବ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପର୍ଯ୍ୟଟନ, ପରିଭ୍ରମଣ, ଲୋକ ସମ୍ପର୍କ, ସଙ୍ଗୀତ ଓ ସାହିତ୍ୟରେ ସମସ୍ୟା ସମାଧାନ ହେବ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ ବିଶେଷ ଭାବରେ ଉପକୃତ ହେବେ।

ମିନ – ଦ୍ୱିତୀୟଭାବସ୍ଥ ଗ୍ରହ ପ୍ରଭାବରେ ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି।

Leave a Reply

Your email address will not be published. Required fields are marked *