Huma ମନ୍ଦିର ରହସ୍ୟ- ମାଛ କାଟି ପଥର ହେବା ଘଟଣା ଜାଣିଲେ ଚମକି ପଡି଼ବ ଆପଣ… ସବୁ ପଛରେ ରହିଛି ଏମିତି ରହସ୍ୟ

ହେଲୋ ଫ୍ରେଣ୍ଡ୍ ହୁମା ମନ୍ଦିର ବକ୍ର ହେଲା କେମିତି କଣ ସତରେ କୁଡୋ ମାଛ କୁ କାଟି ଖାଇଲେ ପ୍ରସ୍ତର ପାଲଟି ଯାଏ ସାଧାରଣ ମଣିଷ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ସତରେ କଣ ରହିଛି ହୁମା ମନ୍ଦିରର ରହସ୍ୟ | ଭେଡେନ ବ୍ଲକ ପାପଙ୍ଗା ଗ୍ରାମର ଜଣେ ହୋତା ପରିବାର ଗୋଟେ ଗାଈ ଥିଲା ସେହି ଗାଈ ଗାଈକୁ ଚରାଇବା ପାଇଁ ଜଣେ ଗାଈ ଚରୁଆଲି ମଧ୍ୟ ଥିଲେ ସେ ସବୁ ଦିନ ସେ ଗାଈ କୁ ମହାନଦୀ କୂଳକୁ ଗାଈ ଚାରେଇବା ପାଇଁ ଆସୁଥିଲେ ଏବଂ ସନ୍ଧ୍ୟା ବେଳେ ସେ ଘରକୁ ଫେରୁଥିଲେ |

ସବୁ ଠିକ୍ ଚାଲିଥିଲା କିନ୍ତୁ ଦିନେ ଗାଈର ମାଲିକ ହୋତା ବାବୁ ଅନୁମାନ କଲେ ଗାଈର କ୍ଷୀର ଦେବାର ପରିମାଣ ଧୀରେ ଧୀରେ କମିବାରେ ଲାଗିଛି ସେ ସାଙ୍ଗେ ସାଙ୍ଗେ ଗାଈ ଚରୁ ଆଳିକୁ ପ୍ରଶ୍ନ କଲେ କି ଯେ ଗାଈର ଏମିତି ଗୋରସ ର ପରିମାଣ କାହିଁକି ଆପେ ଆପେ କମିବାରେ ଲାଗିଛି ଏମିତି କହି ହୋତା ବାବୁ ନିଜେ ଗାଈର ଲାଞ୍ଜକୁ ଧରି ସେ ନିଜେ ଗାଈ ଚାରାଇବା ପାଇଁ ଗଲେ |

ଏମିତି ଯିବା ବାଟରେ ସେ ଅନୁଧ୍ୟାନ କଲେ ଯେ ଗାଈ ଟି ମହାନଦୀର ଆରପାରିକୁ ଯାଇ ଗାଈ ଟି ଗୋଟିଏ ପ୍ରସ୍ତର ଉପରେ ନିଜର ଗୋରସ କୁ ଢ଼ାଲୁ ଥାଏ ଅର୍ଥାତ୍ ତାର ଗୋରସ ସେହି ପ୍ରସ୍ତର ଉପରେ ଆପେ ଆପେ ଝରୁଥାଏ ହୋତା ବାବୁ ତାହା ଦେଖି ଆର୍ଶ୍ଚଯ୍ୟ ହେଲେ ସେ ଭାବିଲେ ଏଠି ପ୍ରଭୁ ଶିବ ଶଙ୍କର ଉଭାନ ହୋଇଛନ୍ତି ଏବଂ ସେ ପ୍ରସ୍ତର ଟି ଦେଖିବାକୁ ଲିଙ୍ଗ ଭଳିଆ ସେହି ଦିନ ଠାରୁ ହୋତା ବାବୁ ସେହି ସ୍ଥାନ କୁ ସେ ଗାଈକୁ ମନା କଲେ ନାହିଁ ଓ ନିଜେ ପୂଜା ଅର୍ଚ୍ଚନା କଲେ |

ଏମିତି କିଛି ଦିନ ଗଲା ତାଙ୍କ ପୂଜା ଅର୍ଚ୍ଚନାର ଖବର ସମ୍ବଲପୁରର ରାଜା ବଳରାମ ଦେବଙ୍କ କାନରେ ବାଜିଲା ଏବଂ ସ୍ୱୀୟମ ବଳରାମ ଦେବ ସେହି ସ୍ଥାନକୁ ପରିଭ୍ରମଣ କରିବା ପାଇଁ ଆସିଲେ ଏବଂ ଘଟଣାକୁ ବୁଝିଲେ ଏମିତି କି କିଛି ଦିନ ଗଲା ରାଜାଙ୍କୁ ସ୍ବପ୍ନ ହେଲା ସ୍ବପ୍ନ ରେ ଆସି ପ୍ରଭୁ ଶିବ ଶଙ୍କର କହିଲେ ଯେ ମତେ ଏହି ସ୍ଥାନରେ ତୁ ପୂଜା କର ଏବଂ ମୋର ଏକ ଭବ୍ୟ ମନ୍ଦିର ନିର୍ମାଣ କର ଏତିକି ଶୁଣି ରାଜା ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଲେ |

ଏମିତି ଅନେକ ଦିନ ଗଲା ମନ୍ଦିର ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ସମାପନ ହେଲା କିନ୍ତୁ ମନ୍ଦିରର ନାମ କରଣ ହୁମା ହେଲା କେମିତି ସାଧାରଣତଃ ଆପଣମାନେ ଜାଣିଥିବେ ଯେ ଗୋଟିଏ ଗାଈ ବା ବଳଦ ହୁମା ହୁମା କରି ଶବ୍ଦ ଉଚ୍ଚାରଣ କରେ ସେହି ହୁମା ହୁମା ରୁ ମନ୍ଦିରର ନାମ ହେଲା ହୁମା ସେହି ଦିନ ଠାରୁ ନେଇ ଆଜି ପର୍ଯ୍ୟନ୍ତ ପ୍ରଭୁ ଶିବ ଶଙ୍କର ଏହି ମନ୍ଦିର ରେ ପୂଜା ପାଉଛନ୍ତି କିନ୍ତୁ ଏହି ମନ୍ଦିରରେ ଅନେକ ଘଟଣା ଓ ଦୁର୍ଘଟଣା ମଧ୍ୟ ଘଟିଛି |

ଆଜି ଆମେ ଯେଉଁ ଘଟଣା ବିଷୟରେ ଜଣାଇବୁ ସେ ଦୁର୍ଘଟଣା ହେଉଛି ଅନ୍ୟତମ ସ୍ଥାନୀୟ ଲୋକମାନଙ୍କ ମତରେ ଥରେ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ସହିତ ମାଛ ଧରିବା ପାଇଁ ହୁମା ମନ୍ଦିର ନିକଟସ୍ଥ ମହା ନଦୀରେ ଜାଲ ପକାଇ ମାଛ ଧରୁଥାନ୍ତି ଯେତେ ବେଳେ ସେମାନେ ଅନ୍ୟ ସ୍ଥାନରୁ ମାଛ ନପାଇ ଆସି ମନ୍ଦିର ନିକଟସ୍ଥ ସେହି କୁଡୋ ମାଛକୁ ଧରିବା ପାଇଁ ଚେଷ୍ଟା କଲେ ଏବଂ ଜାଲ ବିଛାଇ ମାଛମାନଙ୍କୁ ଧରି ଆଣି ପନିକିରେ କାଟିବା ପାଇଁ ପ୍ରଚେଷ୍ଟା କଲେ ସେତେ ବେଳେ ସେହି ମହିଳା ଜଣଙ୍କ ସୋ ଶରୀର ପ୍ରସ୍ତର ପାଲଟି ଯାଇଥିଲେ |

ଇଏ ହେଉଛି ମନ୍ଦିରର ଏକ ରୋଚକ ରହସ୍ୟ କିନ୍ତୁ ହୁମା ମନ୍ଦିର ବକ୍ର ହେଲା କେମିତି କିଛି ଲୋକଙ୍କ ମତରେ ହୁମା ମନ୍ଦିର ଯେତେ ବେଳେ ନିର୍ମାଣ ହୋଇଥିଲା ତାକୁ ଯେତେ ବେଳେ ବଳରାମ ଦେବ ନିର୍ମାଣ କରିଥିଲେ ମହାନଦୀ ଓ ମହାନଦୀର ବନ୍ୟାକୁ ଆଖି ଆଗରେ ରଖି ମନ୍ଦିରକୁ ନିର୍ମାଣ ବେଳ ଠାରୁ ହିଁ ବକ୍ର କରାଯାଇଥିଲା |

ଆଉ କେତେ ଲୋକମାନଙ୍କ ମତରେ ଥରେ ମହାନଦୀରେ ବାତ୍ୟା ଆସିବା ଯୋଗୁ ବାତ୍ୟାର କୁ ପ୍ରଭାବରେ ମନ୍ଦିରଟି ଆପେ ଆପେ ବକ୍ର ହୋଇ ଯାଇଛି ଆପଣମାନଙ୍କ ମତରେ ମନ୍ଦିର ବକ୍ର ହେବାର କାରଣ କଣ ହୋଇଥାଇ ପାରେ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ |

Leave a Reply

Your email address will not be published. Required fields are marked *