ନମସ୍କାର ଦର୍ଶକବନ୍ଧୁ ପୁଣି ଓଡିଶା ଏବଂ ବାରବାଟୀକୁ ଠକିଲା BCCI ବିଶ୍ୱକପ ଆୟୋଜନରୁ ବଞ୍ଚିତ କରିଥିଲା ଏବେ ପୁଣି 2025 ପର୍ଯ୍ୟନ୍ତ ଠକିଦେଲା 2 ବର୍ଷ ପର୍ଯ୍ୟନ୍ତ ବାରବାଟୀରେ କୌଣସି ମ୍ୟାଚ ହେବ ନାହିଁ ଟେଷ୍ଟ ମ୍ୟାଚ ହେବ ବୋଲି OCA ଦେଲା ସଫେଇ ଭାରତରେ ଅନୁଷ୍ଠିତ ଥିବା 2023 ବିଶ୍ୱକପ ଦିନିକିଆ ଗୋଟିଏ ବି ମ୍ୟାଚ ବାରବାଟୀ ଷ୍ଟାଡିଅମକୁ ମିଳି ନଥିବାରୁ ହତାଶ ଥିବା ଓଡ଼ିଆ କ୍ରିକେଟ ପ୍ରେମୀ ମାନଙ୍କୁ ପୁଣି ଏକ ଜୋରଦାର ଝଟକା ଲାଗିଛି |
ଗତ କାଲି BCCI ଦ୍ୱାରା ପ୍ରକାଶ କରାଯାଉଥିବା ଘରୋଇ 2023-24 କାର୍ଯ୍ୟସୂଚୀରେ ବାରବାଟୀର ନାଁ ନଥିବାରୁ ପୁଣି ହତାଶ ହୋଇଛନ୍ତି କୋଟି କୋଟି ଓଡ଼ିଆ କ୍ରିକେଟ ପ୍ରେମୀ ପଡୋଶୀ ଆନ୍ଦ୍ରପ୍ରଦେଶ,ପଶ୍ଚିମବଙ୍ଗ ,ଝାରଖଣ୍ଡକୁ ବାରମ୍ବାର ମ୍ୟାଚ ଆୟୋଜନର ସୁଯୋଗ ମିଳିଛି ହେଲେ ସେହି ଷ୍ଟାଡିଅମର ଗ୍ୟାଲେରୀ ଗୁଡ଼ିକ ମ୍ୟାଚ ସମୟରେ ଖାଲି ରହୁଥିବା ଦେଖିବାକୁ ମିଳେ କିନ୍ତୁ ବାରବାଟୀ ରେ ସ୍ଥିତି ବିପରୀତ ଦେଖିବାକୁ ମିଳେ |
ମ୍ୟାଚ ସମୟରେ ସମ୍ପୂର୍ଣ୍ଣ ଗ୍ୟାଲେରୀ ପ୍ୟାକ ରହୁଥିବା 12 ଗୋଟି ମ୍ୟାଚରେ ଟିକେଟ ଖଣ୍ଡେ ମଧ୍ୟ ପାଇବା ମୁସ୍କିଲ ହୋଇପଡ଼େ ତେଣୁ ଏପରି କ୍ରିକେଟ ପାଗଳ ରାଜ୍ୟକୁ କାହିଁକି BCCI ବାରମ୍ବାର ବଞ୍ଚିତ କରୁଛି ତାହା ବୁଝିବା ମଧ୍ୟ କଷ୍ଟକର ହୋଇଥାଏ ଏନେଇ OCA ସମ୍ପର୍କୀୟ ସଞ୍ଜୟ ବେହେରାଙ୍କୁ ପ୍ରଶ୍ନ ହେବାରୁ ସେ ସଫେଇ ଦେଇ କହିଛନ୍ତି ଯେ ଆମକୁ ଆଫଗାନିସ୍ତାନ ବିପକ୍ଷ ଟିଟ୍ୱେଣ୍ଟି ମ୍ୟାଚ ପାଇଁ ପ୍ରସ୍ତାବ ଆସିଥିଲା |
କିନ୍ତୁ ବର୍ତ୍ତମାନ ବାରବାଟୀରେ ଟେଷ୍ଟ ମ୍ୟାଚ ଉପଯୋଗୀ ପିଚ ନିର୍ମାଣ ଚାଲୁଥିବାରୁ ଆମେ BCCI ସମ୍ପାଦକ ଜଇଶନଙ୍କୁ ଏହି ବିଷୟରେ ଜଣାଇଥିଲୁ ପିଚ ନିର୍ମାଣ ଆହୁରି ଦୁଇରୁ ତିନିମାସ ସମୟ ଲାଗିବ ବୋଲି ସାହା ଜାଣିବା ପରେ ବାରବାଟୀକୁ ଇଂଲଣ୍ଡ ଗସ୍ତ ପାଇଁ ଏକ ଟେଷ୍ଟ ମ୍ୟାଚର ଆୟୋଜନ ଅଧିକାର ମିଳିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିବା ସଞ୍ଜୟ କହିଛନ୍ତି |