ନମସ୍କାର ଦର୍ଶକବନ୍ଧୁ ଜୁଲାଇ ମାସ 26 ତାରିକ ବୁଧବାର ଅର୍ଥାତ ଆଜି ଆଜି ଅବପାତର ରୂପ ନେଲା ସଦୃଶ ଲଘୁଚାପ ଏହାର ପ୍ରଭାବରେ ଆଜି ରାଜ୍ୟର 7 ଟି ଜିଲ୍ଲାରେ ଝଡ଼ ବର୍ଷାର ସମ୍ଭାବନା ଥିବା ବେଳେ 5 ଟି ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ସେପଟେ 30 ତାରିକରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ ଆଉ 31 ତାରିକରେ ଅବପାତ ଗୋଟିଏ ସପ୍ତାହରେ ଦୁଇଟି ଅବପାତ ଆଉ ସପ୍ତାହ ବ୍ୟାପୀ ରାଜ୍ୟରେ ଜାରି ରହିବ ବର୍ଷା ତେବେ ଆସନ୍ତୁ ଜାଣିବା ରାଜ୍ୟରେ କେଉଁ ସବୁ ଜିଲ୍ଲା ଗୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ଆଉ କେଉଁ ସବୁ ଜିଲ୍ଲା ଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଆଉ ତାହା ସହିତ ଆଜିର ଅପଡେଟକୁ ନେଇ କଣ ରହିଛି ଅପଡେଟ ଆସନ୍ତୁ ଜାଣିବା ଏହି ସବୁ ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ | ତେବେ ଗତ କାଲିର ସଦୃଶ ଲଘୁଚାପ କ୍ଷେତ୍ରଟି ଗତକାଲି ଅଧିକ ଘନୀଭୂତ ହୋଇଛି ଆଜି ପଶ୍ଚିମ କେନ୍ଦ୍ର ତତ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଦ୍ରପ୍ରଦେଶ ଆଉ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ରରେ ଏହା ଏକ ଅବପାତରେ ପରିଣତ ହୋଇଛି ଫଳରେ ରାଜ୍ୟରେ ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ବର୍ଷା ଜାରି ରହିଛି |
ଆଉ ଆଜି ଏହି ଅବପାତଟି ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତିକରିବା ସହିତ ଉତ୍ତର ଆନ୍ଦ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ଓ ଅନ୍ୟପଟେ 30 ତାରିକରେ ଉତ୍ତର ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି 31 ତାରିକରେ ଏହା ଅବପାତରେ ପରିଣତ ହେବ ଫଳରେ ରାଜ୍ୟରେ ସପ୍ତାହ ବ୍ୟାପି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି |
ଆଜିର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି | ତେବେ ଆଜି ପାଇଁ ରାଜ୍ୟରେ ରାୟଗଡ଼ା ,ଗଂଜାମ କନ୍ଧମାଳ ,ବଲାଙ୍ଗୀରି ,ପୁରୀ ଆଉ ବୌଦ୍ଧ ଏହି 7 ଟି ଜିଲ୍ଲାକୁ |
ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ 5 ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ସେସବୁ ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି ,କୋରାପୁଟ ,ନବରଙ୍ଗପୁର ,ନୂଆପଡ଼ା ଏବଂ କଳାହାଣ୍ଡି |