ଭୋଟର କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ,ଯଦି ଭୋଟର କାର୍ଡ ନାହିଁ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ରାଜ୍ୟରେ ଭୋଟର କାର୍ଡକୁ ନେଇ ଆସିଗଲା ଆଉ କିଛି ବଡ଼ ଖବର ଯାହାକି ଆପଣ ଏଥିରେ ନୂତନ ଆପଲାଏ କରିବାକୁ ଚାହୁଁଛନ୍ତି ଏମିତିକି କିଛି ତ୍ରୁଟି ଥିଲେ ସଂଶୋଧନ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଜାରି ହେଲା ତାରିକ ଏମିତିକି କେଉଁ ତାରିକରୁ କେଉଁ ତାରିକ ପର୍ଯ୍ୟନ୍ତ ଆବେଦନ କରିବେ ଏହା ଛଡ଼ା କେବେ ଏହାର ଲିଷ୍ଟ ପ୍ରକାଶ ପାଇବ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଶକ୍ତି ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆରମ୍ଭ ହେଲା ଡୋରଟୁ ଡୋର ସର୍ଭେ

ଜୁଲାଇ 22 ତାରିକ ଠାରୁ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ 21 ପର୍ଯ୍ୟନ୍ତ ଚାଲିବ ରାଜ୍ୟର ସମସ୍ତ 30 ଟି ଜିଲ୍ଲାର ସଶକ୍ତି ବିଧାନ ସଭା ମଣ୍ଡଳୀର ଭୋଟର ଙ୍କ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ମୋଟ 37,607 ଜଣ ଭୁ ସ୍ତରୀୟ ଅଧିକାରୀ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି |

ଚିଠା ଭୋଟର ତାଲିକା ଅକ୍ଟୋବର 17 ତାରିକରେ ପ୍ରକାଶ ପାଇବ ଏହା ପରେ ଆପତ୍ତି ଅଭିଯୋଗ ଅକ୍ଟୋବର 17 ରୁ ନଭେମ୍ବର 30 ପର୍ଯ୍ୟନ୍ତ ଶୁଣାଣି କରାଯିବ |ଡ଼ିସେମ୍ବର 26 ତାରିକ ସୁଦ୍ଧା ସମସ୍ତ ଅଭିଯୋଗର ସମାଧାନ କରାଯିବ 2024 ଜାନୁଆରୀ 5 ତାରିକରେ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ଯେଉଁମାନଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଛି |

ସେମାନଙ୍କ ନାମକୁ ଯୋଗ କରିବା ସହିତ ତାଙ୍କ ବୟସ 2023 ଅକ୍ଟୋବର 1 ତାରିକ ସୁଦ୍ଧା 18 ବର୍ଷ ବୟସ ହୋଇଥିବ |ସେମାନଙ୍କୁ ତାଲିକା ଅନ୍ତର୍ଭୁକ୍ତ କରିବା ଅନ୍ୟତ୍ର ସ୍ଥାନାନ୍ତରଣ ହୋଇଥିବା ଭୋଟର କାର୍ଡଙ୍କ ନାମ ବାଦ ଦେବା ଓ ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାମ ବାଦ ଦେବା ପାଇଁ ଏହି ସର୍ଭେ କରାଯାଉଛି|

ତେବେ ଭୁ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ସହଯୋଗ କରି ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ସୂଚନା ରହିଛି ଯେ ଜୁଲାଇ 22 ତାରିକରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ 21 ତାରିକ ପର୍ଯ୍ୟନ୍ତ ଚାଲିବ |

Leave a Reply

Your email address will not be published. Required fields are marked *