ନମସ୍କାର ଦର୍ଶକବନ୍ଧୁ ଜୁଲାଇ ମାସ 25 ତାରିକ ମଙ୍ଗଳବାର ଅର୍ଥାତ ଆଜି ସୃଷ୍ଟି ହେବ ଳଘୁଚାପ କ୍ଷେତ୍ର ଆଜି ଠାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ମୁଷଳ ଧାରାରେ ବର୍ଷିବ ସମୁଦ୍ର ଅଶାନ୍ତ ରହିବ ଆଜି ଠାରୁ 27 ତାରିକ ପର୍ଯ୍ୟନ୍ତ ମୀନ ଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମନା ଅବପାତର ରୂପ ନେବାକୁ ଯାଉଛି ଲଘୁଚାପ ଏବେ ଆସନ୍ତୁ ଜାଣିବା ରାଜ୍ୟରେ କେଉଁ ସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ଆଉ ତାହା ସହିତ ଲଘୁଚାପକୁ କଣ ରହିଛି ଅପଡେଟ ଆସନ୍ତୁ ଜାଣିବା ଏହାର ସମ୍ପୁର୍ଣ୍ଣ ବିବରଣୀ |
ତେବେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ତତ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଦ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଗତ କାଲି 5.30 ମିନିଟ ସମୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏହି ଲଘୁଚାପଟି ଆହୁରି ଘନୀଭୂତ ହେବ ଏହା ସହିତ 26 ତାରିକ ବେଳକୁ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି ଆଉ ଏହା ଧୀରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ଉତ୍ତର ଆନ୍ଦ୍ରପ୍ରଦେଶ ଆଉ ଦକ୍ଷିଣ ଓଡିଶା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି |
ଆହୁରି ଏହାର ପ୍ରଭାବରେ ସମୁଦ୍ର ଆସନ୍ତା ରହୁଥିବା ପ୍ରଭାବରୁ 25 ରୁ 27 ତାରିକ ଯାଏଁ ମୀନ ଜୀବିମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି ଏପଟେ ମୁଷଳ ଧାରା ବର୍ଷା ପ୍ରଭାବରେ ମାଟି କାନ୍ଥ ପଡ଼ିବାର ସମ୍ଭାବନା ଥିବା ବେଳେ ଉଭୟ କଚା ଘର ଆଉ କଚା ରାସ୍ତା ପ୍ରଭାବିତ ହେବାର ସମ୍ଭାବନା ରହିଛି |
ତେବେ ଏହି ଲଘୁଚାପ ପ୍ରଭାବରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ଆଜି ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ,ନୟାଗଡ଼,ଖୋର୍ଦ୍ଧା,କଟକ,ଜଗତସିଂହପୁର ଏବଂ ମୟୁରଭଞ୍ଜ ଜିଲ୍ଲାକୁ |
ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ 6 ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ସେହି ସବୁ ଜିଲ୍ଲା ଗୁଡ଼ିକ ହେଉଛନ୍ତି ମାଲକାନଗିରି ,କୋରାପୁଟ ,ରାୟଗଡ଼ା ,ପୁରୀ ,ଗଞ୍ଜାମ ,ଗଜପତି |