ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ବର୍ଷାରେ ଲାଗିବନି ବ୍ରେକ ଆଗକୁ ଆସୁଛି ଆହୁରି ଦୁଇଟି ଲଘୁଚାପ ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ଆଉ କିଛି ନୂଆ ରିପୋର୍ଟ ତେବେ ଆସୁଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କେଉଁ କେଉଁ ସବୁ ଜିଲ୍ଲା ଗୁଡ଼ିକରେ ପ୍ରଭାବ ପଡ଼ିବ କଣ ରହିଛି ପାଣିପାଗ ବିଭାଗର ରିପୋର୍ଟ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |ଆଗକୁ ଆସୁଛି ଦୁଇଟି ଲଘୁଚାପ ଆସନ୍ତା କାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତତ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଘୁର୍ଣ୍ଣିବଳୟ ସୃଷ୍ଟି ହେବ ପରବର୍ତ୍ତୀ 24 ଘଣ୍ଟାରେ ତାହା ଲଘୁଚାପରେପରିଣତ ହେବ |
ଏହାର ପ୍ରଭାବରେ 25 ତାରିକରେ ରାଜ୍ୟରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର |ବିଶେଷ କରି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି ଗଂଜାମ ,ଗଜପତି ,ରାୟଗଡ଼ା ,କୋରାପୁଟ ,ନବରଙ୍ଗପୁର ,ନୂଆପଡ଼ା ,କନ୍ଧମାଳ ଏବଂ କଳାହାଣ୍ଡିରେ କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ନେଇ ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |
ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର ,ବରଗଡ଼,ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବଲାଙ୍ଗୀରି ସୋନପୁର ,ବୌଦ୍ଧ ଏବଂ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ |ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 15 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିକରଯାଇଥିବା ବେଳେ 25 ତାରିକରେ 22 ଟି ଜିଲ୍ଲାକୁ ସତର୍କ କରାଯାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର |
ସେପଟେ 29 ତାରିକରେ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ଏହାର ପ୍ରଭାବରେ ଅଗଷ୍ଟ 3 ତାରିକ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଭାରି ବର୍ଷା ନେଇ ସତର୍କତା କରାଇଛନ୍ତି |
ତେବେ ଗତ 24 ଘଣ୍ଟାରେ ରାଜ୍ୟରେ 14.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି | ସ୍ଵାଭାଵିକ ବର୍ଷା 9.9 ମିଲିମିଟର ତୁଳନାରେ 44 ପ୍ରତିଶତ ଅଧିକ ରହିଛି ଏବେ ଯାହାକି ବଡ଼ ଅପଡେଟ ମୁତାବକ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ 29 ତରିକ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଦେଖିବାକୁ ମିଳିବ |