ନମସ୍କାର ଦର୍ଶକବନ୍ଧୁ ହୀରାକୁଦକୁ ନେଇ ଅପ ପ୍ରଚାର ସାମାଜିକ ଗଣ ମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ମୋବାଇଲରେ ବୁଲୁଚି ଗୁଜବ କାହାଣୀ ସାମାଜିକ ଗଣ ମାଧ୍ୟମରେ ବିଭ୍ରାନ୍ତିକର ସୂଚନାକୁ ନେଇ ଲୋକେ ଛାନିଆ ବିଶ୍ୱାସ ନକରିବାକୁ କର୍ତ୍ତୃପକ୍ଷଙ୍କ ପରାମର୍ଶ ହୀରାକୁଦରେ ବାହାରିଛି ବିରାଟ ସାପ ପାଣିରେ ଦେଖା ଗଲାଣି ବିରାଟକାୟ ମାଛ ଏହି ମାଛ ଭାଙ୍ଗିଦେବ ହୀରାକୁଦ ବନ୍ଧରେ ଦେଖା ଗଲାଣି ଫାଟ ଏମିତି ଅନେକ ଗୁଜବ ଏବେ ସୋସିଆଲ ମେଡିଆରେ ଘୁରି ବୁଲୁଚି |
ଏପରି ଖବର ନେଇ କିଛି ଲୋକ ବିଶ୍ୱାସ କରୁଥିବା ବେଳେ କିଛି ଲୋକଙ୍କ ମନରେ ଛନକା ପଶିଚି |ତେବେ ଏହା ଏକ ଗୁଜବ ଏଥିରେ ବିଶ୍ୱାସ ନ କରିବାକୁ କହିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ | ସବୁଠାରୁ ବଡ଼ କଥା ହେଲେ ବାରମ୍ବାର ଏମିତି ଅପପ୍ରଚାର ଦେଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବାରୁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି |
ସାମାନ୍ୟ କିଛି ଭିୟୁ ପାଇଁ ଲୋକେ ୟୁଟୁବ ଚ୍ୟାନେଲରେ ମିଛ ଏବଂ ବିଭ୍ରାନ୍ତିକର ଖବର ଭାଇରଲ କରୁଥିବା ବେଳେ ଦେଖିବାକୁ ମିଳିଛି |ତେଣୁ ଏହି ସବୁ ଗୁଜବକୁ ବିଶ୍ୱାସ ନକରିବା ପାଇଁ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ହୀରାକୁଦରେ ସେମିତି କୌଣସି ଦୃଶ୍ୟ ନାହିଁ |
ଅନ୍ୟ ଏକ ଭିଡିଓକୁ ହୀରାକୁଦ ଦର୍ଶାଇ ଲୋକଙ୍କୁ ଭୟଭୀତ କରି ଚେଷ୍ଟା କରୁଥିବା ସେ ସ୍ପଷ୍ଟ କରିଛନ୍ତି ହୀରାକୁଦ ନଦୀ ବନ୍ଧ ସୁରକ୍ଷିତ ରହିଛି ତେଣୁ ଏସବୁ ଗୁଜବ ଉପରେ ବିଶ୍ୱାସ ନକରି କର୍ତ୍ତୃପକ୍ଷ ଅପିଲ କରିଛନ୍ତି |