ତିନିଦିନ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା କଲେ ପାଣିପାଗ ବିଜ୍ଞାନ କେନ୍ଦ୍ର IMD ,ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ଦେଖନ୍ତୁ ଆପଣଙ୍କ ଜିଲ୍ଲା ମଧ୍ୟ ଅଛି

ନମସ୍କାର ଦର୍ଶକବନ୍ଧୁ ଏବେ ପାଣିପାଗ ବିଜ୍ଞାନ ତରଫରୁ ଏବେ ଆସିଲା ଏକ ବଡ଼ ସୂଚନା ଆସନ୍ତା 3 ଦିନ ଯାଏ ଓଡ଼ିଶାରେ ଜାରି ରହିବ ପ୍ରବଳ ବର୍ଷା ତେଣୁ 26 ରୁ ପୁଣି ବଢିବ ବର୍ଷା ଏଥି ମଧ୍ୟରୁ କେଉଁ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ କେଉଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ କେଉଁ ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁ ବିଭିନ୍ନ ସ୍ଥାନରେ ଏବେ ବର୍ଷା ଜାରି ରହିଛି ଆଜି ରାଜ୍ୟରେ ମାଲକାନଗିରି,ନବରଙ୍ଗପୁର,ରାୟଗଡା,କଳାହାଣ୍ଡି,କନ୍ଧମାଳ,ଗଜପତି,ଗଂଜାମ,ପୁରୀ,ଝାରସୁଗୁଡା ,ସମ୍ବଲପୁର ,କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଭଲ ବର୍ଷା ମଧ୍ୟ ହୋଇସାରିଛି |

ଆସନ୍ତା 3 ଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଏବେ ଜାରି ରହିବ |ମୌସୁମୀ ଜନିତ ନିମ୍ନ ଚାପରେଖା ଏବେ ଯୈସ୍ବାଲ ମେରୁରୁ ବାହାରି ବେସା ରତଳମ ,ଚନ୍ଦ୍ର ପୁର ବା କୋଣ୍ଡା ଗାଁଉ ଗୋପାଳପୁର ଦକ୍ଷିଣପଶ୍ଚିମ ରୁ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି ତାହାର ପ୍ରଭାବରେ ରାଜ୍ୟରେ ଆସନ୍ତା କାଲି ମାଲକାନଗିରି କୋରାପୁଟ ,ରାୟଗଡା ,ଗଜପତି ,ଗଂଜାମ ,କନ୍ଧମାଳ ,ବୌଦ୍ଧ ,ସମ୍ବଲପୁର ,ବଲାଙ୍ଗୀରି,ସୋନପୁର ଏବଂବରଗଡ଼ ଅଞ୍ଚଳରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି |

ଅନ୍ୟପଟେ ଗତକାଲି ଦକ୍ଷିଣ ଓଡିଶା ଉତ୍ତର ଓଡିଶା ଆନ୍ଦ୍ରପ୍ରଦେଶ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ମଧ୍ୟ ଦୁର୍ବଳ ମଧ୍ୟ ହୋଇସାରିଛି କିନ୍ତୁ ଏହା ସହିତ ଜଡ଼ିତ ଘୁର୍ଣ୍ଣିବଳୟଟି ଦକ୍ଷିଣ ପୂର୍ବ ସଂଲଗ୍ନ ଛତିଶଗଡ଼ ଉପରେ ମଧ୍ୟ ରହିଛି ଏହି ଘୁର୍ଣ୍ଣିବଳୟ ଦ୍ୱାରା ଛତିଶଗଡ଼ ବା ସଂଲଗ୍ନ ଅଞ୍ଚଳ ଉପରକୁ ପୂର୍ବରୁ ରହିଥିବା ଘୁର୍ଣ୍ଣି ବଳୟଟି ମିଶିଯାଇଛି |

ଏହା ଆସନ୍ତା 24 ତାରିକ ଆଡ଼କୁ ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ ଫଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଫଳରେ ରାଜ୍ୟରେ 26 ତାରିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *