ସରକାରଙ୍କ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବହୁତ ଖୁସି ଖବର ,ନିଜ ମାତୃ ଭାଷାରେ ପାଠ ପଢିବେ ଛାତ୍ର ଛାତ୍ରୀ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସମସ୍ତ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ସରକାରଙ୍କ ତରଫରୁ ଜାରି ହେଲା ଆଉ କିଛି ବଡ଼ ଘୋଷଣା ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ | CBSE ସ୍କୁଲରେ ଓଡ଼ିଆରେ ପାଠ ପଢା ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା ଏଣିକି CBSE ଅନୁମୋଦିତ ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ବିକଳ୍ପ ଭାଷା ଭାବରେ ମାତୃ ଭାଷାରେ ଶିକ୍ଷାଦାନ କରାଯିବ ଏଥିରେ ଓଡ଼ିଆ ସମେତ ସମସ୍ତ ଭାରତୀୟ ଭାଷାରେ ପାଠ ପଢା ହେବ ବୋଲି CBSE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |

ଏନେଇ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପୂର୍ବରୁ CBSE ସ୍କୁଲରେ କେବଳ ଇଂରାଜୀ ଏବଂ ହିନ୍ଦୀରେ ପାଠ ପଢ଼ାର ବ୍ୟବସ୍ତା ଥିଲା ଏଣିକି ସମସ୍ତ CBSE ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ଇଂରାଜୀ ଏବଂ ହିନ୍ଦୀ ଭାଷା ବ୍ୟତୀତ ପିଲାଙ୍କ ଇଛା ଅନୁସାରେ ଓଡ଼ିଆ ଏବଂ ଅନ୍ୟାନ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବ ସମସ୍ତ ଭାରତୀୟ ଭାଷାରେ ପାଠ ପଢା ନେଇ CBSE ବିଜ୍ଞପ୍ତି ମାତୃ ଭାଷାରେ ନେଇ ଛାତ୍ର ଛାତ୍ରୀଙ୍କ ଚିନ୍ତନ ଶକ୍ତି ବୃଦ୍ଧି ହେବ |

ଏନେଇ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି |ପ୍ରଧାନ କହିଛନ୍ତି ଯେ ମାତୃଭାଷାରେ ପାଠ ପଢିଲେ ହିଁ ଛାତ୍ର ଛାତ୍ରୀମାନେ ଭଲ ଭାବରେ ପାଠକୁ ବୁଝିପାରିବେ ମୂଳ ବିଷୟର ସ୍ପଷ୍ଟତା ଆସିବ ଛାତ୍ର ଛାତ୍ରୀଙ୍କ ଚିନ୍ତନ ଶକ୍ତି ବୃଦ୍ଧି ପାଇବ ଯାହା ଶିକ୍ଷା ନୀତିରେ ଉଦେଶ୍ୟ ରହିଛି ତେବେ ପିଲାମାନେ କେଉଁ ଭାଷାରେ ପାଠ ପଢିବେ ସେଥିପାଇଁ କୌଣସି ଛାତ୍ର ଛାତ୍ରୀଙ୍କୁ ବାଧ୍ୟ କରାଯିବ ନାହିଁ |

CBSE ସ୍କୁଲ ମାନେ ଧୀରେ ଧୀରେ ଏହି ବ୍ୟବସ୍ଥାକୁ ଆପଣାଇବେ ଏହି ପଦକ୍ଷେପ ଭାରତୀୟ ଭାଷା ଆଧାରିତ ଶିକ୍ଷାକୁ ବଢାଇବ ଶିକ୍ଷାର ଆଉଟ କମ ପାଇଁ ଏହା ଏକ ଭଲ ଶୁଭାରମ୍ଭ ବୋଲି ଶ୍ରୀଯୁକ୍ତ ପ୍ରଧାନ ମଧ୍ୟ କହିଛନ୍ତି |

Leave a Reply

Your email address will not be published. Required fields are marked *