କାଲିଠାରୁ ପ୍ରବଳ ବର୍ଷା ପାଣିପାଗ ବିଭାଗ ଦେଲା ସତର୍କ ସୂଚନା ,ଏହି ସବୁ ଜିଲ୍ଲାକୁ ଛେଚିବ ଦେଖନ୍ତୁ ଆପଣଙ୍କ ଜିଲ୍ଲା ବି ଥାଇପାରେ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଆରମ୍ଭ ହୋଇଗଲାଣି ବନ୍ୟା ପରିସ୍ଥିତି ଏବେ ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ ଯୋଗେ ସୂଚନା ଜାରି ହୋଇଛି ଆସୁଛି ଆଉ ଏକ ଲଘୁଚାପ ପ୍ରବଳ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ଜାରି ହେଲା ସତର୍କ ସୂଚନା ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା କେଉଁ କେଉଁ ସବୁ ଜିଲ୍ଲାରେ ପଡ଼ିବ ଏହାର ପ୍ରଭାବ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ଲଘୁଚାପ କ୍ଷେତ୍ରରେ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଅଧିକ ବର୍ଷା ହେଉଛି |

ପାଣିପାଗ ବିଜ୍ଞାନର ସୂଚନା ଅନୁସାରେ ସୋମବାର ଆଡକୁ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହେବାର ଅନୁମାନ କରାଯାଇଛି ଏହାର ପ୍ରଭାବରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ | ବର୍ଷା ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏବଂ ବିପର୍ଯ୍ୟୟ ପରିଚାଳନା ପକ୍ଷକୁ ସଜାଗ ରହିବାକୁ କୁହାଯାଇଛି

ତେବେ ମାଲକାନଗିରି ,କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ଆବଶ୍ୟକତା ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି ଏହା ଛଡ଼ା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ନୂଆପଡା ,ବଲାଙ୍ଗୀରି ,ବରଗଡ଼ ,ବୌଦ୍ଧ ,ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଏହା ଛଡ଼ା ଆକସ୍ମିକ ଭାବରେ ବିଜୁଳି ଘଡ଼ଘଡ଼ିର ସୂଚନା ଜାରି ହୋଇଛି ତେବେ ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ଚିତ୍ରାକୁଣ୍ଡ ବ୍ଲକରେ ସର୍ବାଧିକ 199 ମିଲିମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରି ବ୍ଲକରେ 183.2 ମିଲିମିଟର ବର୍ଷା ରେକର୍ଡ ହୋଇଛି |

Leave a Reply

Your email address will not be published. Required fields are marked *