ହେଲୋ ଫ୍ରେଣ୍ଡ୍ ବ୍ରହ୍ମଗିରି ବ୍ଲକ ବଡ ବେଣାକୁଡୁ ଗାଁ ରୁ ଆସି ପୁରୀରେ +3 ପଢ଼ି ସାରିବା ପରେ ସରକାରୀ ଚାକିରି ପାଇଁ ପଢା ପଢ଼ି କରୁଥାନ୍ତି ଭଗବାନ ପୂଜାରୀ ପ୍ରତି ଦିନ ସକାଳୁ ଗାଧେଇ ପାଧେଇ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ବାହାରି ପଡନ୍ତି ଦର୍ଶନ ସରିବା ପରେ କୋଚିଙ୍ଗ କ୍ଲାସ ଓ ବାକି ଦିନରେ ସମୟ ମିଳିଲେ କେତେ ବେଳେ କେମିତି ମନ୍ଦିରରେ ସମୟ ବିତାନ୍ତି ଶ୍ରୀମନ୍ଦିର ପାଖରୁ ଗୋଟିଏ କିଲୋମିଟର ଦୂରରେ ଏକ ହଷ୍ଟେଲ ରେ ରୁହନ୍ତି ଭଗବାନ 2021 ମସିହାରେ ଭଗବାନଙ୍କ ଜୀବନରେ ଏକ ଦୁର୍ଘଟଣା ଘଟିଲା ଅଗଷ୍ଟ ମାସରେ ତାଙ୍କ ଗୋଡ଼ରେ ଏକ କଣ୍ଟା ଗଳି ଯାଇଥିଲା ଯାହା ଫଳରେ ସେ ବେଶୀ ଚାଲି ବୁଲି ପାରିଲେ ନାହିଁ ସେବେଠାରୁ ମନ୍ଦିର ବି ଯାଇ ପାରିଲେ ନାହିଁ |
ଧୀରେ ଧୀରେ ଗୋଡ଼ରେ ଘା ବଢିବା ପାଇଁ ଲାଗିଲା ଡାକ୍ତର କେବଳ ମେଡ଼ିସିନ୍ ଦେଇ ଫେରାଇ ଦେଉଥାନ୍ତି କିନ୍ତୁ କେହି ବି ସଫଳ ଚିକିତ୍ସା କରି ପାରୁ ନଥିଲେ ଏମିତି ହୋଇ ଘା ଟି ସାଙ୍ଘାତିକ ସ୍ଥିତି ଆଡକୁ ଗତି କଲାଣି ଶେଷରେ ବାଧ୍ୟ ହୋଇ ଭଗବାନ ଡିସେମ୍ବର 29 ତାରିଖରେ ପୁରୀ ମେଡିକାଲ ରେ ଡକ୍ଟର ଙ୍କୁ ଦେଖାଇଲେ ଡାକ୍ତର ତାଙ୍କୁ କହିଲେ ଘା ଟି ଏତେ ସାଙ୍ଘାତିକ ରୂପ ନେଲାଣି ଯେ ତାହା ଆଉ ମେଡ଼ିସିନ୍ ରେ ଭଲ ହେବ ନାହିଁ ତେଣୁ ଏହାକୁ ଅପରେସନ କରିବାକୁ ପଡ଼ିବ ପାଞ୍ଚ ମାସ ହୋଇଗଲାଣି ଘା କୁ ବେଶୀ ଦିନ ଅପେକ୍ଷା କଲେ ସଂକ୍ରମଣ ବଢି ମାରାତ୍ମକ ରୋଗ ଆଡକୁ ଚାଲିଯିବ ତୁରନ୍ତ ଅପରେସନ ପାଇଁ ପ୍ରସ୍ତୁତ ହୁଅନ୍ତୁ ଡାକ୍ତରଙ୍କ କଥା ଶୁଣି ଭଗବାନ କହିଲେ ହୋଉ ତୁରନ୍ତ ଅପରେସନ କରି ଦିଅନ୍ତୁ |
ଆଉ ଯନ୍ତ୍ରଣା ସହି ହେଉନି ଡାକ୍ତର ମଧ୍ୟ ସେଇଆ କଲେ ଅପରେସନ କରି ପାଦର ସଂକ୍ରମଣ ଅଂଶ କୁ ବାହାର କରି ଦେଲେ ଆଉ ବ୍ୟଣ୍ଡେଜ୍ କରି ଭଗବାନଙ୍କୁ ଡିଶ୍ଚର୍ଜ କରିଦେଲେ କିଛି ଦିନ ପରେ ଘାଟି ଶୁଖିଗଲା ଆଉ ଧିରେ ଧିରେ ଚାଲିବା ଆରମ୍ଭ କଲେ ଭଗବାନ ମାନେ ମାନେ ଭାବୁଥାନ୍ତି ଗୋଡଟି ପୁରା ଭଲ ହୋଇଗଲେ ଜଗନ୍ନାଥଙ୍କୁ ଦର୍ଶନ କରି ଆସନ୍ତୁ ଏମିତି ଭାବି ଭାବି ଏମିତି ଦିନ ଗଣୁଥାନ୍ତୁ ପୁଣି 2022 ମସିହା ଫେବୃଆରୀ ମାସରେ ପୁଣି ଘା ଟି ସତେଜ ହେଲା ଆଉ ପୁଣି ସଂକ୍ରମଣ ହେଲା ଏଥର ଚାଲିବା ଅବସ୍ଥାରେ ନଥିଲେ ଭଗବାନ ବୋହୁତ କଷ୍ଟରେ ଡକ୍ଟର ଙ୍କ ପାଖକୁ ଯାଇ ଦେଖେଇବା ପରେ ଡାକ୍ତର କହିଲେ ମେଡ଼ିସିନ୍ ଖାଆନ୍ତୁ ଟିକେ ଟାଇମ ଲାଗିବ ଠିକ୍ ହେବା ପାଇଁ କିନ୍ତୁ ଡାକ୍ତରଙ୍କ କଥାକୁ ଶୁଣି ଜମା ରାଜି ହେଲେ ନାହିଁ ଭଗବାନ ଡାକ୍ତରଙ୍କୁ କହିଲେ ମତେ ଅପରେଶନ କରି ଦିଅ ଡାକ୍ତର କହିଲେ ଘାର ଏକ ନବ୍ସ ମେଜର ଅପରେଶନ ହେବ ସେହି ନବ୍ସ ଥିବାରୁ ଏମିତି ସଂକ୍ରମଣ ବଢୁଛି ବ୍ୟସ୍ତ ହୁଅନ୍ତୁ ନାହିଁ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ |
ମାର୍ଚ୍ଚ 22 ରେ ଭଲରେ ଭଲରେ ଅପରେଶନ ହେଲା ଆଉ ଡିଶ୍ଚାର୍ଜ୍ ହୋଇ ଭଗବାନ ହଷ୍ଟେଲ କୁ ଫେରିଲେ ତାଙ୍କ ଘର ଲୋକ ତାଙ୍କୁ ଘରକୁ ନେବାକୁ ବାଧ୍ୟ କଲେ କିନ୍ତୁ ଭଗବାନ କହିଲେ ଏଠାରେ ସବୁ ଠାରୁ ବଡ ବାଇଦ ବସିଛି ସମସ୍ତଙ୍କୁ ଦେଖୁଛି ଏଠୁ ପଳେଇଲେ ମୋ କଥା କିଏ ବୁଝିବ ପରିବାର ଲୋକ ମଧ୍ୟ ପୁଅ କଥାରେ ବାଧା ଦେଲେ ନାହିଁ ଭଗବାନ ଜଗନ୍ନାଥ ଙ୍କ ଉପରେ ସବୁ ଛାଡି ଦେଇଥାନ୍ତି ଭଗବାନ ଚିନ୍ତା କଲେ ଜଗନ୍ନାଥ ଙ୍କୁ ଦର୍ଶନ କରିବେ ବୋଲି ତାହା ପରେ ଭଗବାନ ଗୋଟିଏ ଚପଲ କିଣି ଆଣିଲେ ଘା କୁ ଆରାମ ଦେଉଥିଲେ ସେହି ଚପଲ ପିନ୍ଧି ଚାଲିଲେ ଭଗବାନ ଶ୍ରୀମନ୍ଦିର କୁ ଗଲେ ଚପଲ ଷ୍ଟାଣ୍ଡ ପାଖରେ ଅନେକ ଭିଡ ଥିବାରୁ ସେ ଶ୍ରୀମନ୍ଦିର ଠାରୁ କିଛି ଦୂରରେ ଚପଲ ରଖି ଶ୍ରୀମନ୍ଦିର ଭିତରକୁ ଗଲେ ଭିଡ ଭିତରେ ଯାଇ ଜଗନ୍ନାଥ ଙ୍କୁ ଦେଖି ଆଖିରୁ ଲୁହ ବୋହିଲା ଭଗବାନଙ୍କର ଆଉ ସେ କହିଲେ ମାଣିମା ବୋହୁତ ବିଳମ୍ବ ହୋଇଗଲାଣି ଦେଖିବାକୁ ଅନେକ ଦିନ ହେଲାଣି ଦର୍ଶନ କରି ପାରିନଥିଲି |
ଦେହରେ ଗୋଟିଏ ରୋଗ ଠାରୁ ଦୂରରେ ରଖି ଥିଲା ମନ ଥିଲା ଦେଖିବାକୁ କିନ୍ତୁ ଶରୀର ସାଥ ଦେଉନଥିଲା ତାହା ପରେ ତୁଳସୀ ପାଇ ବିତର ବେଢ଼ା ଆଡକୁ ଆସିଲେ ଚାଲି ଚାଲି ଗୋଡ଼ ଟି ଦରଜ ହେବାକୁ ଲାଗିଲାଣି ଭଗବାନ ଭୟ କରୁଥାନ୍ତି କଞ୍ଚା ଘା ରେ ବାଣ୍ଡେଜ ବନ୍ଧା ହୋଇଛି ବେଶୀ ଚାଲିଲେ ରକ୍ତ ବାହାରି ଆସିବ ତେଣୁ ବେଶୀ ନବୁଲି ମନ୍ଦିର ବାହାର କୁ ଆସିଲେ କିନ୍ତୁ ଯେଉଁ ସ୍ଥାନରେ ଚପଲ ରଖି ଥିଲେ ସେଠାରେ ଆଉ ଚପଲ ନାହିଁ ଭଗବାନ ଭାବିଲେ କ୍ଷତ ଗୋଡ଼ ଟି ଚପଲ ନାହିଁ କେମିତି ଯିବେ ରୁମ୍ ପର୍ଯ୍ୟନ୍ତ ଖାଲି ପଦରେ ଏମିତି ଗଲେ ଘାରେ ଧୂଳି ଲାଗି ବେଶୀ ସଂକ୍ରମଣ ହୋଇଯିବ ସେଠାରେ ଛିଡା ହୋଇ ଭଗବାନ ନୀଳ ଚକ୍ରକୁ ଚାହିଁ କହିଲେ ମଣିମା କି ପରୀକ୍ଷା ନେଉଛ ମୁଁ କିଛି ଜାଣି ପାରୁନି ଗୋଡ଼ରେ ଯନ୍ତ୍ରଣା ଅଛି ତାପରେ ବି କେମିତି ଯନ୍ତ୍ରଣା ଦେଉଛ ଠାକୁରେ ସବୁ ଜାଣି ମତେ କଷ୍ଟ ଦେଉଛ |
ତେବେ ଏମିତି ହୋଇ ରୁମ୍ କୁ ଯିବୁ ଯାହା ହବ ତମେ ବୁଝିବ ତାହାପରେ ଭଗବାନ ସେଠାରୁ ଚାଲିଲେ ହଷ୍ଟେଲ ଆଡକୁ କିଛି ବାଟ ଯିବା ପାରେ ଭଗବାନଙ୍କ ଗୋଡ଼ରୁ ରକ୍ତ ବାହାରିଲାଣି ଆଉ ଯନ୍ତ୍ରଣା ବି ଦୁଇ ଗୁଣ ହୋଇ ଗଲାଣି ଯାହା ଫଳରେ ଚାଲିବା ମୁସ୍କିଲ ହେଇ ଯାଇଥିଲା ସେଠାରେ ଛିଡା ହୋଇ ଭଗବାନ କହିଲେ ହେ ପ୍ରଭୁ ତୁମେ ମୋର ପରୀକ୍ଷା ନେଉଛ ସତ ମୁଁ ସେଥିରେ ସଫଳ ହେବିକି ନାହିଁ ଜାଣି ନାହିଁ ଏତିକି ହେଲା ଆଉ ଆସିବିନି ତୋ ଦୁଆରକୁ ଏହା କହି କାନ୍ଦି କାନ୍ଦି ଚାଲିଥାନ୍ତି ଭଗବାନ ରୁମ୍ ରେ ପହଞ୍ଚି ଦେଖିଲା ବେଳକୁ ଗୋଡର ଅବସ୍ଥା ଶୋଚନୀୟ ହୋଇ ଯାଇଥିଲା ରକ୍ତ ବୋହି ବ୍ୟଣ୍ଡେଜ ବି ନାଲି ହୋଇ ଗଲାଣି ସଙ୍ଗେ ସଙ୍ଗେ ପାଣି ଗରମ କରି ବ୍ୟଣ୍ଡେଜ କୁ ଖୋଲି ଘା କୁ ପୋଛିଲେ ଆଉ ମେଡ଼ିସିନ୍ ଲଗାଇ ବେଡ ଉପରେ ଶୋଇ ଗଲେ ଭଗବାନ ସେଦିନ ରାଗ ଅଭିମାନରେ ଭଗବାନ ଆଉ ରାତିରେ ଖାଇଲେ ନାହିଁ ରାତି ସାରା ଗୋଡ଼ରେ କଷ୍ଟ ଅନୁଭବ ହେଉଥାଏ |
ସେମିତି ବେଡ ରେ ପଡ଼ି କନ୍ଦୁ ଥାଆନ୍ତି ଭଗବାନ ସକାଳୁ ଉଠି ଭଗବାନ ଅନୁଭବ କଲେ କି ତାଙ୍କ ଗୋଡ଼ରେ ଆଉ ଯନ୍ତ୍ରଣା ହେଉ ନାହିଁ କି ଦରଜ ନାହିଁ ସତେ ଯେମିତି ଘା ପୁରା ସୁଖୀ ଯାଇଛି ଭଗବାନ ଚାଲିଲେ କିନ୍ତୁ ଟିକେ ବି ଅନୁଭବ ହେଲା ନାହିଁ ତାଙ୍କ ଗୋଡ଼ରେ ଏକ ବଡ କ୍ଷତ ଅଛି ବୋଲି ଆର୍ଶ୍ଚଯ୍ୟ ହୋଇ ଯାଇଥାନ୍ତି ଭଗବାନ ଦରଜ କୁଆଡେ ଗଲା ବୋଲି ଭାବୁଥାନ୍ତି ସେଦିନ ସେମିତି ଖାଲି ଗୋଡ଼ରେ ସବୁ କାମ କଲେ ତାହା ପର ଦିନ ଘା 90% ଭଲ ହୋଇ ଯାଇଛି ଆର୍ଶ୍ଚଯ୍ୟ ହୋଇଗଲେ ଭଗବାନ ସେମିତି ଗୋଡ଼ରେ ସାଧାରଣ ଚପଲ ପିନ୍ଧି ଚାଲିଲେ ଶ୍ରୀ ମନ୍ଦିର ଅଭିମୁଖେ ତାହା ପରେ ଜଗନ୍ନାଥଙ୍କୁ ଦେଖି କହିଲେ ମହାପ୍ରଭୁ ଭୁଲ ହୋଇଯାଇଛି ମୋର କଣ କଣ ଭାବୁ ତମକୁ ଗାଳି ଦେଇଛି କେତେ କଥା କହିଛି ମୁଁ ବୁଝି ଗଲି ତମେ ମତେ ଖାଲି ପଦରେ ଚାଲେଇବାର କଣ ଥିଲା କାରଣ ସେହି ଥରେ ମୁଣ୍ଡ ମାରୀ ନିଜ ଗାଳି ପାଇଁ କ୍ଷମା ମାଗିଲେ ଯେଉଁ ଘା କୁ ଶୁଖିବା ପାଇଁ 15 ଦିନ ପାଇଁ ଲାଗିଥାନ୍ତା ସେହି ଘା 7 ଦିନ ରେ ଶେଷ ହୋଇଗଲା ଏହା ଶୁଣି ସମସ୍ତେ ଆର୍ଶ୍ଚଯ୍ୟ ହୋଇଥାନ୍ତି