ନମସ୍କାର ଦର୍ଶକବନ୍ଧୁ ଜୁଲାଇ ମାସ 22 ତରିକ ସୋମବାର ଅର୍ଥାତ ବଙ୍ଗୋପସାଗରରେ ସକ୍ରିୟ ହୋଇଥିବା ଲଘୁଚାପ ଲାଗି ରାଜ୍ୟରେ ଜାରି ରହିଛି ବର୍ଷା ଆଜି ପାଇଁ ରାଜ୍ୟରେ 11 ଟି ଜିଲ୍ଲାକୁ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ସେପଟେ 25 ତାରିକରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ ତେବେ ଆସନ୍ତୁ ନଜର ପକେଇବା ରାଜ୍ୟର କେଉଁ 11 ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ଆଉ ତାହା ସହିତ ଆଗାମୀ ଲଘୁଚାପକୁ ନେଇ କଣ ରହିଛି ଅପଡେଟ ଆସନ୍ତୁ ଜାଣିବା |ସେ ସବୁ ସମ୍ପର୍କରେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |ତେବେ ଦକ୍ଷିଣ ଓଡିଶା ଆଉ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା ଆଉ ଆସନ୍ତା 4 ଦିନ ମଧ୍ୟ ଏହାର ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି |
ସେପଟେ 24 ତାରିକ ବେଳକୁ ଉତ୍ତର ପଶ୍ଚିମ ଆଉ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହୁଛି |ଆଉ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି ଆଉ ଅନ୍ୟପଟେ ଏହି ବର୍ଷା ଦକ୍ଷିଣ ଓଡିଶାକୁ ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଜ୍ଞାନମାନେ ପୂର୍ବାନୁମାନ କଲେଣି |
ଏସବୁ ଜିଲ୍ଲା ଆଡ଼େ 31 ତାରିକ ସୁଦ୍ଧା 180 ମିଲି ମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି |ଆଉ ସେପଟେ ହୀରାକୁଦ କାଲି ଛାଡ଼ିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଫଳରେ ମହାନଦୀ ଆଉ ଦକ୍ଷିଣ ଓଡ଼ିଶାର ଅନେକ ନଦୀ ଫୁଲିବାର ସମ୍ଭାବନା ରହିଛି |
ତେବେ ବର୍ତ୍ତମାନ ନଜର ପକେଇବା ରାଜ୍ୟର କେଉଁ 11 ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ସେସବୁ ଜିଲ୍ଲା ଗୁଡ଼ିକ ହେଲା ବରଗଡ଼ ,ଝାରସୁଗୁଡ଼ା ,ସୁନ୍ଦରଗଡ଼ ,କେନ୍ଦୁଝର ,ଗଂଜାମ ,ମୟୁରଭଞ୍ଜ ,କନ୍ଧମାଳ ,ଦେବଗଡ଼ ଏବଂ ବୌଦ୍ଧ |