ହୀରାକୁଦ ଡ୍ୟାମରୁ ଦେଖାଦେଲା 21 ଟି ବଡ଼ ବନ୍ୟା ,ଏଥର ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ହୋଇପାରେ କ୍ଷୟକ୍ଷତି

ନମସ୍କାର ଦର୍ଶକବନ୍ଧୁ ବହୁ ବନ୍ୟାର ମୁଖ୍ୟ ସାକ୍ଷୀ ହୀରାକୁଦ ଡ୍ୟାମ 2022 ସୁଦ୍ଧା ଦେଖି ସାରିଲାଣି 21 ଟି ବଡ଼ ବନ୍ୟା ହୀରାକୁଦ ହେଉଛି ଓଡ଼ିଶାର ସବୁଠାରୁ ବଡ଼ ନଦୀ ବନ୍ଧ ବନ୍ୟା ନିୟନ୍ତ୍ରଣ ହେଉ କିମ୍ବା ବିଦ୍ୟୁତ ଉତ୍ପାଦନ ସବୁଥିରେ ରାଜ୍ୟକୁ ସୁରକ୍ଷା ଆଉ ସାହାଯ୍ୟ ଆସିଛି ଏହି ହୀରାକୁଦ ନଦୀ ବନ୍ଧ |ପଚାଶ ଦଶକରେ ନିର୍ମାଣ ହେଉଥିବା ଏହି ହୀରାକୁଦ ବନ୍ଧକୁ ଓଡ଼ିଶାର ସବୁଠୁ ବଡ଼ ନଦୀ ବନ୍ଧ ବୋଲି କୁହାଯାଏ |

ଆଉ ଏହାର ନିର୍ମାଣ ପଛରେ କାରଣ ଥିଲା ଓଡିଶାକୁ ଆସୁଥିବା ବନ୍ୟା | ହୀରାକୁଦ ନିର୍ମାଣ ହେବା ପୂର୍ବରୁ ପ୍ରତିବର୍ଷ ବନ୍ୟା ଜଳରେ ଭାସୁଥିଲା ଓଡିଶା ଆଉ ବେଶୀ ହଇରାଣ ହେଉଥାଆନ୍ତି ତଳିଆ ଅଞ୍ଚଳର ଲୋକମାନେ ବହୁତ ବଡ଼ ବଡ଼ ବନ୍ୟାକୁ ରୋକିଛି ଏହି ହୀରାକୁଦ ବନ୍ଧ ହୀରାକୁଦ ବନ୍ଧ ପାଇଁ ରକ୍ଷା ପାଇଛି ଓଡିଶା ଅନେକ ବନ୍ୟାକୁ ନିଜ ଆୟତରେ ରଖିଛି |

ହୀରାକୁଦ ଡ୍ୟାମ ତିଆରି ହେବା ପରେ ମୋଟ 21 ଟି ବନ୍ୟାକୁ ସାମ୍ନା କରିଛି ଓଡିଶା |ହୀରାକୁଦ ଡ୍ୟାମ ମୋଟ 21 ଟି ବଡ଼ ବନ୍ୟାକୁ ଦେଖିଚି ବନ୍ୟା ହେବା ଦ୍ୱାରା ଜୀବନ ଯାକରେ ଉପାର୍ଜନ କରୁଥିବା ଧନ ସମ୍ପତ୍ତି ସବୁ ବର୍ବାଦ ହୋଇଯାଇଥାଏ | ହୀରାକୁଦ ଡ୍ୟାମରେ ମୋଟ 98 ଟି ଗେଟ ରହିଅଛି ସେଥି ମଧ୍ୟରୁ 64 ଟି ସୁଇଚ ଗେଟ ହୋଇଥିବା ବେଳେ ବାକି 34 ଟି କ୍ରାଇସ ଗେଟ |

ସାଧାରଣତଃ ବନ୍ୟା ଜଳକୁ ଛାଡ଼ିବା ପାଇଁ ସବୁବେଳେ ସୁଇଚ ଗେଟ ଖୋଲା ଯାଇଥାଏ |ଅଧିକ ପରିମାଣର ଜଳ କ୍ରାଇସ ଗେଟ ଖୋଲାଯାଏ ଗୋଟିଏ ସୁଇଚ ଗେଟରେ ଯେତିକି ପାଣି ନିଷ୍କାସିତ ହୁଏ ଗୋଟିଏ କ୍ରାଇସ ଗେଟରୁ ତା ଠାରୁ ଅଧିକ ଅଢେଇ ଗୁଣା ପାଣି ନିଷ୍କାସିତ ହୁଏ |

ହୀରାକୁଦ ଡ୍ୟାମ ନିଷ୍କାସନ ପରେ 1961 ମସିହାରେ ପ୍ରଥମ ଥର ଖୋଲା ଯାଇଥିଲା ସର୍ବାଧିକ 78 ଟି ଗେଟ ଆଉ 1980 ମସିହାରେ ବନ୍ୟା କାରଣରୁ 88 ଟି ଗେଟ ଖୋଲାଯାଇଥିଲା | ହୀରାକୁଦ 1957 ମସିହାରୁ 2022 ସୁଦ୍ଧା 21 ଟି ବଡ଼ ବନ୍ୟା ଦେଖି ସାରିଲାଣି |

Leave a Reply

Your email address will not be published. Required fields are marked *