ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ଅନୁସୂଚିତ ଜାତି ଏବଂ ଜନ ଜାତି ଛାତ୍ର ଛାତ୍ରୀଙ୍କ ଲାଗି ସରକାରଙ୍କ ତରଫରୁ ଜାରି ହେଲା କିଛି ବଡ଼ ସୂଚନା ଏମାନଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ନଜର ପକେଇବା ଯଦି ଆପଣ ଜଣେ SC ,ST ଛାତ୍ର ଛାତ୍ରୀ | ଉଚ୍ଚ ଶିକ୍ଷା ପାଇଁ ଅନୁସୂଚିତ ଜନଜାତିଙ୍କୁ ମିଳିବ 50,000 ଟଙ୍କାର ଆର୍ଥିକ ସହାୟତା ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଦିଆଯିବ |
ଆର୍ଥିକ ସହାୟତା ଚଳିତ ଶିକ୍ଷା ବର୍ଷରେ ସରକାର ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଓ ଜନ ଜାତିର ଛାତ୍ର ଛାତ୍ରୀ ଏକକାଳୀନ 50,000 ଟଙ୍କାର ସହାୟତା ଦିଆଯିବ |ଜନ ଜାତି ଉପଦେଷ୍ଟା ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ |
ସେହିଭଳି ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନ ଜୀବିକା କାର୍ଯ୍ୟକରଣ ସମ୍ପ୍ରଦାୟକଃ କାର୍ଯ୍ୟକରଣ ପାଇଁ ମଧ୍ୟ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର | ତେବେ ଚିହ୍ନଟ ହୋଇଥିବା 311 ଆଦିମ ଜନ ଜାତି ଗାଁକୁ ଏହି ଯୋଜନା ସଂପ୍ରସାରଣ କରିବା ପାଇଁ ଦାବି କରାଯାଇଛି |
ତେବେ 2024-25 ଆର୍ଥିକ ବର୍ଷରୁ ଆସନ୍ତା 7 ବର୍ଷ ପାଇଁ ଏହି ସବୁ ଗାଁରେ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନ ଜୀବିକା କାର୍ଯ୍ୟକରଣ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି | ଅନୁସୂଚିତ ଜାତି ଏବଂ ଜନଜାତି ଅର୍ଥାତ SC ,ST ଛାତ୍ର ଛାତ୍ରୀଙ୍କୁ ମିଳିବ 50,000 ଟଙ୍କାର ଆର୍ଥିକ ସହାୟତା |