ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ତରଫରୁ ଆସିଲା ଆସନ୍ତା 24 ତାରିକ ଯାଏ ସାରା ରାଜ୍ୟରେ ବର୍ଷା ଆଣିକି ତାଣ୍ଡବ ରଚିବ ଏଥି ମଧ୍ୟରେ କେଉଁ କେଉଁ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ | ସକ୍ରିୟ ଘୁର୍ଣ୍ଣିବଳୟ ଆଜି ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡିଶା ଉପକୂଳରେ ରହିଛି |
ବାୟୁମଣ୍ଡଳରେ 6.7 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଥିବାରୁ ଆସନ୍ତା 12 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ |ତା ପ୍ରଭାବରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ |
ଗୁରୁବାର ମାଲକାନଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ପୁରୀ ,ଖୋର୍ଦ୍ଧା ,ଗଜପତି ଏବଂ ଗଞ୍ଜାମ ବରଗଡ଼ ଏବଂ ନବରଙ୍ଗପୁର,କଟକ,ବୌଦ୍ଧ,ସୁବର୍ଣ୍ଣପୁର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ହୋଇପାରେ |
ଜୁଲାଇ 21 ସୁବର୍ଣ୍ଣପୁର,ବଲାଙ୍ଗୀରି,ସମ୍ବଲପୁର,ବୌଦ୍ଧ,ଅନୁଗୁଳ,କଟକ ,ଜଗତସିଂହ ପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବାକି ଜିଲ୍ଲା ଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ମଧ୍ୟ କୁହାଯାଇଛି ଜୁଲାଇ 22 ଏବଂ 23 ରେ ମଧ୍ୟ ମାଲକାନଗିରି ନବରଙ୍ଗପୁର ,କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷ ମଧ୍ୟ ଲାଗି ରହିବ |
ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିକି ରହିଥିବାରୁ ସମସ୍ୟା ମଧ୍ୟ ଉପୁଜିଥିବ ଅତି ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ଠିକ ଭାବରେ ରାସ୍ତା ଦୃଶ୍ୟମାନ ମଧ୍ୟ ହେଉ ନାହିଁ |