ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ପାଣିପାଗ ବିଭାଗ ଦେଲା ସୂଚନା, ଆଗାମୀ ଏତେ ଦିନ ପ୍ରବଳ Barsha… ଏଠାରେ ସବୁଠୁ ଅଧିକ ହେବ

ବର୍ତ୍ତମାନର ବଡ ଖବର ପାଣି ପାଗକୁ ନେଇ ବଡ ସୂଚନା ନୂଆ ଅପଡେଟ ଆଜି ସୃଷ୍ଟି ହେବ ଲଘୁଚାପ 13ଜିଲ୍ଲାକୁ yellow warning ଏନେଇ ସତର୍କ ସୂଚନା ଜାରିକାଳ ପାଣିପାଗ ବିଭାଗ | ତେବେ ଆସନ୍ତୁ ଏନେଇ କଣ ରହିଛି ସମ୍ପୂର୍ଣ ଅପଡେଟ |

ତେବେ ବଙ୍ଗପ ସାଗରରେ ସୃଷ୍ଟି ହୋଇଥିବା ଘୁଣ୍ଣିବଳୟ ଉତର ପଶ୍ଚିମ ବଙ୍ଗସାଗର ଓ ପାଶ୍ୱବର୍ତୀ ପଶ୍ଚିମକେନ୍ଦ୍ର ବଙ୍ଗୋପ ସାଗର ଆନ୍ଧ୍ର ଓ ଉତର ଓଡିଶା ଉପକୂଳରେ ସକ୍ରିୟ ରହିଛି | ଆଜି ଏହା ଲଘୁଚାପର ରୂପନେବା ସମ୍ଭାବନା ରହିଛି |

ଏହାର ପ୍ରଭାବରେ ଆଗାମୀ 24ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଏନେଇ ଭୁବେନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ପାଣିପାଗ ବିଭାଗ ସୂଚନା ଅନୁସାରେ ଦକ୍ଷିଣ ଓଡିଶା କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ସମେତ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହା ସହିତ ପାଶ୍ୱବର୍ତୀ ଜିଲ୍ଲା ରାୟଗଡ଼ା, ବୌଦ୍ଧ, ସୋନପୁର ଆଦି 13ଟି ଜିଲ୍ଲାକୁ ବର୍ଷା ପାଇଁ yellow warning ଜାରି କରାଯାଇଛି |

ଏହି ଜିଲ୍ଲାରେ ମଧ୍ୟ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହିଭଳି ଅଭ୍ୟନ୍ତରଣ ପଶ୍ଚିମ ଓଡ଼ିଶାରେ ମଧ୍ୟ୍ୟ ହାଲୁକାରୁ ମଧ୍ୟମଧରଣର ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ମାଲକାନଗିରି ଓ କୋରାଫୁଟରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି | ଏନେଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି |

Leave a Reply

Your email address will not be published. Required fields are marked *